ଶେଖ୍ ହସିନାଙ୍କ ଭିସା ରଦ୍ଦ କଲା ଆମେରିକା, ଲଣ୍ଡନ ଯିବା ବାଟ ବି ଫିଟୁନି
ନୂଆଦିଲ୍ଲୀ: ବାଂଲାଦେଶରେ ହିଂସା ଭିତରେ ଶେଖ୍ ହସିନା ଏମର୍ଜେନ୍ସିରେ ଭାରତର ହିଣ୍ଡନ୍ ଏୟାରପୋର୍ଟରେ ଓହ୍ଲାଇଥିଲେ । ବର୍ତ୍ତମାନ ହସିନା ଏକ ସ୍ପେଶାଲ୍ ଗେଷ୍ଟ ହାଉସ୍ରେ ଆଶ୍ରୟ ନେଇଛନ୍ତି । ପ୍ରଥମେ ଯୋଜନା ଥିଲା ଯେ ଶେଖ୍ ହସିନା ଭାରତରେ କିଛି ସମୟ ରହିବା ପରେ ଲଣ୍ଡନ ଅଭିମୁଖେ ଯାତ୍ରା କରିବେ କିନ୍ତୁ ଏବେ ତାଙ୍କର ଏହି ପ୍ଲାନ୍ ବଦଳି ଯାଇଛି । ଲଣ୍ଡନ ଯାତ୍ରା ପାଇଁ ବ୍ରିଟେନ୍ ଅଧିକାରୀଙ୍କ ସହ ବର୍ତ୍ତମାନ ତାଙ୍କର ଆଲୋଚନା ଚାଲିଛି । ହସିନାଙ୍କ ଔପଚାରିକ ଶରଣ ଅନୁରୋଧ ଉପରେ ନିଷ୍ପତ୍ତି ନିଆଯାଉଛି । ଶେଖ୍ ହସିନାଙ୍କ ବ୍ରିଟେନରେ ଶରଣ ନେବା ଉପରେ କୌଣସି ନିଷ୍ପତ୍ତି ଚୂଡ଼ାନ୍ତ ହୋଇ ନାହିଁ । ସେପଟେ ଆମେରିକା ମଧ୍ୟ ନିଜ ବାଟ ବନ୍ଦ କରିଦେଇଛି । ଆମେରିକା ଶେଖ୍ ହସିନାଙ୍କ ଭିସାକୁ ରଦ୍ଦ କରି ଦେଇଛି, ଅର୍ଥାତ୍ ଏବେ ସେ ଆମେରିକା ମଧ୍ୟ ଯାଇପାରିବେ ନାହିଁ । ବ୍ରିଟେନ୍ ଗୃହ ବିଭାଗ ଅନୁସାରେ ଶରଣ ନେବା ପାଇଁ ଶେଖ୍ ହସିନାଙ୍କୁ ସର୍ବପ୍ରଥମେ ସେହି ଦେଶରେ ଶରଣ ପାଇଁ ଆବେଦନ କରିବା ଦରକାର ଯେଉଁଠି ସେ ପ୍ରଥମେ ପହଞ୍ଚିଛନ୍ତି । ବ୍ରିଟେନ ଅନୁସାରେ ଏହା ସୁରକ୍ଷାର ସବୁଠୁ ଦ୍ରୁତ ମାର୍ଗ । ଏହି କାରଣରୁ ହସିନାଙ୍କ ୟୁକେରେ ଶରଣ ଅନୁରୋଧ ଏବେ ଝୁଲି ରହିଛି । କିନ୍ତୁ ଶେଖ୍ ହସିନାଙ୍କ ଭଉଣୀ ଶେଖ୍ ରେହାନା ଏବଂ ଝିଆରୀ ଟ୍ୟୁଲିପ ସିଦ୍ଦିକ ବ୍ରିଟେନର ନାଗରିକ ହୋଇଥିବାରୁ ତାଙ୍କ ଶରଣ ଅନୁରୋଧକୁ ଅଧିକ ଫୋକସ୍ ଦିଆଯାଇଛି ।ଏବେ ଆମେର
ନୂଆଦିଲ୍ଲୀ: ବାଂଲାଦେଶରେ ହିଂସା ଭିତରେ ଶେଖ୍ ହସିନା ଏମର୍ଜେନ୍ସିରେ ଭାରତର ହିଣ୍ଡନ୍ ଏୟାରପୋର୍ଟରେ ଓହ୍ଲାଇଥିଲେ । ବର୍ତ୍ତମାନ ହସିନା ଏକ ସ୍ପେଶାଲ୍ ଗେଷ୍ଟ ହାଉସ୍ରେ ଆଶ୍ରୟ ନେଇଛନ୍ତି । ପ୍ରଥମେ ଯୋଜନା ଥିଲା ଯେ ଶେଖ୍ ହସିନା ଭାରତରେ କିଛି ସମୟ ରହିବା ପରେ ଲଣ୍ଡନ ଅଭିମୁଖେ ଯାତ୍ରା କରିବେ କିନ୍ତୁ ଏବେ ତାଙ୍କର ଏହି ପ୍ଲାନ୍ ବଦଳି ଯାଇଛି । ଲଣ୍ଡନ ଯାତ୍ରା ପାଇଁ ବ୍ରିଟେନ୍ ଅଧିକାରୀଙ୍କ ସହ ବର୍ତ୍ତମାନ ତାଙ୍କର ଆଲୋଚନା ଚାଲିଛି । ହସିନାଙ୍କ ଔପଚାରିକ ଶରଣ ଅନୁରୋଧ ଉପରେ ନିଷ୍ପତ୍ତି ନିଆଯାଉଛି । ଶେଖ୍ ହସିନାଙ୍କ ବ୍ରିଟେନରେ ଶରଣ ନେବା ଉପରେ କୌଣସି ନିଷ୍ପତ୍ତି ଚୂଡ଼ାନ୍ତ ହୋଇ ନାହିଁ । ସେପଟେ ଆମେରିକା ମଧ୍ୟ ନିଜ ବାଟ ବନ୍ଦ କରିଦେଇଛି । ଆମେରିକା ଶେଖ୍ ହସିନାଙ୍କ ଭିସାକୁ ରଦ୍ଦ କରି ଦେଇଛି, ଅର୍ଥାତ୍ ଏବେ ସେ ଆମେରିକା ମଧ୍ୟ ଯାଇପାରିବେ ନାହିଁ ।
ବ୍ରିଟେନ୍ ଗୃହ ବିଭାଗ ଅନୁସାରେ ଶରଣ ନେବା ପାଇଁ ଶେଖ୍ ହସିନାଙ୍କୁ ସର୍ବପ୍ରଥମେ ସେହି ଦେଶରେ ଶରଣ ପାଇଁ ଆବେଦନ କରିବା ଦରକାର ଯେଉଁଠି ସେ ପ୍ରଥମେ ପହଞ୍ଚିଛନ୍ତି । ବ୍ରିଟେନ ଅନୁସାରେ ଏହା ସୁରକ୍ଷାର ସବୁଠୁ ଦ୍ରୁତ ମାର୍ଗ । ଏହି କାରଣରୁ ହସିନାଙ୍କ ୟୁକେରେ ଶରଣ ଅନୁରୋଧ ଏବେ ଝୁଲି ରହିଛି । କିନ୍ତୁ ଶେଖ୍ ହସିନାଙ୍କ ଭଉଣୀ ଶେଖ୍ ରେହାନା ଏବଂ ଝିଆରୀ ଟ୍ୟୁଲିପ ସିଦ୍ଦିକ ବ୍ରିଟେନର ନାଗରିକ ହୋଇଥିବାରୁ ତାଙ୍କ ଶରଣ ଅନୁରୋଧକୁ ଅଧିକ ଫୋକସ୍ ଦିଆଯାଇଛି ।
ଏବେ ଆମେରିକା ଶେଖ୍ ହସିନାଙ୍କ ଭିସାକୁ ରଦ୍ଦ କରି ଦେଇଛି । କୁହାଯାଉଛି ଯେ ତାଙ୍କ କାର୍ଯ୍ୟକାଳ ସମୟରେ ବାଂଲାଦେଶ ଏବଂ ଆମେରିକା ମଧ୍ୟରେ ସମ୍ପର୍କ ଭଲ ନଥିଲା । ଯେଉଁଥି ପାଇଁ ଏବେ ତାର ପରିଣାମ ଭୋଗିବାକୁ ପଡ଼ୁଛି । ଉଲ୍ଲେଖଯୋଗ୍ୟ ଯେ ଆମେରିକାକୁ ବେସ୍ ନିର୍ମାଣ ପାଇଁ ଆଇଲ୍ୟାଣ୍ଡ ଦେବା ପାଇଁ ହସିନା ମନା କରି ଦେଇଥିଲେ ।