ବିଦ୍ୟୁତ ଆଘାତରେ ଯୁବକ ମୃତ
ଭଦ୍ରକ : ବିଦ୍ୟୁତ ଆଘାତରେ ଯୁବକ ମୃତ । ଭଦ୍ରକ ଜିଲ୍ଲା ତିହିଡି ତହସିଲ ଅନ୍ତର୍ଗତ ମଙ୍ଗଳପୁର ଗ୍ରାମରେ ରତିକାନ୍ତ ମଳିକ ବିଦ୍ୟୁତ ପଙ୍ଖାର ସୁଇଚ୍ ଅନ୍ କରୁଥିବା ବେଳେ ବିଦ୍ୟୁତ ଆଘାତ ହୋଇଥିଲା । ମୁମୂର୍ଷ ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ତିହିଡି ମେଡିକାଲରେ ଭର୍ତ୍ତି କରା ଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛି । ସେହିପରି କିଛିଦିନ ତଳେ କାମାକ୍ଷାନଗରରେ ମହାବିରୋଡ଼ ଥାନା ବାମ ପଞ୍ଚାୟତ ହନୁମନ୍ତିଆ ସାହିରେ ଅଘଟଣ […] The post ବିଦ୍ୟୁତ ଆଘାତରେ ଯୁବକ ମୃତ appeared first on KNews Odisha.

ଭଦ୍ରକ : ବିଦ୍ୟୁତ ଆଘାତରେ ଯୁବକ ମୃତ । ଭଦ୍ରକ ଜିଲ୍ଲା ତିହିଡି ତହସିଲ ଅନ୍ତର୍ଗତ ମଙ୍ଗଳପୁର ଗ୍ରାମରେ ରତିକାନ୍ତ ମଳିକ ବିଦ୍ୟୁତ ପଙ୍ଖାର ସୁଇଚ୍ ଅନ୍ କରୁଥିବା ବେଳେ ବିଦ୍ୟୁତ ଆଘାତ ହୋଇଥିଲା । ମୁମୂର୍ଷ ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ତିହିଡି ମେଡିକାଲରେ ଭର୍ତ୍ତି କରା ଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛି ।
ସେହିପରି କିଛିଦିନ ତଳେ କାମାକ୍ଷାନଗରରେ ମହାବିରୋଡ଼ ଥାନା ବାମ ପଞ୍ଚାୟତ ହନୁମନ୍ତିଆ ସାହିରେ ଅଘଟଣ ଘଟିଯାଇଥିଲା । ବିଦ୍ୟୁତ ଆଘାତରେ ଚାଲିଇଥିଲା ବର୍ଷକର ଶିଶୁର ଜୀବନ । ସୂଚନା ଅନୁସାରେ ହନୁମନ୍ତିଆ ସାହିର ପୁର୍ଣ୍ଣ ସାଇଆଁଙ୍କ ବର୍ଷକର ଶିଶୁଟି ଘରେ ଖେଳୁଥିବା ବେଳେ ଏକ ବିଦ୍ୟୁତ ବୋର୍ଡ ସଂସ୍ପର୍ଶରେ ଆସିଥିଲା ।
The post ବିଦ୍ୟୁତ ଆଘାତରେ ଯୁବକ ମୃତ appeared first on KNews Odisha.