ବିଦ୍ୟୁତ ଆଘାତରେ ୩ ହାତୀ ମୃତ୍ୟୁ ଘଟଣା, ନିଜ ଆଡୁ ଜନସ୍ବାର୍ଥ ମାମଲା ଦାୟର କଲେ ହାଇକୋର୍ଟ

କଟକ : ସମ୍ବଲପୁର ଜିଲ୍ଲା ନାକଟିଦେଉଳ ରେଞ୍ଜ ବୁରମାଲ ଜଙ୍ଗଲରେ ବିଦ୍ୟୁତ୍ ଆଘାତରେ ୩ ହାତୀ ମୃତ୍ୟୁ ଘଟଣାକୁ ନେଇ ନିଜ ଆଡୁ ଜନସ୍ବାର୍ଥ ମାମଲା ଦାୟର କରିଛନ୍ତି ହାଇକୋର୍ଟ। ଏହି ଘଟଣାରେ ରାଜ୍ୟ ସରକାରଙ୍କୁ ଜବାବ ତଲବ କରିବା ସହ ହାଇକୋର୍ଟ ଆସନ୍ତା ମଙ୍ଗଳବାର ଏହି ମାମଲାର ପରବର୍ତ୍ତୀ ଶୁଣାଣି କରିବେ ବୋଲି ଜଣାପଡିଛି। ସେପଟେ ଏକସଙ୍ଗରେ ୩ଟି ହାତୀଙ୍କ ମୃତ୍ୟୁ ରାଜ୍ୟ ବନ ବିଭାଗର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପ୍ରତି ସପ୍ତାହରେ ଓଡ଼ିଶାରେ […]

ବିଦ୍ୟୁତ ଆଘାତରେ ୩ ହାତୀ ମୃତ୍ୟୁ ଘଟଣା, ନିଜ ଆଡୁ ଜନସ୍ବାର୍ଥ ମାମଲା ଦାୟର କଲେ ହାଇକୋର୍ଟ
Elephant deaths in Sambalpur: Orissa HC seeks response from state government

କଟକ : ସମ୍ବଲପୁର ଜିଲ୍ଲା ନାକଟିଦେଉଳ ରେଞ୍ଜ ବୁରମାଲ ଜଙ୍ଗଲରେ ବିଦ୍ୟୁତ୍ ଆଘାତରେ ୩ ହାତୀ ମୃତ୍ୟୁ ଘଟଣାକୁ ନେଇ ନିଜ ଆଡୁ ଜନସ୍ବାର୍ଥ ମାମଲା ଦାୟର କରିଛନ୍ତି ହାଇକୋର୍ଟ। ଏହି ଘଟଣାରେ ରାଜ୍ୟ ସରକାରଙ୍କୁ ଜବାବ ତଲବ କରିବା ସହ ହାଇକୋର୍ଟ ଆସନ୍ତା ମଙ୍ଗଳବାର ଏହି ମାମଲାର ପରବର୍ତ୍ତୀ ଶୁଣାଣି କରିବେ ବୋଲି ଜଣାପଡିଛି।

ସେପଟେ ଏକସଙ୍ଗରେ ୩ଟି ହାତୀଙ୍କ ମୃତ୍ୟୁ ରାଜ୍ୟ ବନ ବିଭାଗର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପ୍ରତି ସପ୍ତାହରେ ଓଡ଼ିଶାରେ ମରୁଛନ୍ତି ଏକାଧିକ ହାତୀ। ବୟସାଧିକ୍ୟ, ରୋଗ ବା ନିଜ ନିଜ ମଧ୍ୟରେ ସଂଘର୍ଷ ଯୋଗୁଁ ମୃତ୍ୟୁ ସଂଖ୍ୟା ଯଥେଷ୍ଟ କମ୍‌ ଥିବାବେଳେ ବିଦ୍ୟୁତ୍‌ ଆଘାତ, ଟ୍ରେନ୍‌ ଧକ୍କା ଓ ଶିକାରୀ ଗୁଳିରେ ଅଧିକ ସଂଖ୍ୟକ ହାତୀ ମୃତ୍ୟୁବରଣ କରୁଛନ୍ତି। ମାତ୍ର ଏ କ୍ଷେତ୍ରରେ ସରକାର କଡ଼ା କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ ନିଦାବିଷ୍ଣୁ ସାଜିବା ପରିବେଶବିତ୍‌ଙ୍କୁ ବ୍ୟଥିତ କରିଛି। ହାତୀ ହତ୍ୟା ଘଟଣାରେ ସମ୍ପୃକ୍ତ ବ୍ୟକ୍ତି ଓ ବିଭାଗୀୟ କର୍ମଚାରୀଙ୍କ ପ୍ରତି କୋହଳ ମନୋଭାବ ପୋଷଣ କରି ସରକାର ହାତୀ ହତ୍ୟାକୁ ପ୍ରେତ୍ସାହିତ କରୁଥିବା ଅଭିଯୋଗ ହୋଇଛି।

ଅନ୍ୟପକ୍ଷେର ଏହି ଘଟଣାର ତଦନ୍ତ ପରେ ବନ ବିଭାଗ ଓ ବିଦ୍ୟୁତ୍‌ ବିଭାଗର ତ୍ରୁଟି ଥିବା ସମ୍ୱଲପୁର ଆର୍‌ସିସିଏଫ୍‌ ଟି. ଅଶୋକ କୁମାର କହିଛନ୍ତି। ବିଦ୍ୟୁତ୍‌ ଚୋରିକୁ ଅନୁଧ୍ୟାନ କରିବା ଶକ୍ତି ବିଭାଗର କାମ ହୋଇଥିଲେ ସୁଦ୍ଧା ସେମାନେ ସଠିକ୍‌ ଭାେବ କାର୍ଯ୍ୟ କରୁ ନାହାନ୍ତି। ତେଣୁ ବିଦ୍ୟୁତ୍‌ ବିଭାଗର ସମ୍ପୃକ୍ତ କର୍ମଚାରୀଙ୍କ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ କହିଛନ୍ତି।

୩ କ୍ଷେତ୍ର କର୍ମଚାରୀ ନିଲମ୍ବିତ

ବିଦ୍ୟୁତ୍ ଆଘାତରେ ୩ ହାତୀ ମୃତ୍ୟୁ ୩ କ୍ଷେତ୍ର ବନ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି। ଏଥିସହ ଦୁଇ ବରିଷ୍ଠ ବନ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସରକାରଙ୍କୁ ସୁପାରିସ କରାଯାଇଥିବା ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟପକ୍ଷରେ ଚିହ୍ନଟ ୪ ଅଭିଯୁକ୍ତଙ୍କ ମଧ୍ୟରୁ ୩ ଜଣ ଗିରଫ ହୋଇଥିବା ବେଳେ ଅନ୍ୟ ଜଣେ ଫେରାର ଅଭିଯୁକ୍ତଙ୍କୁ ପୁଲିସ ସହାୟତାରେ ଖୋଜା ଚାଲିଥିବା ବନ ବିଭାଗ କହିଛି।