ବିଦ୍ୟୁତ ଚୋରି କରି ଧରାପଡ଼ିଲେ ସାଂସଦ: ଥାନାରେ ଏତଲା, ବଢ଼ିଲା ଗିରଫ ଭୟ
କନକ ବ୍ୟୁରୋ: ବର୍ଷ ବର୍ଷ ଧରି ବିଦ୍ୟୁତ ଚୋରି କରୁଥିଲେ ସାଂସଦ। ଶେଷରେ ଧରାପଡ଼ିବା ପରେ ବିଦ୍ୟୁତ ବିଭାଗ କର୍ମଚାରୀଙ୍କୁ ନାଲିଆଖି ଦେଖାଇଲେ ପରିବାର ଲୋକେ। ଏଭଳି ଏକ ରୋଚକ ଘଟଣା ସାମ୍ନାକୁ ଆସିଛି ଉତ୍ତର ପ୍ରଦେଶରୁ। ସମ୍ଭଲର ସମାଜବାଦୀ ପାର୍ଟି ସାଂସଦ ଜିୟାଉର ରେହମନ ବର୍କ ବର୍ଷବର୍ଷ ଧରି କିପରି ବିଦ୍ୟୁତ ଚୋରି କରୁଥିଲେ ତାହାର ତଥ୍ୟ ଦେଇଛି ବିଦ୍ୟୁତ ବିଭାଗ। ଘଟଣା ଜଣାପଡ଼ିବା ପରେ ଆଜି ବିଦ୍ୟୁତ ବିଭାଗ ଟିମ୍ ସାଂସଦଙ୍କ ଘରେ ପହଁଚିଥିଲା । ଚଢ଼ାଉ ବେଳେ ଉତ୍ତେଜନା ପ୍ରକାଶ ପାଇବାର ଭୟ ଥିବାରୁ ପୋଲିସ ଫୋର୍ସ ସହ ପହଞ୍ଚିଥିଲେ ବିଦ୍ୟୁତ କର୍ମଚାରୀ । ସୁରକ୍ଷା ଦୃଷ୍ଟିରୁ ସାଂସଦଙ୍କ ଘର ନିକଟରେ ବ୍ୟାପକ ଫୋର୍ସ ମୁତୟନ କରାଯାଇଥିଲା । ସାଂସଦଙ୍କ ଘରୁ ୧୬.୫ ୱାଟର ବିଦ୍ୟୁତ ଉପକରଣ ମିଳିଥିବା ଜଣାପଡ଼ିଛି । ଯେଉଁଥିରେ ରହିଛି ୮୩ଟି ବଲ୍, ୧୯ଟି ପଙ୍ଖା, ୩ଟି ଏସି । ମିଟର ଟାମ୍ପରିଂ କରି ବିଜୁଳି ଚୋରି କରାଯାଉଥିବା ଜଣାପଡ଼ିବା ପରେ ସାଂସଦଙ୍କ ଘରର ବଜୁଳି ସଂଯୋଗ କାଟି ଦିଆଯାଇଛି । ଏନେଇ ସାଂସଦଙ୍କ ନାଁରେ ଥାନାରେ ଏତଲା ହୋଇଛି। ପୋଲିସ କର୍ମଚାରୀ ଓ ବିଦ୍ୟୁତ ବିଭାଗ କର୍ମଚାରୀଙ୍କୁ ସାଂସଦଙ୍କ ବାପା ଧମକାଇଥିବା ନେଇ ମଧ୍ୟ ଏତଲା ଦିଆଯାଇଛି । ସାଂସଦଙ୍କ ଘରେ ଚଢ଼ାଉ ପରେ ରାଗିଗଲେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ । କହିଲେ ଜାଣିଶୁଣି ସାଧାରଣ ଲୋକ, ମହିଳା ଓ ସାଂସଦଙ୍କୁ ଟାର୍ଗେଟ କରୁଛି ବିଜେପି । ବିଜେପି କର୍
କନକ ବ୍ୟୁରୋ: ବର୍ଷ ବର୍ଷ ଧରି ବିଦ୍ୟୁତ ଚୋରି କରୁଥିଲେ ସାଂସଦ। ଶେଷରେ ଧରାପଡ଼ିବା ପରେ ବିଦ୍ୟୁତ ବିଭାଗ କର୍ମଚାରୀଙ୍କୁ ନାଲିଆଖି ଦେଖାଇଲେ ପରିବାର ଲୋକେ। ଏଭଳି ଏକ ରୋଚକ ଘଟଣା ସାମ୍ନାକୁ ଆସିଛି ଉତ୍ତର ପ୍ରଦେଶରୁ। ସମ୍ଭଲର ସମାଜବାଦୀ ପାର୍ଟି ସାଂସଦ ଜିୟାଉର ରେହମନ ବର୍କ ବର୍ଷବର୍ଷ ଧରି କିପରି ବିଦ୍ୟୁତ ଚୋରି କରୁଥିଲେ ତାହାର ତଥ୍ୟ ଦେଇଛି ବିଦ୍ୟୁତ ବିଭାଗ। ଘଟଣା ଜଣାପଡ଼ିବା ପରେ ଆଜି ବିଦ୍ୟୁତ ବିଭାଗ ଟିମ୍ ସାଂସଦଙ୍କ ଘରେ ପହଁଚିଥିଲା । ଚଢ଼ାଉ ବେଳେ ଉତ୍ତେଜନା ପ୍ରକାଶ ପାଇବାର ଭୟ ଥିବାରୁ ପୋଲିସ ଫୋର୍ସ ସହ ପହଞ୍ଚିଥିଲେ ବିଦ୍ୟୁତ କର୍ମଚାରୀ । ସୁରକ୍ଷା ଦୃଷ୍ଟିରୁ ସାଂସଦଙ୍କ ଘର ନିକଟରେ ବ୍ୟାପକ ଫୋର୍ସ ମୁତୟନ କରାଯାଇଥିଲା । ସାଂସଦଙ୍କ ଘରୁ ୧୬.୫ ୱାଟର ବିଦ୍ୟୁତ ଉପକରଣ ମିଳିଥିବା ଜଣାପଡ଼ିଛି । ଯେଉଁଥିରେ ରହିଛି ୮୩ଟି ବଲ୍, ୧୯ଟି ପଙ୍ଖା, ୩ଟି ଏସି । ମିଟର ଟାମ୍ପରିଂ କରି ବିଜୁଳି ଚୋରି କରାଯାଉଥିବା ଜଣାପଡ଼ିବା ପରେ ସାଂସଦଙ୍କ ଘରର ବଜୁଳି ସଂଯୋଗ କାଟି ଦିଆଯାଇଛି । ଏନେଇ ସାଂସଦଙ୍କ ନାଁରେ ଥାନାରେ ଏତଲା ହୋଇଛି। ପୋଲିସ କର୍ମଚାରୀ ଓ ବିଦ୍ୟୁତ ବିଭାଗ କର୍ମଚାରୀଙ୍କୁ ସାଂସଦଙ୍କ ବାପା ଧମକାଇଥିବା ନେଇ ମଧ୍ୟ ଏତଲା ଦିଆଯାଇଛି ।
ସାଂସଦଙ୍କ ଘରେ ଚଢ଼ାଉ ପରେ ରାଗିଗଲେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ । କହିଲେ ଜାଣିଶୁଣି ସାଧାରଣ ଲୋକ, ମହିଳା ଓ ସାଂସଦଙ୍କୁ ଟାର୍ଗେଟ କରୁଛି ବିଜେପି । ବିଜେପି କର୍ମୀ ସବୁଠୁ ଅଧିକ ବିଜୁଳି ଚୋରି କରୁଥିବା ଅଭିଯୋଗ ଆଣିଛନ୍ତି ଅଖିଳେଶ । ମୁଖ୍ୟମନ୍ତ୍ରୀ ତଦନ୍ତ କରି କାର୍ୟ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ।
ସମ୍ଭଲରେ ମସଜିଦ ଏବଂ ମଦ୍ରାସା ସମେତ ଅନେକ ଘରେ ବିଦ୍ୟୁତ୍ ଚୋରି ହେଉଥିବା ଜଣାପଡ଼ିଛି। ହିଂସାକାଣ୍ଡ ଘଟଣା ପରେ ପ୍ରଶାସନ ବିଦ୍ୟୁତ ଚୋରି ବିରୋଧରେ ଅଭିଯାନକୁ ଜୋରଦାର କରିଛି । ୩ ମାସ ମଧ୍ୟରେ ୧୨୫୦ ଏଫଆଇଆର ରୁଜୁ କରାଯାଇଛି। ଏହାସହ ୫ କୋଟି ୨୦ ଲକ୍ଷ ଟଙ୍କା ଜରିମାନା ଆଦାୟ କରାଯାଇଛି ।