ବିଦ୍ୟୁତ୍‌ ଆଘାତରେ ଚାଲିଗଲା କଲେଜ ଛାତ୍ରଙ୍କ ଜୀବନ

ବୁଗୁଡ଼ା,୧ା୧୧(କାଳିଚରଣ ଦାଶ): ବୁଗୁଡା ବୁଦ୍ଧଖୋଲ ଛକସ୍ଥିତ ଏକ ବାଇକ୍‌ ଗ୍ୟାରେଜରେ ବିଦ୍ୟୁତ୍‌ ଆଘାତରେ ଜଣେ କଲେଜ ଛାତ୍ରଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଅନ୍ତରପଡା ଗ୍ରାମର କଂଗ୍ରେସ ସାହୁଙ୍କ ଏକମାତ୍ର ପୁଅ ଆଲୋକ ସାହୁ(୧୭)। ଆଲୋକ ବୁଗୁଡା ପିପୁଲ୍ସ କଲେଜରେ ଯୁକ୍ତ ୨ କଳା ପ୍ରଥମ ବର୍ଷର ଛାତ୍ର। ବୁଦ୍ଧଖୋଲ ଛକରେ ସେ ଏକ ଗ୍ୟାରେଜରେ ପାର୍ଟଟାଇମ୍‌ କାମ କରୁଥିଲେ। ଦୀପାବଳିରେ ପୂଜା ପାଇଁ ସେ ଗ୍ୟାରେଜ ସଫେଇ କରୁଥିବା ବେଳେ ଅସାବଧାନତାରୁ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି […] The post ବିଦ୍ୟୁତ୍‌ ଆଘାତରେ ଚାଲିଗଲା କଲେଜ ଛାତ୍ରଙ୍କ ଜୀବନ appeared first on Dharitri Odia News.

ବିଦ୍ୟୁତ୍‌ ଆଘାତରେ ଚାଲିଗଲା କଲେଜ ଛାତ୍ରଙ୍କ ଜୀବନ

ବୁଗୁଡ଼ା,୧ା୧୧(କାଳିଚରଣ ଦାଶ): ବୁଗୁଡା ବୁଦ୍ଧଖୋଲ ଛକସ୍ଥିତ ଏକ ବାଇକ୍‌ ଗ୍ୟାରେଜରେ ବିଦ୍ୟୁତ୍‌ ଆଘାତରେ ଜଣେ କଲେଜ ଛାତ୍ରଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଅନ୍ତରପଡା ଗ୍ରାମର କଂଗ୍ରେସ ସାହୁଙ୍କ ଏକମାତ୍ର ପୁଅ ଆଲୋକ ସାହୁ(୧୭)। ଆଲୋକ ବୁଗୁଡା ପିପୁଲ୍ସ କଲେଜରେ ଯୁକ୍ତ ୨ କଳା ପ୍ରଥମ ବର୍ଷର ଛାତ୍ର। ବୁଦ୍ଧଖୋଲ ଛକରେ ସେ ଏକ ଗ୍ୟାରେଜରେ ପାର୍ଟଟାଇମ୍‌ କାମ କରୁଥିଲେ।

ଦୀପାବଳିରେ ପୂଜା ପାଇଁ ସେ ଗ୍ୟାରେଜ ସଫେଇ କରୁଥିବା ବେଳେ ଅସାବଧାନତାରୁ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଗୁରତର ହୋଇଥିଲେ। ତାଙ୍କୁ ତୁରନ୍ତ ବୁଗୁଡା ମେଡିକାଲକୁ ଅଣାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ନେଇ ଥାନାରେ ଅଭିଯୋଗ ପରେ ପୋଲିସ ମେଡିକାଲରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏ ନେଇ ପୋଲିସ ଏକ ଅପମୃତ୍ୟୁ ମାମଲା(ନଂ.୨୧/୨୪) ରୁଜୁ କରି ତଦନ୍ତ ଚଳାଇଛି।

The post ବିଦ୍ୟୁତ୍‌ ଆଘାତରେ ଚାଲିଗଲା କଲେଜ ଛାତ୍ରଙ୍କ ଜୀବନ appeared first on Dharitri Odia News.