ବିଦ୍ୟୁତ୍ ତାର ଚୋରି କରିବା ପଡ଼ିଲା ମହଙ୍ଗା
ଟିଟିଲାଗଡ଼୧୫।୩(ଶରତ ମିଶ୍ର): ବିଦ୍ୟୁତ୍ ତାର ଚୋରି କରିବା ଅଭିଯୋଗରେ ଟିଟିଲାଗଡ଼ ଥାନା ପୋଲିସ ଶନିବାର ୫ଜଣଙ୍କୁ ଗିରଫ କରଛି। ଗିରଫ ଅଭିଯୁକ୍ତମାନେ ହେଲେ କଳାହାଣ୍ଡିର ନିରାକାର ସାହୁ, ନବରଙ୍ଗପୁରର ବିଜୟ ଗୋପାଳ ନାୟକ, ଟିଟିଲାଗଡ଼ ସୁକୁନାଭଟାର ନିଧି ଚନ୍ଦନ, ବଙ୍ଗୋମୁଣ୍ଡାର କ୍ଷତ୍ରିୟ ଭୋଇ, ଟିଟିଲାଗଡ଼ ଏଲ୍ଆଇସି କଲୋନୀର ଏମ୍ଡି ନଦୀମ। ପୋଲିସ ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି। ଏପରିକି ପୋଲିସ ଅଭିଯୁକ୍ତଙ୍କଠାରୁ ଚୋରି ହୋଇଥିବା ତାରା, କଣ୍ଡକ୍ଟର, ତାର କଟା ୯ଟି ବ୍ଲେଡ, ଗୋଟିଏ ବାଇକ୍ […] The post ବିଦ୍ୟୁତ୍ ତାର ଚୋରି କରିବା ପଡ଼ିଲା ମହଙ୍ଗା appeared first on Dharitri Odia News.
ଟିଟିଲାଗଡ଼୧୫।୩(ଶରତ ମିଶ୍ର): ବିଦ୍ୟୁତ୍ ତାର ଚୋରି କରିବା ଅଭିଯୋଗରେ ଟିଟିଲାଗଡ଼ ଥାନା ପୋଲିସ ଶନିବାର ୫ଜଣଙ୍କୁ ଗିରଫ କରଛି। ଗିରଫ ଅଭିଯୁକ୍ତମାନେ ହେଲେ କଳାହାଣ୍ଡିର ନିରାକାର ସାହୁ, ନବରଙ୍ଗପୁରର ବିଜୟ ଗୋପାଳ ନାୟକ, ଟିଟିଲାଗଡ଼ ସୁକୁନାଭଟାର ନିଧି ଚନ୍ଦନ, ବଙ୍ଗୋମୁଣ୍ଡାର କ୍ଷତ୍ରିୟ ଭୋଇ, ଟିଟିଲାଗଡ଼ ଏଲ୍ଆଇସି କଲୋନୀର ଏମ୍ଡି ନଦୀମ। ପୋଲିସ ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି। ଏପରିକି ପୋଲିସ ଅଭିଯୁକ୍ତଙ୍କଠାରୁ ଚୋରି ହୋଇଥିବା ତାରା, କଣ୍ଡକ୍ଟର, ତାର କଟା ୯ଟି ବ୍ଲେଡ, ଗୋଟିଏ ବାଇକ୍ ଜବତ କରିଛି।
ମିଳିଥିବା ସୂଚନା ମୁତାବକ, ମାର୍ଚ୍ଚ ୫ ତାରିଖରେ ପ୍ରତାପ କୁମାର ସାହୁ ବିଦ୍ୟୁତ୍ ତାର ଚୋରି ହୋଇଥିବା ନେଇ ଟିଲାଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭଯୋଗକୁ ଭିତ୍ତି କରି ଏସ୍ଡିପିଓ ଯଶୋବନ୍ତ ନାରାୟଣ ପ୍ରଧାନଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରି ଅଭିଯୁକ୍ତଙ୍କୁ ଧରିବା ନେଇ ତଦନ୍ତ ଆରମ୍ଭ କରିଥିଲା।
ଏକ ବିଶସ୍ତ ସୂତ୍ରରୁ ଏଲ୍ଆଇସି କଲୋନୀ ନିକଟରେ ଥିବା ଏମ୍ଡି ନଦିମଙ୍କ କବାଡି ଦୋକାନରେ ଚୋରି ହୋଇଥିବା ବିଦ୍ୟୁତ ତାର ମହଜୁଦ ଥିବା ପୋଲିସ ଜାଣିବାକୁ ପାଇଥିଲେ। ପୋଲିସ କବାଡି ଦୋକାନରେ ଚଢାଉ କରି ପଚରାଉଚୁରା ପରେ ସବୁ ତଥ୍ୟ ପଦାକୁ ଆସିଥିଲା। ପରେ ପୋଲିସ ଘଟଣାରେ ସମ୍ପୃକ୍ତ ୫ ଅଭିଯକ୍ତଙ୍କୁ ଧରିବାରେ ସଫଳ ହୋଇଥିଲା।
The post ବିଦ୍ୟୁତ୍ ତାର ଚୋରି କରିବା ପଡ଼ିଲା ମହଙ୍ଗା appeared first on Dharitri Odia News.