ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଯୁବକଙ୍କ ମୃତ୍ୟୁ ପରେ ଉତ୍ତେଜନା: ଜାତୀୟ ରାଜପଥ ଅବରୋଧ କଲେ ଉତ୍ତ୍ୟକ୍ତ ଲୋକେ

କନକ ବ୍ୟୁରୋ: ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଯୁବକଙ୍କ ମୃତ୍ୟୁ ପରେ ଉତ୍ତେଜନା। ଜାତୀୟ ରାଜପଥ ଅବରୋଧ କରିଛନ୍ତି ଉତ୍ତ୍ୟକ୍ତ ଲୋକେ। ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଯୋଡ଼ି ପଥର ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ଯୋଡ଼ି ପଥର ଗାଁର କୃଷ୍ଣ ଦଳବେହେରା କୌଣସି କାର୍ୟ୍ୟରେ ଚାନ୍ଦିପୁଟ ଯାଇଥିଲେ। କାର୍ୟ୍ୟ ସାରି ଫେରିଲା ବେଳେ ଘନ କୁହୁଡି ଯୋଗୁଁ ବିଦ୍ୟୁତ ତାର ତଳେ ଛିଣ୍ଡି ପଡ଼ିଥିବା ଦେଖି ପାରିନଥିଲେ। ଫଳରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ପ୍ରାଣ ହରାଇଥିଲେ କୃଷ୍ଣ ଦଳବେହେରା। ଏହାପରେ ପରିବାର ଲୋକ ଏବଂ ଅଞ୍ଚଳବାସୀ ମୃତ ପରିବାରକୁ କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ ଅବରୋଧ କରିଛନ୍ତି। ପାରଳାଖେମୁଣ୍ଡି ଠାରୁ ମୋହନା ଓ ବ୍ରହ୍ମପୁରକୁ ରାସ୍ତାରୋକ କରିଛନ୍ତି ଅଞ୍ଚଳବାସୀ।