ବିଦ୍ୟୁତ୍ ବିଲ୍ ଆଦାୟ କରିବାକୁ ଯାଇ କାଠ ଫାଳିଆରେ ମାଡ଼ ଖାଇଲେ କର୍ମଚାରୀ
ଭେଡ଼େନ,୨୧।୧ (ସୁଦନ ମହାକୁର): ବରଗଡ଼ ଜିଲା ଭେଡ଼େନ ଥାନା ଋଷୁଡ଼ା ଫାଣ୍ଡି ଅର୍ନ୍ତଗତ ଉଦେପୁର ଗ୍ରାମରେ ବିଦ୍ୟୁତ୍ ବିଲ୍ ଆଦାୟକୁ କେନ୍ଦ୍ରକରି କର୍ମଚାରୀଙ୍କୁ ଆକ୍ରମଣ ଘଟଣାରେ ପୋଲିସ ୨ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ଶୁଭେନ୍ଦୁ ମହାପାତ୍ର(୨୬ )ଏବଂ କାମଦେବ ମହାପାତ୍ର (୨୧)। ଉଭୟଙ୍କୁ ରବିବାର କୋର୍ଟ ଚାଲାଣ କରାଯାଇଛି। ଏ ନେଇ ଭେଡ଼େନ ଥାନାରେ ଏକ ମାମଲା (ନଂ.୧୯/୨୪) ରୁଜୁ ହୋଇଛି। ମିଳିଥିବା ସୂଚନା ମୁତାବକ, ଖୁଣ୍ଟୁଲିପାଲି ସେକ୍ସନର କନିଷ୍ଠ ଯନ୍ତ୍ରୀ ତାରିଣୀ ପ୍ରସାଦ […] The post ବିଦ୍ୟୁତ୍ ବିଲ୍ ଆଦାୟ କରିବାକୁ ଯାଇ କାଠ ଫାଳିଆରେ ମାଡ଼ ଖାଇଲେ କର୍ମଚାରୀ appeared first on Dharitri Odia News.
ଭେଡ଼େନ,୨୧।୧ (ସୁଦନ ମହାକୁର): ବରଗଡ଼ ଜିଲା ଭେଡ଼େନ ଥାନା ଋଷୁଡ଼ା ଫାଣ୍ଡି ଅର୍ନ୍ତଗତ ଉଦେପୁର ଗ୍ରାମରେ ବିଦ୍ୟୁତ୍ ବିଲ୍ ଆଦାୟକୁ କେନ୍ଦ୍ରକରି କର୍ମଚାରୀଙ୍କୁ ଆକ୍ରମଣ ଘଟଣାରେ ପୋଲିସ ୨ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ଶୁଭେନ୍ଦୁ ମହାପାତ୍ର(୨୬ )ଏବଂ କାମଦେବ ମହାପାତ୍ର (୨୧)। ଉଭୟଙ୍କୁ ରବିବାର କୋର୍ଟ ଚାଲାଣ କରାଯାଇଛି। ଏ ନେଇ ଭେଡ଼େନ ଥାନାରେ ଏକ ମାମଲା (ନଂ.୧୯/୨୪) ରୁଜୁ ହୋଇଛି।
ମିଳିଥିବା ସୂଚନା ମୁତାବକ, ଖୁଣ୍ଟୁଲିପାଲି ସେକ୍ସନର କନିଷ୍ଠ ଯନ୍ତ୍ରୀ ତାରିଣୀ ପ୍ରସାଦ ଦାଶଙ୍କ ନେତୃତ୍ୱରେ ବିଦ୍ୟୁତ୍ କର୍ମଚାରୀମାନେ ବକେୟା ବିଲ୍ ଆଦାୟ କରିବା ପାଇଁ ଉଦେପୁର ଗ୍ରାମକୁ ଯାଇଥିଲେ। ଏହି ସମୟରେ ଅଭିଯୁକ୍ତ ଦ୍ୱୟ ଅତର୍କିତ ଭାବେ କାଠ ଫାଳିଆରେ ସେମାନଙ୍କୁ ଆକ୍ରମଣ କରିଥିଲେ। ଏଥିରେ ବିଦ୍ୟୁତ୍ କର୍ମଚାରୀ ପପୁନ ଦନ୍ତା ଏବଂ ଶୁଭେନ୍ଦୁ ଦାଶ ଗୁରୁତର ହୋଇଥିଲେ। ଋଷୁଡ଼ା ଫାଣ୍ଡି ଅଧିକାରୀ ପ୍ରମୋଦ କୁମାର ସାହୁ ଘଟଣାର ତଦନ୍ତ କରି ଅଭିଯୁକ୍ତଙ୍କୁ ଗିରଫ କରିଥିଲେ।
The post ବିଦ୍ୟୁତ୍ ବିଲ୍ ଆଦାୟ କରିବାକୁ ଯାଇ କାଠ ଫାଳିଆରେ ମାଡ଼ ଖାଇଲେ କର୍ମଚାରୀ appeared first on Dharitri Odia News.