ବିଧାନସଭା ଅଧିବେଶନରେ ଉପସ୍ଥାପିତ ହେବ ରତ୍ନ ଭଣ୍ଡାର ଚାବି ହଜିବା ସମ୍ପର୍କିତ ତଦନ୍ତ କମିଶନ ରିପୋର୍ଟ

କଟକ: ଆସନ୍ତା ବିଧାନସଭା ଅଧିବେଶନବେଳେ ଗୃହରେ ଉପସ୍ଥାପିତ ହେବ, ରତ୍ନ ଭଣ୍ଡାର ଚାବି ହଜିବା ସମ୍ପର୍କିତ ତଦନ୍ତ କମିଶନ ରିପୋର୍ଟ। ଏନେଇ ବୁଧବାର ରାଜ୍ୟ ସରକାରଙ୍କ ପକ୍ଷରୁ ହାଇକୋର୍ଟଙ୍କୁ ଅବଗତ କରାଇଛନ୍ତି ରାଜ୍ୟ ସରକାର। ସୂଚନାଥାଉକି, ରତ୍ନ ଭଣ୍ଡାର ଚାବି ହଜିବା ଘଟଣାର ତଦନ୍ତ ପାଇଁ ଜଷ୍ଟିସ ରଘୁବୀର ଦାସ କମିଶନ ଗଠିତ ହୋଇଥିଲା। କିନ୍ତୁ କମିଶନ ଯେଉଁ ରିପୋର୍ଟ ଦେଇଥିଲେ, ତାହା ସାର୍ବଜନୀନ ହେଲାନାହିଁ। ଯାହାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାୟର କରାଯାଇଥିଲା। ଏହି ପ୍ରସଙ୍ଗରେ ବୁଧବାର ଶୁଣାଣି ହେବାର ଥିଲେବି ଏଥିପାଇଁ ଆଉ ଗୋଟିଏ ଦିନ ଧାର୍ଯ୍ୟ ହୋଇଛି। ତେବେ ରାଜ୍ୟ ସରକାର ଯେଉଁ ସତ୍ୟପାଠ ଦାଖଲ କରିଛନ୍ତି, ସେଥିରେ ରହିଛି ରତ୍ନ ଭଣ୍ଡାର ମତାମତି ଏବଂ ଗଣତି ମଣତି ଲାଗି ସ୍ୱତନ୍ତ୍ର କମିଟି ଗଠିତ ହୋଇଛି। ଜଷ୍ଟିସ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟି ତା’ର କାମ ଆରମ୍ଭ କରିଦେଇଛି। ରତ୍ନ ଭଣ୍ଡାର ମରାମତି କାର୍ଯ୍ୟ ପାଇଁ ମଧ୍ୟ ପଦକ୍ଷେପ ନିଆଯାଇଥିବା ସତ୍ୟପାଠରେ ଉଲ୍ଲେଖ ରହିଛି। ତେବେ ଜଷ୍ଟିସ ରଘୁବୀର ଦାସ କମିଶନ ରିପୋର୍ଟ ଆସନ୍ତା ବିଧାନସଭା ଅଧିବେଶନ ବେଳେ ଗୃହରେ ଉପସ୍ଥାପନ କରାଯିବ ବୋଲି ହାଇକୋର୍ଟଙ୍କୁ ଅବଗତ କରାଇଛନ୍ତି ରାଜ୍ୟ ସରକାର।

ବିଧାନସଭା ଅଧିବେଶନରେ ଉପସ୍ଥାପିତ ହେବ ରତ୍ନ ଭଣ୍ଡାର ଚାବି ହଜିବା ସମ୍ପର୍କିତ ତଦନ୍ତ କମିଶନ ରିପୋର୍ଟ

କଟକ: ଆସନ୍ତା ବିଧାନସଭା ଅଧିବେଶନବେଳେ ଗୃହରେ ଉପସ୍ଥାପିତ ହେବ, ରତ୍ନ ଭଣ୍ଡାର ଚାବି ହଜିବା ସମ୍ପର୍କିତ ତଦନ୍ତ କମିଶନ ରିପୋର୍ଟ। ଏନେଇ ବୁଧବାର ରାଜ୍ୟ ସରକାରଙ୍କ ପକ୍ଷରୁ ହାଇକୋର୍ଟଙ୍କୁ ଅବଗତ କରାଇଛନ୍ତି ରାଜ୍ୟ ସରକାର। 

ସୂଚନାଥାଉକି, ରତ୍ନ ଭଣ୍ଡାର ଚାବି ହଜିବା ଘଟଣାର ତଦନ୍ତ ପାଇଁ ଜଷ୍ଟିସ ରଘୁବୀର ଦାସ କମିଶନ ଗଠିତ ହୋଇଥିଲା। କିନ୍ତୁ କମିଶନ ଯେଉଁ ରିପୋର୍ଟ ଦେଇଥିଲେ, ତାହା ସାର୍ବଜନୀନ ହେଲାନାହିଁ। ଯାହାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାୟର କରାଯାଇଥିଲା। 

ଏହି ପ୍ରସଙ୍ଗରେ ବୁଧବାର ଶୁଣାଣି ହେବାର ଥିଲେବି ଏଥିପାଇଁ ଆଉ ଗୋଟିଏ ଦିନ ଧାର୍ଯ୍ୟ ହୋଇଛି। ତେବେ ରାଜ୍ୟ ସରକାର ଯେଉଁ ସତ୍ୟପାଠ ଦାଖଲ କରିଛନ୍ତି, ସେଥିରେ ରହିଛି ରତ୍ନ ଭଣ୍ଡାର ମତାମତି ଏବଂ ଗଣତି ମଣତି ଲାଗି ସ୍ୱତନ୍ତ୍ର କମିଟି ଗଠିତ ହୋଇଛି। ଜଷ୍ଟିସ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟି ତା’ର କାମ ଆରମ୍ଭ କରିଦେଇଛି। 

ରତ୍ନ ଭଣ୍ଡାର ମରାମତି କାର୍ଯ୍ୟ ପାଇଁ ମଧ୍ୟ ପଦକ୍ଷେପ ନିଆଯାଇଥିବା ସତ୍ୟପାଠରେ ଉଲ୍ଲେଖ ରହିଛି। ତେବେ ଜଷ୍ଟିସ ରଘୁବୀର ଦାସ କମିଶନ ରିପୋର୍ଟ ଆସନ୍ତା ବିଧାନସଭା ଅଧିବେଶନ ବେଳେ ଗୃହରେ ଉପସ୍ଥାପନ କରାଯିବ ବୋଲି ହାଇକୋର୍ଟଙ୍କୁ ଅବଗତ କରାଇଛନ୍ତି ରାଜ୍ୟ ସରକାର।