ଲଗାଣ ବର୍ଷାରେ ବେହାଲ ଜନଜୀବନ, ପାହାଡ ଧସିବାରୁ ରାସ୍ତା ବନ୍ଦ
କାଲିମେଳା ୨୨/୦୭: ଗତ ୪ଦିନ ହେଲା କାଲିମେଳା ବ୍ଲକରେ ଲଗାଣ ବର୍ଷା ଲାଗି ରହିଛି । ଫଳରେ ଜନଜୀବନ ଅସ୍ତ ବ୍ୟସ୍ତ ହୋଇପଡ଼ିଛି । ଲୋକମାନେ ନାହିଁ ନଥିବା ଅସୁବିଧାର ସମୁଖୀନ ହେଉଛନ୍ତି । ୩ଦିନ ହେଲା ଜାତୀୟ ରାଜପଥ ବନ୍ଦ ରହିଥିବାରୁ ଯାନବାହାନ ଚଳାଚଳ ବନ୍ଦ ରହିଛି । ତେବେ ପ୍ରବଳ ବର୍ଷାରେ ଗତ ଶନିବାର ରାତିଠୁ ସାନଟେକଗୁଡ଼ା ନିକଟରେ ଏକ ପାହାଡ଼ ଧସି ଯିବାରୁ ରାସ୍ତା ବନ୍ଦ ହୋଇଯାଇଛି । ଫଳରେ କାଲିମେଳା ବ୍ଲକ ର ବଡ଼ିଗେଟା ଗ୍ରାମ ପଂଚାୟତ ସହିତ ଭେଜାଙ୍ଗିୱାଡା ଗ୍ରାମ ପଂଚାୟତ ଗାଁ ମାନଙ୍କ ସହିତ ଯୋଗାଯୋଗ ବିଛିନ୍ନ ହୋଇପଡ଼ିଛି। ମାରିଗେଟା, କୁରୁବ, ଟେକଗୁଡା, ଟେକଗୁଡା କଲୋନୀ, ଟେକଗୁଡା -ଏ, ଓ ଟେକଗୁଡ଼ା -ବି ଇତି୍ୟାଦି ବଡ଼ିଗେଟା ଗ୍ରାମ ପଞ୍ଚାୟତ ଗାଁ ମାନଙ୍କ ସହିତ ଭେଜାଙ୍ଗିୱାଡା ଗ୍ରାମ ପଞ୍ଚାୟତ ର ବଡ଼ିଲି କୁରକୁଣ୍ଡି, ଭେଜାଙ୍ଗିୱାଡା ପଞ୍ଚାୟତ ସହିତ ଯୋଗାଯୋଗ ବନ୍ଧ ରହିଛି ।
କାଲିମେଳା ୨୨/୦୭: ଗତ ୪ଦିନ ହେଲା କାଲିମେଳା ବ୍ଲକରେ ଲଗାଣ ବର୍ଷା ଲାଗି ରହିଛି । ଫଳରେ ଜନଜୀବନ ଅସ୍ତ ବ୍ୟସ୍ତ ହୋଇପଡ଼ିଛି । ଲୋକମାନେ ନାହିଁ ନଥିବା ଅସୁବିଧାର ସମୁଖୀନ ହେଉଛନ୍ତି । ୩ଦିନ ହେଲା ଜାତୀୟ ରାଜପଥ ବନ୍ଦ ରହିଥିବାରୁ ଯାନବାହାନ ଚଳାଚଳ ବନ୍ଦ ରହିଛି ।
ତେବେ ପ୍ରବଳ ବର୍ଷାରେ ଗତ ଶନିବାର ରାତିଠୁ ସାନଟେକଗୁଡ଼ା ନିକଟରେ ଏକ ପାହାଡ଼ ଧସି ଯିବାରୁ ରାସ୍ତା ବନ୍ଦ ହୋଇଯାଇଛି । ଫଳରେ କାଲିମେଳା ବ୍ଲକ ର ବଡ଼ିଗେଟା ଗ୍ରାମ ପଂଚାୟତ ସହିତ ଭେଜାଙ୍ଗିୱାଡା ଗ୍ରାମ ପଂଚାୟତ ଗାଁ ମାନଙ୍କ ସହିତ ଯୋଗାଯୋଗ ବିଛିନ୍ନ ହୋଇପଡ଼ିଛି।
ମାରିଗେଟା, କୁରୁବ, ଟେକଗୁଡା, ଟେକଗୁଡା କଲୋନୀ, ଟେକଗୁଡା -ଏ, ଓ ଟେକଗୁଡ଼ା -ବି ଇତି୍ୟାଦି ବଡ଼ିଗେଟା ଗ୍ରାମ ପଞ୍ଚାୟତ ଗାଁ ମାନଙ୍କ ସହିତ ଭେଜାଙ୍ଗିୱାଡା ଗ୍ରାମ ପଞ୍ଚାୟତ ର ବଡ଼ିଲି କୁରକୁଣ୍ଡି, ଭେଜାଙ୍ଗିୱାଡା ପଞ୍ଚାୟତ ସହିତ ଯୋଗାଯୋଗ ବନ୍ଧ ରହିଛି ।