‘ବିଧାନସଭା ଇତିହାସରେ କଳଙ୍କିତ ଇତିହାସ’
ଭୁବନେଶ୍ୱର,୨୬।୩:ରାଜ୍ୟରେ ମହିଳା ଅସୁରକ୍ଷିତ ଦର୍ଶାଇ ଗୃହକମିଟି ଦାବି କରି କଂଗ୍ରେସର ୧୪ ସଦସ୍ୟ ନିଲମ୍ବନ ହେବା ଘଟଣାକୁ ନେଇ ରାଜ୍ୟ କଂଗ୍ରେସ ପ୍ରତିବାଦ କରିଆସୁଛି । ଏହି ଘଟଣାକୁ ନେଇ ବିଧାନସଭାକୁ ଘେରିବାକୁ କଂଗ୍ରେସ ପ୍ରସ୍ତୁତ ହୋଇଛି। କଂଗ୍ରେସର ଏହି କାର୍ଯ୍ୟକ୍ରମକୁ ରାଜ୍ୟବାସୀ ସମର୍ଥନ ଦେବେ ବୋଲି ରାଜ୍ୟ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ କହିଛନ୍ତି। ବୁଧବାର କଂଗ୍ରେସ ଭବନଠାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଦାସ କହିଛନ୍ତ ସରକାର କିଭଳି ପୁଲିସକୁ ହାତବାରିସି କରି ବିରୋଧୀଙ୍କ […] The post ‘ବିଧାନସଭା ଇତିହାସରେ କଳଙ୍କିତ ଇତିହାସ’ appeared first on Dharitri Odia News.
ଭୁବନେଶ୍ୱର,୨୬।୩:ରାଜ୍ୟରେ ମହିଳା ଅସୁରକ୍ଷିତ ଦର୍ଶାଇ ଗୃହକମିଟି ଦାବି କରି କଂଗ୍ରେସର ୧୪ ସଦସ୍ୟ ନିଲମ୍ବନ ହେବା ଘଟଣାକୁ ନେଇ ରାଜ୍ୟ କଂଗ୍ରେସ ପ୍ରତିବାଦ କରିଆସୁଛି । ଏହି ଘଟଣାକୁ ନେଇ ବିଧାନସଭାକୁ ଘେରିବାକୁ କଂଗ୍ରେସ ପ୍ରସ୍ତୁତ ହୋଇଛି। କଂଗ୍ରେସର ଏହି କାର୍ଯ୍ୟକ୍ରମକୁ ରାଜ୍ୟବାସୀ ସମର୍ଥନ ଦେବେ ବୋଲି ରାଜ୍ୟ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ କହିଛନ୍ତି।
ବୁଧବାର କଂଗ୍ରେସ ଭବନଠାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଦାସ କହିଛନ୍ତ ସରକାର କିଭଳି ପୁଲିସକୁ ହାତବାରିସି କରି ବିରୋଧୀଙ୍କ ଉପରେ ଦମନ ନୀତି ଚଳାଇଛନ୍ତି ତା’ର ନମୁନା ବିଧାନସଭାରେ ଦେଖିବାକୁ ମିଳିଛି। ମହିଳାଙ୍କୁ ସୁରକ୍ଷା ଦେବ କହି କ୍ଷମତାସୀନ ହେବା ପରେ ଭାଜପା ତା’ର ମୂଳ ଲକ୍ଷ୍ୟରୁ ଦୂରେଇ ଯାଇଛି। ସବୁ ନିୟମକାନୁନକୁ ଜଳାଞ୍ଜଳି ଦେଇଛି। ନୀତିକୁ ଅନୀତି କରିଛି। ମଙ୍ଗଳବାର ଗୃହର ୧୪ ସଦସ୍ୟଙ୍କୁ ନିଲମ୍ବନ କରିବା ଏବଂ ସେମାନଙ୍କୁ ମାଡ଼ମାରି କ୍ଷତାକ୍ତ କରିବା ଏହାର ସଦ୍ୟ ଉଦାହରଣ। ଏହାଦ୍ୱାରା ବିଧାନସଭା ଇତିହାସରେ କଙ୍କଳିତ ଇତିହାସ ସୃଷ୍ଟି ହୋଇଛି। ଏସବୁକୁ ରାଜ୍ୟବାସୀ ଦେଖୁଛନ୍ତି। ଆଗାମୀ ଦିନରେ ଏହାର ଉଚିତ୍ ଜବାବ ଦେବେ ବୋଲି ଦାସ କହିଛନ୍ତି। ଏହାଛଡ଼ା ଅଗଣତାନ୍ତ୍ରିକ ଉପାୟରେ ବିରୋଧୀଙ୍କ ସ୍ବରକୁ ଚାପିବା ପାଇଁ ଉଦ୍ୟମ କରାଯାଉଛି। ସରକାର ଯେଉଁ ଗୁଣ୍ଡାରାଜ୍ ଚଳାଇଛନ୍ତି ତା’ର ଦୃଢ଼ ଜବାବ ଦିଆଯିବ ବୋଲି ଦାସ କହିଛନ୍ତି।
ଅପରପକ୍ଷେ କଂଗ୍ରେସ ପକ୍ଷରୁ ରାମ ମନ୍ଦିର ସାମ୍ନାରୁ ପଦଯାତ୍ରା ବାହାରି ବିଧାନସଭା ପର୍ଯ୍ୟନ୍ତ ଯିବ ବୋଲଇ ଜଣାପଡ଼ିଛି। ଏହାକୁ ନେଇ ଭୁବନେଶ୍ୱରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଯାତାୟାତରେ ଅସୁବିଧା ହେବାର ସମ୍ଭାବନା ଥିବାରୁ ଲୋକମାନଙ୍କୁ ଅନ୍ୟ ରାସ୍ତା ବାଛିବାକୁ କୁହାଯାଇଛି।
The post ‘ବିଧାନସଭା ଇତିହାସରେ କଳଙ୍କିତ ଇତିହାସ’ appeared first on Dharitri Odia News.