ବିଧାନସଭା ପାଇଁ ଶେଷ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ, କାକଟପୁରରୁ ଲଢ଼ିବେ ବିଶ୍ବଭୂଷଣ ଦାସ

ଭୁବନେଶ୍ବର: ଆସିଲା କଂଗ୍ରେସର ଅନ୍ତିମ ବିଧାନସଭା ପ୍ରାର୍ଥୀଙ୍କ ନାଁ। ମଙ୍ଗଳବାର କାକଟପୁର ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ। ବିଶ୍ବଭୂଷଣ ଦାସ ହେଲେ କାକଟପୁର ବିଧାନସଭା ପ୍ରାର୍ଥୀ। ଏହା ସହ କଂଗ୍ରେସର ସମୁଦାୟ ୧୪୭ ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା ସରିଛି। ଏବେ କେବଳ ୨ ଲୋକସଭା ସିଟ୍‌ରେ ପ୍ରାର୍ଥୀ ଘୋଷଣା କରିବାର ଅଛି।ସୂଚନାଥାଉକି, ଏହି ଆସନ ପାଇଁ ପୂର୍ବରୁ ବିଜେଡି ଏବଂ ବିଜେପି ପ୍ରାର୍ଥୀ ଘୋଷଣା କରିସାରିଛନ୍ତି । ବିଜେଡି ଏଠାରେ ପୁଣି ଥରେ ତୁଷାରକାନ୍ତି ବେହେରାଙ୍କୁ ପ୍ରାର୍ଥୀ କରିଥିବାବେଳେ ବିଜେପି ବାଇଧର ମଲ୍ଲିକଙ୍କୁ ପ୍ରାର୍ଥୀ କରିଛି। ବଡ଼ କଥା ହେଉଛି ୨୦୦୦ ମସିହାରୁ ଏହି ଆସନ ବିଜେଡି ହାତରେ ରହିଆସିଛି। ଏମିତି ସ୍ଥିତିରେ ଏଥର ମଧ୍ୟ ଲଢ଼େଇ ଜୋରଦାର ହେବା ନେଇ କୁହାଯାଉଛି। ସେପଟେ ବିଶ୍ବଭୂଷଣଙ୍କୁ ଟିକେଟ ମିଳିବା ପରେ ଖୁସି ମନାଇଛନ୍ତି ତାଙ୍କ ସମର୍ଥକ। ଟିକେଟ ପାଇବା ପରେ ପ୍ରତିକ୍ରିୟା ରଖି ବିଶ୍ବଭୂଷଣ ସଭାପତି ଶରତ ପଟ୍ଟନାୟକ, ପ୍ରଭାରୀ ଅଜୟ କୁମାରଙ୍କ ଧନ୍ୟବାଦ ଦେବା ସହ କହିଛନ୍ତି ‘‘ଦଳ ମୋ ଉପରେ ପୁଣି ଭରସା କରିଥିବାରୁ ଧନ୍ୟବାଦ। କାକଟପୁର ଅଞ୍ଚଳରେ ରହିଥିବା କାମ ପୂରଣ ହେବ। ଲଢ଼େଇ ଜୋରଦାର ହେବ। ଅନେକ ସମସ୍ୟା ରହିଛି ଯାହା ପୂରଣ ହୋଇନାହିଁ। ଏସବୁ ପ୍ରସଙ୍ଗକୁ ମୁଦ୍ଦା କରି ଲଢ଼ିବ କଂଗ୍ରେସ।’’ ସୂଚନାଯୋଗ୍ୟ, ଓଡ଼ିଶାରେ ବିଧାନସଭା ଓ ଲୋକସଭା ନିର୍ବାଚନ

ବିଧାନସଭା ପାଇଁ ଶେଷ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ, କାକଟପୁରରୁ ଲଢ଼ିବେ ବିଶ୍ବଭୂଷଣ ଦାସ

ଭୁବନେଶ୍ବର: ଆସିଲା କଂଗ୍ରେସର ଅନ୍ତିମ ବିଧାନସଭା ପ୍ରାର୍ଥୀଙ୍କ ନାଁ। ମଙ୍ଗଳବାର କାକଟପୁର ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ। ବିଶ୍ବଭୂଷଣ ଦାସ ହେଲେ କାକଟପୁର ବିଧାନସଭା ପ୍ରାର୍ଥୀ। ଏହା ସହ କଂଗ୍ରେସର ସମୁଦାୟ ୧୪୭ ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା ସରିଛି। ଏବେ କେବଳ ୨ ଲୋକସଭା ସିଟ୍‌ରେ ପ୍ରାର୍ଥୀ ଘୋଷଣା କରିବାର ଅଛି।

ସୂଚନାଥାଉକି, ଏହି ଆସନ ପାଇଁ ପୂର୍ବରୁ ବିଜେଡି ଏବଂ ବିଜେପି ପ୍ରାର୍ଥୀ ଘୋଷଣା କରିସାରିଛନ୍ତି । ବିଜେଡି ଏଠାରେ ପୁଣି ଥରେ ତୁଷାରକାନ୍ତି ବେହେରାଙ୍କୁ ପ୍ରାର୍ଥୀ କରିଥିବାବେଳେ ବିଜେପି ବାଇଧର ମଲ୍ଲିକଙ୍କୁ ପ୍ରାର୍ଥୀ କରିଛି। ବଡ଼ କଥା ହେଉଛି ୨୦୦୦ ମସିହାରୁ ଏହି ଆସନ ବିଜେଡି ହାତରେ ରହିଆସିଛି। ଏମିତି ସ୍ଥିତିରେ ଏଥର ମଧ୍ୟ ଲଢ଼େଇ ଜୋରଦାର ହେବା ନେଇ କୁହାଯାଉଛି। 

ସେପଟେ ବିଶ୍ବଭୂଷଣଙ୍କୁ ଟିକେଟ ମିଳିବା ପରେ ଖୁସି ମନାଇଛନ୍ତି ତାଙ୍କ ସମର୍ଥକ। ଟିକେଟ ପାଇବା ପରେ ପ୍ରତିକ୍ରିୟା ରଖି ବିଶ୍ବଭୂଷଣ ସଭାପତି ଶରତ ପଟ୍ଟନାୟକ, ପ୍ରଭାରୀ ଅଜୟ କୁମାରଙ୍କ ଧନ୍ୟବାଦ ଦେବା ସହ କହିଛନ୍ତି ‘‘ଦଳ ମୋ ଉପରେ ପୁଣି ଭରସା କରିଥିବାରୁ ଧନ୍ୟବାଦ। କାକଟପୁର ଅଞ୍ଚଳରେ ରହିଥିବା କାମ ପୂରଣ ହେବ। ଲଢ଼େଇ ଜୋରଦାର ହେବ। ଅନେକ ସମସ୍ୟା ରହିଛି ଯାହା ପୂରଣ ହୋଇନାହିଁ। ଏସବୁ ପ୍ରସଙ୍ଗକୁ ମୁଦ୍ଦା କରି ଲଢ଼ିବ କଂଗ୍ରେସ।’’ 

ସୂଚନାଯୋଗ୍ୟ, ଓଡ଼ିଶାରେ ବିଧାନସଭା ଓ ଲୋକସଭା ନିର୍ବାଚନ ଏକ ସଙ୍ଗେ ହେବାକୁ ଯାଉଛି। ଏଠାରେ ୪ଟି ପର୍ଯ୍ୟାୟରେ ମତଦାନ ହେବ। ମେ ୧୩ରେ ପ୍ରଥମ ପର୍ଯ୍ୟାୟ, ମେ ୨୦ରେ ଦ୍ଵିତୀୟ, ମେ ୨୫ରେ ତୃତୀୟ ଓ ଜୁନ ୧ ତାରିଖରେ ଚତୁର୍ଥ ପର୍ଯ୍ୟାୟ ମତଦାନ ହେବ। ସମଗ୍ର ଦେଶରେ ମେ ୪ ତାରିଖରେ ଭୋଟ୍ ଗଣତି ହେବ।