'ବିଧାନସଭାରୁ ସଂସଦକୁ ଯିବା ମୋ ପାଇଁ ବହୁତ ବଡ଼ ସୁଯୋଗ'

ରାଜ୍ୟସଭା ପ୍ରାର୍ଥୀକୁ ନେଇ ଦେବାଶିଷ ସାମନ୍ତରାୟ କହିଛନ୍ତି, ବିଧାନସଭାରୁ ସଂସଦକୁ ଯିବା ମୋ ପାଇଁ ବହୁତ ବଡ଼ ସୁଯୋଗ। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଉଛି। 

'ବିଧାନସଭାରୁ ସଂସଦକୁ ଯିବା ମୋ ପାଇଁ ବହୁତ ବଡ଼ ସୁଯୋଗ'

ରାଜ୍ୟରେ ଖାଲି ପଡ଼ିଥିବା ୩ଟି ରାଜ୍ୟସଭା ଆସନ ମଧ୍ୟରୁ ୨ଟି ପାଇଁ ବିଜେଡି ନିଜର ପ୍ରାର୍ଥୀ ଘୋଷଣା କରିଛି। କଟକର ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ଓ ଯୁବ ବିଜେଡି ଉପସଭାପତି ପୁରୀର ଶୁଭାଶିଷ ଖୁଣ୍ଟିଆଙ୍କୁ ଦଳ ରାଜ୍ୟସଭା ପ୍ରାର୍ଥୀ ଭାବେ ମନୋନୀତ କରିଛି । ଅନ୍ୟ ଗୋଟିଏ ଆସନରେ କିଏ ପ୍ରାର୍ଥୀ ହେବ ତାହା ଉପରେ ସସପେନ୍ସ ଲାଗି ରହିଛି। ରାଜ୍ୟସଭା ପ୍ରାର୍ଥୀକୁ ନେଇ ଦେବାଶିଷ ସାମନ୍ତରାୟ କହିଛନ୍ତି, ବିଧାନସଭାରୁ ସଂସଦକୁ ଯିବା ମୋ ପାଇଁ ବହୁତ ବଡ଼ ସୁଯୋଗ। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଉଛି। ତେବେ ସେ ଅଧିକ କଣ କହିଛନ୍ତି ଶୁଣନ୍ତୁ।