ବିଧାନସଭାରେ ଉଠିଲା ପାନୀୟ ଜଳ ପ୍ରସଙ୍ଗ, ମନ୍ତ୍ରୀ କହିଲେ- ୧୬ଟି କାମ ସରିଛି, ବାକି ଖୁବଶୀଘ୍ର ଶେଷ ହେବ…

ଭୁବନେଶ୍ୱର ୦୩।୧୨ : ବିଧାନସଭା ଶୀତ ଅଧିବେଶନ । ମଙ୍ଗଳବାର ଦିନ ଗୃହ କାର୍ଯ୍ୟ ସୁରୁଖୁରୁରେ ଚାଲିଛି । ବିଭିନ୍ନ ପ୍ରଶ୍ନର ଉତ୍ତର ରଖୁଛନ୍ତି ବିଭାଗୀୟ ମନ୍ତ୍ରୀ । ଏହିକ୍ରମରେ ବିଧାୟକ ସୌଭିକ ବିଶ୍ୱାଳଙ୍କ ପାନୀୟ ଜଳ ପ୍ରକଳ୍ପ ନେଇ ପ୍ରଶ୍ନ ପଚାରିଥିଲେ । ଯାହାର ଉତ୍ତର ଦେଇ ବିଭାଗୀୟ ମନ୍ତ୍ରୀ କହିଛନ୍ତି ଯେ, ମେଗା ପାଇପ ଜଳ ଯୋଗାଣ ପ୍ରକଳ୍ପ ପୂର୍ଣ୍ଣାଙ୍ଗ ହୋଇଛି । ବର୍ତ୍ତମାନ ରାଜ୍ୟରେ ୧୯୧ଟି ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣଧୀନ ରହିଛି । ଏହାବାଦ୍ ୧୬ଟି ନିର୍ମାଣ କାମ ପୁରା ହୋଇଛି । ଏହାପରେ ପ୍ରଥମ ପର୍ଯ୍ୟାୟରେ ମାର୍ଚ୍ଚ ୨୦୨୫ ସୁଦ୍ଧା ୫୬ଟି କାମ ସଂପୂର୍ଣ୍ଣ ହେବ । ବାକି ଡିସେମ୍ବର ୨୦୨୫ ସୁଦ୍ଧା ଆଉ ୫୪ଟି ସଂପୂର୍ଣ୍ଣ ହେବ । ୨୦୨୨-୨୩ ଶେଷ ଭାଗରେ ଆରମ୍ଭ ହୋଇଥିବା ମେଗା ପାଇପ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ୮୧ଟି ୨୦୨୬ ସୁଦ୍ଧା ପୁରା ହୋଇଯିବ ।  ସେହିପରି ମେଗା ଜଳ ପ୍ରକଳ୍ପ କାମ ନେଇ ପୂର୍ବ ସରକାରକୁ ମଧ୍ୟ ଟାର୍ଗେଟ କରିଛନ୍ତି ବିଭାଗୀୟ ମନ୍ତ୍ରୀ । ପୂର୍ବ ସରକାର ସମୟରେ ଠିକାଦାର ମାନେ ମଲେଇ ନେଇ ପଳେଇଛନ୍ତି । ପୂର୍ବ ସରକାର କେବଳ ପାଇପ ବିଛାଇବା କାମ କରିଥିଲେ । କେବଳ ଘରକୁ ଟ୍ୟାପ ଲଗାଇଛନ୍ତି । ଯେଉଁମାନେ ଠିକା ନେଇଥିଲେ, ସେମାନ ୫୮ ପ୍ରତିଶତ ପଇସା ନେଇ ପଳାଇଛନ୍ତି ।  

ବିଧାନସଭାରେ ଉଠିଲା ପାନୀୟ ଜଳ ପ୍ରସଙ୍ଗ, ମନ୍ତ୍ରୀ କହିଲେ- ୧୬ଟି କାମ ସରିଛି, ବାକି ଖୁବଶୀଘ୍ର ଶେଷ ହେବ…

ଭୁବନେଶ୍ୱର ୦୩।୧୨ : ବିଧାନସଭା ଶୀତ ଅଧିବେଶନ । ମଙ୍ଗଳବାର ଦିନ ଗୃହ କାର୍ଯ୍ୟ ସୁରୁଖୁରୁରେ ଚାଲିଛି । ବିଭିନ୍ନ ପ୍ରଶ୍ନର ଉତ୍ତର ରଖୁଛନ୍ତି ବିଭାଗୀୟ ମନ୍ତ୍ରୀ । ଏହିକ୍ରମରେ ବିଧାୟକ ସୌଭିକ ବିଶ୍ୱାଳଙ୍କ ପାନୀୟ ଜଳ ପ୍ରକଳ୍ପ ନେଇ ପ୍ରଶ୍ନ ପଚାରିଥିଲେ । 

ଯାହାର ଉତ୍ତର ଦେଇ ବିଭାଗୀୟ ମନ୍ତ୍ରୀ କହିଛନ୍ତି ଯେ, ମେଗା ପାଇପ ଜଳ ଯୋଗାଣ ପ୍ରକଳ୍ପ ପୂର୍ଣ୍ଣାଙ୍ଗ ହୋଇଛି । ବର୍ତ୍ତମାନ ରାଜ୍ୟରେ ୧୯୧ଟି ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣଧୀନ ରହିଛି । ଏହାବାଦ୍ ୧୬ଟି ନିର୍ମାଣ କାମ ପୁରା ହୋଇଛି । ଏହାପରେ ପ୍ରଥମ ପର୍ଯ୍ୟାୟରେ ମାର୍ଚ୍ଚ ୨୦୨୫ ସୁଦ୍ଧା ୫୬ଟି କାମ ସଂପୂର୍ଣ୍ଣ ହେବ । ବାକି ଡିସେମ୍ବର ୨୦୨୫ ସୁଦ୍ଧା ଆଉ ୫୪ଟି ସଂପୂର୍ଣ୍ଣ ହେବ । ୨୦୨୨-୨୩ ଶେଷ ଭାଗରେ ଆରମ୍ଭ ହୋଇଥିବା ମେଗା ପାଇପ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ୮୧ଟି ୨୦୨୬ ସୁଦ୍ଧା ପୁରା ହୋଇଯିବ ।  

ସେହିପରି ମେଗା ଜଳ ପ୍ରକଳ୍ପ କାମ ନେଇ ପୂର୍ବ ସରକାରକୁ ମଧ୍ୟ ଟାର୍ଗେଟ କରିଛନ୍ତି ବିଭାଗୀୟ ମନ୍ତ୍ରୀ । ପୂର୍ବ ସରକାର ସମୟରେ ଠିକାଦାର ମାନେ ମଲେଇ ନେଇ ପଳେଇଛନ୍ତି । ପୂର୍ବ ସରକାର କେବଳ ପାଇପ ବିଛାଇବା କାମ କରିଥିଲେ । କେବଳ ଘରକୁ ଟ୍ୟାପ ଲଗାଇଛନ୍ତି । ଯେଉଁମାନେ ଠିକା ନେଇଥିଲେ, ସେମାନ ୫୮ ପ୍ରତିଶତ ପଇସା ନେଇ ପଳାଇଛନ୍ତି ।