ବିଧାନସଭାରେ ଉଠିଲା ପ୍ରଶ୍ନ, ମାଗଣା ବିଜୁଳିକୁ ନେଇ ମନ୍ତ୍ରୀଙ୍କ ବଡ଼ ବୟାନ

ଭୁବନେଶ୍ୱର,୧୧।୯: ବିଧାନସଭାରେ ଉଠିଲା ମାଗଣା ବିଜୁଳି ପ୍ରସଙ୍ଗ। ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କଲେ ବିରୋଧୀ। ମାଗଣା ବିଜୁଳିକୁ ନେଇ କଂଗ୍ରେସ ବିଧାୟକ ଅଶୋକ ଦାସଙ୍କ ପ୍ରଶ୍ନର ବିଧାନସଭାରେ ଉତ୍ତର ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତି ମନ୍ତ୍ରୀ କନବର୍ଦ୍ଧନ ସିଂହଦେଓ। ମନ୍ତ୍ରୀ କହିଛନ୍ତି, ସୁଇଚ ଅଫ ନ କଲେ ବିଲ ଅଧିକ ଆସିବ। ଶକ୍ତି ସଂରକ୍ଷଣ ଶିଖନ୍ତୁ, ମାଗଣାରେ ବିଜୁଳି ପାଇବା ଆଶା ରଖନାହିଁ। କୌଣସି ସେବାକୁ ମାଗଣାରେ ଆଶା ରଖନ୍ତୁ ନାହିଁ। ଉପଭୋକ୍ତାଙ୍କୁ ସଚେତନତା […] The post ବିଧାନସଭାରେ ଉଠିଲା ପ୍ରଶ୍ନ, ମାଗଣା ବିଜୁଳିକୁ ନେଇ ମନ୍ତ୍ରୀଙ୍କ ବଡ଼ ବୟାନ appeared first on Dharitri Odia News.

ବିଧାନସଭାରେ ଉଠିଲା ପ୍ରଶ୍ନ, ମାଗଣା ବିଜୁଳିକୁ ନେଇ ମନ୍ତ୍ରୀଙ୍କ ବଡ଼ ବୟାନ

ଭୁବନେଶ୍ୱର,୧୧।୯: ବିଧାନସଭାରେ ଉଠିଲା ମାଗଣା ବିଜୁଳି ପ୍ରସଙ୍ଗ। ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କଲେ ବିରୋଧୀ। ମାଗଣା ବିଜୁଳିକୁ ନେଇ କଂଗ୍ରେସ ବିଧାୟକ ଅଶୋକ ଦାସଙ୍କ ପ୍ରଶ୍ନର ବିଧାନସଭାରେ ଉତ୍ତର ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତି ମନ୍ତ୍ରୀ କନବର୍ଦ୍ଧନ ସିଂହଦେଓ।

ମନ୍ତ୍ରୀ କହିଛନ୍ତି, ସୁଇଚ ଅଫ ନ କଲେ ବିଲ ଅଧିକ ଆସିବ। ଶକ୍ତି ସଂରକ୍ଷଣ ଶିଖନ୍ତୁ, ମାଗଣାରେ ବିଜୁଳି ପାଇବା ଆଶା ରଖନାହିଁ। କୌଣସି ସେବାକୁ ମାଗଣାରେ ଆଶା ରଖନ୍ତୁ ନାହିଁ। ଉପଭୋକ୍ତାଙ୍କୁ ସଚେତନତା ପାଇଁ ଭିଡିଓ ଏବଂ ମେସେଜ ଦିଆଯାଉଛି। ଅନେକ ସମୟରେ ସୁଇଚ ଅଫ କେହି କରୁନାହାଁନ୍ତି।

ଉଦାହରଣ ଦେଇ ମନ୍ତ୍ରୀ କହିଛନ୍ତି, ମୋବାଇଲ ଚାର୍ଜର ସୁଇଚ କେହି ବନ୍ଦ କରୁନାହାଁନ୍ତି, ଏହାଦ୍ୱାରା ଅଧିକ ବିଲ ଆସିଥାଏ। ଉପଭୋକ୍ତାମାନଙ୍କୁ ସଚେତନ କରିବାକୁ ମନ୍ତ୍ରୀ ସବୁ ବିଧାୟକଙ୍କୁ ନିବେଦନ କରିଛନ୍ତି। ମିଟର ଅସୁବିଧା ଥିଲେ ଟାଟା ପାୱାର କର୍ମଚାରୀ ପହଞ୍ଚି ସମସ୍ୟା ଦୂର କରିବେ।

କିନ୍ତୁ ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ଯୋଜନାରେ ଆବେଦନ କଲେ ୩୦୦ ୟୁନିଟ ବିଦ୍ୟୁତ ମାଗଣା ମିଳିବ ବୋଲି କହିଛନ୍ତି ମନ୍ତ୍ରୀ। ପିଏମ ସୂର୍ଯ୍ୟ ଘର ମାଗଣା ବଦ୍ୟୁତ ଯୋଜନାର ନିର୍ଦ୍ଧାରିତ ଲକ୍ଷ୍ୟ ଅନୁଯାୟୀ ସମସ୍ତ ଅଧିକାରୀଙ୍କୁ ନିଜ ନିଜ ଅଞ୍ଚଳରେ ପଞ୍ଜୀକରଣ କରିବା ପରେ ସୋଲାର ରୁଫଟପ ସ୍ଥାପନ କରିବାକୁ ପଡ଼ିବ। ଏହି ଯୋଜନା ଅନ୍ତର୍ଗତ ସୋଲାର ରୁଫଟପ ପ୍ଲାଣ୍ଟ ସ୍ଥାପନ ପାଇଁ ୪୫ ହଜାରରୁ ୧.୮ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସବସିଡି ପ୍ରଦାନ କରାଯିବ। ସୋଲାର ପ୍ୟାନେଲ ସ୍ଥାପନ ପାଇଁ ଆପଣଙ୍କୁ ୧.୮ ଲକ୍ଷ ଟଙ୍କା ଦେବେ ସରକାର।

ଏହି ଯୋଜନା ଅଧୀନରେ ଗୋଟିଏ କିଲୋୱାଟ ସୋଲାର ରୁଫଟପ ସ୍ଥାପନ ପାଇଁ ୪୫ ହଜାର ଟଙ୍କା, ଦୁଇଟି କିଲୋୱାଟର ସୋଲାର ରୁଫଟପ ସ୍ଥାପନ ପାଇଁ ୯୦ ହଜାର ଟଙ୍କା ଏବଂ ତିନୋଟି ୧୦ କିଲୋୱାଟ ସୋଲାର ରୁଫଟପ ସ୍ଥାପନ ପାଇଁ ୧.୮ ଲକ୍ଷ ଟଙ୍କା ପ୍ରଦାନ କରିବେ ସରକାର।

The post ବିଧାନସଭାରେ ଉଠିଲା ପ୍ରଶ୍ନ, ମାଗଣା ବିଜୁଳିକୁ ନେଇ ମନ୍ତ୍ରୀଙ୍କ ବଡ଼ ବୟାନ appeared first on Dharitri Odia News.