ବିଧାନସଭାରେ ଠେଲାପେଲା, ଆହତ ହେଲେ…
ଭୁବନେଶ୍ୱର,୨୫।୩: ବିଧାନସଭାରେ ସୁରକ୍ଷାକର୍ମୀ-କଂଗ୍ରେସ ବିଧାୟକ ମୁହାଁମୁହିଁ ହୋଇଛନ୍ତି। ଲବି ଗେଟ ବନ୍ଦ କରିବାକୁ ନେଇ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ଲବିକୁ ଆସୁଥିବାବେଳେ ଗୃହକୁ ପ୍ରବେଶ କରିବାକୁ ଦେଇନଥିଲେ ସୁରକ୍ଷାକର୍ମୀ। ଯାହାପରେ ସୁରକ୍ଷାକର୍ମୀ କଂଗ୍ରେସ ବିଧାୟକ ମୁହାଁମୁହିଁ ହୋଇଛନ୍ତି। ଏହି ଠେଲାପେଲାରେ ବରିଷ୍ଠ କଂଗ୍ରେସ ନେତା ରାମଚନ୍ଦ୍ର କାଡାମ ଆହତ ହୋଇଛନ୍ତି। ସୂଚନା ମିଳିଛି କି, ବିଧାୟକ ଟଏଲଟ ଯାଇ ଫେରିବାବେଳେ ସୁରକ୍ଷାକର୍ମୀ ବିଧାୟକ ଧସ୍ତାଧସ୍ତି ହୋଇଛନ୍ତି। ଟଏଲଟରୁ ଫେରିବା ପରେ ଲବିକୁ ଛାଡି ନ ଥିଲେ। […] The post ବିଧାନସଭାରେ ଠେଲାପେଲା, ଆହତ ହେଲେ… appeared first on Dharitri Odia News.
ଭୁବନେଶ୍ୱର,୨୫।୩: ବିଧାନସଭାରେ ସୁରକ୍ଷାକର୍ମୀ-କଂଗ୍ରେସ ବିଧାୟକ ମୁହାଁମୁହିଁ ହୋଇଛନ୍ତି। ଲବି ଗେଟ ବନ୍ଦ କରିବାକୁ ନେଇ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ଲବିକୁ ଆସୁଥିବାବେଳେ ଗୃହକୁ ପ୍ରବେଶ କରିବାକୁ ଦେଇନଥିଲେ ସୁରକ୍ଷାକର୍ମୀ। ଯାହାପରେ ସୁରକ୍ଷାକର୍ମୀ କଂଗ୍ରେସ ବିଧାୟକ ମୁହାଁମୁହିଁ ହୋଇଛନ୍ତି। ଏହି ଠେଲାପେଲାରେ ବରିଷ୍ଠ କଂଗ୍ରେସ ନେତା ରାମଚନ୍ଦ୍ର କାଡାମ ଆହତ ହୋଇଛନ୍ତି। ସୂଚନା ମିଳିଛି କି, ବିଧାୟକ ଟଏଲଟ ଯାଇ ଫେରିବାବେଳେ ସୁରକ୍ଷାକର୍ମୀ ବିଧାୟକ ଧସ୍ତାଧସ୍ତି ହୋଇଛନ୍ତି। ଟଏଲଟରୁ ଫେରିବା ପରେ ଲବିକୁ ଛାଡି ନ ଥିଲେ। ଏଥିରୁ ଦୁଇପଟୁ ଠେଲାପେଲା ହେଲାବେଳେ କଂଗ୍ରେସ ନେତା ଆହତ ହୋଇଛନ୍ତି।
କଂଗ୍ରେସର ୧୨ ଜଣ ସଦସ୍ୟ ଆସନ୍ତା ୭ଟି କାର୍ଯ୍ୟଦିବସ ଲାଗି ଗୃହରୁ ନିଲମ୍ବିତ ହୋଇଛନ୍ତି। ବିଧାନସଭାରେ ଚରମ ବିଶୃଙ୍ଖଳା କରୁଥିବା ଅଭିଯୋଗ ଅଣାଯାଇ ସେମାନଙ୍କୁ ନିଲମ୍ବନ କରାଯାଇଛି। ମଙ୍ଗଳବାର ଦ୍ୱିତୀୟାର୍ଦ୍ଧରେ ଗୃହକାର୍ଯ୍ୟ ଆରମ୍ଭହେବା ମାତ୍ରେ କଂଗ୍ରେସ ସଦସ୍ୟମାନେ ନାରୀ ସୁରକ୍ଷା ପ୍ରସଙ୍ଗ ଉଠାଇ ଘଣ୍ଟ, ବାଜା, ଗିନି ଏବଂ ଝାଞ୍ଜ ବଜାଇ ସେମାନଙ୍କ ପ୍ରତିବାଦ ଆରମ୍ଭ କରିଥିଲେ। ଏହି ସମୟରେ ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ ଗୃହରେ ପ୍ରତିଦିନ ଚରମ ବିଶୃଙ୍ଖଳା କରିଆସୁଥିବା ଏବଂ ମଙ୍ଗଳବାର ପ୍ରଥମାର୍ଦ୍ଧରେ ଗୃହରେ ବିଶୃଙ୍ଖଳା ଆଚରଣ ପ୍ରଦର୍ଶନ କରିଥିବା କଂଗ୍ରେସର ୧୨ ଜଣ ସଦସ୍ୟଙ୍କୁ ନିଲମ୍ବନ କରିବା ଲାଗି ପ୍ରସ୍ତାବ ଆଗତ କରିଥିଲେ। ଏହାପରେ ବାଚସ୍ପତି ଏହାକୁ ଗ୍ରହଣ କରିବା ସହ କଂଗ୍ରେସର ୧୨ ଜଣ ସଦସ୍ୟଙ୍କୁ ଆସନ୍ତା ୭ଟି କାର୍ଯ୍ୟ ଦିବସ ଲାଗି ଗୃହକାର୍ଯ୍ୟରୁ ନିଲମ୍ବନ କରାଯାଇଥିବା ନେଇ ସୂଚନା ଦେଇଥିଲେ। କେବଳ କଂଗ୍ରେସ ସଦସ୍ୟ ତାରାପ୍ରସାଦ ବାହିନୀପତି ଏବଂ ରମେଶ ଚନ୍ଦ୍ର ଜେନା ନିଲମ୍ବନ ଆଦେଶରୁ ବାଦ୍ ପଡ଼ିଛନ୍ତି। ନିଲମ୍ବିତ କଂଗ୍ରେସ ବିଧାୟକଙ୍କ ମଧ୍ୟରେ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମଙ୍କ ସମେତ ସି.ଏସ୍. ରାଜନ୍ନ ଏକ୍କା, ସୋଫିଆ ଫିର୍ଦ୍ଦୋସ, ସାଗର ଚରଣ ଦାସ, ମଙ୍ଗୁ ଖିଲ, ସତ୍ୟଜିତ ଗମାଙ୍ଗ, ଅଶୋକ ଦାସ , ଦାଶରଥି ଗମାଙ୍ଗ , ନୀଳମାଧବ ହିକ୍କା, କାଡ୍ରାକା ଆପାଲାସ୍ବାମୀ, ପବିତ୍ର ସାଉନ୍ତା ଏବଂ ପ୍ରଫୁଲ୍ଲ ପ୍ରଧାନ ରହିଛନ୍ତି। ଏହାପରେ କଂଗ୍ରେସ ସଦସ୍ୟମାନେ ନିଲମ୍ବନ ଆଦେଶ ବେଆଇନ, ଏହାକୁ ତୁରନ୍ତ ପ୍ରତ୍ୟାହାର ଦାବିରେ ଗୃହରେ ହୋହଲ୍ଲା ଆରମ୍ଭ କରିଦେଇଥିଲେ। ଏହାପରେ ବାଚସ୍ପତି ୪ଟା ୧୯ ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଥିଲେ। ବାରମ୍ବାର ଗୃହକୁ ମୁଲତବୀ କରାଯାଇଥିଲା। ମଝିରେ ବାଚସ୍ପତି କଂଗ୍ରେସ ସଦସ୍ୟମାନଙ୍କୁ ଗୃହ ନ ଛାଡିଲେ ମାର୍ଶଲ ଲଗାଇ ଉଠାଇ ବାହାରେ ଛାଡିଦିଆଯିବ ବୋଲି ନିର୍ଦ୍ଦେଶ ଦେଇଥିଲେ। କଂଗ୍ରେସ ସଦସ୍ୟଙ୍କ ସହ ମାର୍ଶଲ ମଧ୍ୟ ଏହି ସମ୍ପର୍କରେ ଆଲୋଚନା କରିଥିଲେ। ହେଲେ କଂଗ୍ରେସ ସଦସ୍ୟମାନେ ସେମାନଙ୍କୁ ମାର୍ଶଲ ଯଦି ଉଠାଇ ବାହାରକୁ କାଢ଼ିବା କଥା କାଢ଼ନ୍ତୁ , ସେମାନେ ରାତି ସାରା ଆନ୍ଦୋଳନ କରିବେ ବୋଲି କହିଥିଲେ। ଗୃହ ନ ଛାଡିବା କାରଣରୁ ବାରମ୍ବାର ମୁଲତବୀ ଭିତରେ ୨ଟି ବିଭାଗ ଖର୍ଚ୍ଚଦାବି ଆଲୋଚନା ମଧ୍ୟ ହୋଇଯାଇଛି। କୃଷି ଏବଂ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର ଖର୍ଚ୍ଚଦାବି ଆଲୋଚନାକୁ ବାଚସ୍ପତି ୨୮ ତାରିଖକୁ ଘୁଞ୍ଚାଇଦେଇ ବୁଧବାର ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି। ବିଳମ୍ବିତ ରାତି ପର୍ଯ୍ୟନ୍ତ ମଧ୍ୟ କଂଗ୍ରେସ ସଦସ୍ୟମାନେ ବାଚସ୍ପତିଙ୍କ ପୋଡିୟମ ତଳେ ଧାରଣାରେ ବସିଛନ୍ତି। ଏହି ଘଟଣାକୁ ନେଇ ତାରା କହିଛନ୍ତି, ଯେପର୍ଯ୍ୟନ୍ତ ଗୃହ କମିଟି ଗଠନ ନ ହୋଇଛି ଏବଂ ନିଲମ୍ବନ ଆଦେଶ ପ୍ରତ୍ୟାହାର କରା ନ ଯାଇଛି ପ୍ରତିବାଦକରି ଗୃହରୁ ଉଠି ଯିବୁନାହିଁ, ଏଠାରେ ରାତି କଟାଇବୁ।
The post ବିଧାନସଭାରେ ଠେଲାପେଲା, ଆହତ ହେଲେ… appeared first on Dharitri Odia News.