ରାଫେଲ ନିର୍ମାଣକାରୀ କମ୍ପାନୀ ସହିତ ହାତ ମିଶାଇଲା ରିଲାଏନ୍ସ ଇନଫ୍ରା, ଶେୟାର ବଜାରରେ ଚମକିଲେ ଅନିଲ ଅମ୍ବାନୀ
ମୁମ୍ବାଇ,୧୮।୬: ଅନିଲ ଅମ୍ବାନୀଙ୍କ ନେତୃତ୍ୱାଧୀନ ରିଲାଏନ୍ସ ଇନଫ୍ରାଷ୍ଟ୍ରକଚର ଲିମିଟେଡ ଏକ ଐତିହାସିକ ଚୁକ୍ତି ଜରିଆରେ ପୁଣି ଥରେ ଶେୟାର ବଜାରରେ ଚର୍ଚ୍ଚାରେ ରହିଛି। କମ୍ପାନୀର ସହାୟକ ସଂସ୍ଥା ରିଲାଏନ୍ସ ଏୟାରୋଷ୍ଟ୍ରକଚର ଲିମିଟେଡ ଫ୍ରାନ୍ସର ପ୍ରମୁଖ ଏୟାରୋସ୍ପେସ କମ୍ପାନୀ ଡାସଲ୍ଟ ଆଭିଏସନ୍(Dassault Aviation) ସହ ଭାରତରେ ଫାଲକନ ୨୦୦୦ ବିଜନେସ ଏକ୍ଜିକ୍ୟୁଟିଭ ଜେଟ ନିର୍ମାଣ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ସ୍ୱାକ୍ଷର କରିଛି। ଡାସଲ୍ଟ ଏଭିଏସନ୍ ହେଉଛି ରାଫେଲ ଯୁଦ୍ଧ ବିମାନ ନିର୍ମାଣକାରୀ ସଂସ୍ଥା, ଏବଂ ଏହି ଭାଗୀଦାରୀ […] The post ରାଫେଲ ନିର୍ମାଣକାରୀ କମ୍ପାନୀ ସହିତ ହାତ ମିଶାଇଲା ରିଲାଏନ୍ସ ଇନଫ୍ରା, ଶେୟାର ବଜାରରେ ଚମକିଲେ ଅନିଲ ଅମ୍ବାନୀ appeared first on Dharitri Odia News.
ମୁମ୍ବାଇ,୧୮।୬: ଅନିଲ ଅମ୍ବାନୀଙ୍କ ନେତୃତ୍ୱାଧୀନ ରିଲାଏନ୍ସ ଇନଫ୍ରାଷ୍ଟ୍ରକଚର ଲିମିଟେଡ ଏକ ଐତିହାସିକ ଚୁକ୍ତି ଜରିଆରେ ପୁଣି ଥରେ ଶେୟାର ବଜାରରେ ଚର୍ଚ୍ଚାରେ ରହିଛି। କମ୍ପାନୀର ସହାୟକ ସଂସ୍ଥା ରିଲାଏନ୍ସ ଏୟାରୋଷ୍ଟ୍ରକଚର ଲିମିଟେଡ ଫ୍ରାନ୍ସର ପ୍ରମୁଖ ଏୟାରୋସ୍ପେସ କମ୍ପାନୀ ଡାସଲ୍ଟ ଆଭିଏସନ୍(Dassault Aviation) ସହ ଭାରତରେ ଫାଲକନ ୨୦୦୦ ବିଜନେସ ଏକ୍ଜିକ୍ୟୁଟିଭ ଜେଟ ନିର୍ମାଣ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ସ୍ୱାକ୍ଷର କରିଛି। ଡାସଲ୍ଟ ଏଭିଏସନ୍ ହେଉଛି ରାଫେଲ ଯୁଦ୍ଧ ବିମାନ ନିର୍ମାଣକାରୀ ସଂସ୍ଥା, ଏବଂ ଏହି ଭାଗୀଦାରୀ ଭାରତର ଏୟାରୋସ୍ପେସ କ୍ଷେତ୍ରରେ ଏକ ନୂଆ ଅଧ୍ୟାୟର ସୂଚନା କରୁଛି।
ପ୍ୟାରିସ ଏୟାର ଶୋ’ରେ ଘୋଷଣା ହୋଇଥିବା ଏହି ଚୁକ୍ତି ଅନୁଯାୟୀ, ନାଗପୁରରେ ଫାଲକନ ୨୦୦୦ ଜେଟର ଉତ୍ପାଦନ କରାଯିବ। ଏହା ପ୍ରଥମ ଥର ପାଇଁ ଫ୍ରାନ୍ସ ବାହାରେ ଏହି ଅତ୍ୟାଧୁନି ବିଜନେସ ଜେଟର ନିର୍ମାଣ ହେବ। ୨୦୨୮ ସୁଦ୍ଧା ପ୍ରଥମ ଜେଟର ଡେଲିଭରୀ ଆରମ୍ଭ ହେବ ବୋଲି ଆଶା କରାଯାଉଛି। ଏହି ଜେଟଗୁଡ଼ିକ ବ୍ୟବସାୟିକ ଏବଂ ସାମରିକ ଉଭୟ ଉଦ୍ଦେଶ୍ୟରେ ବ୍ୟବହୃତ ହେବ।
ଏହି ଘୋଷଣା ପରେ ରିଲାଏନ୍ସ ଇନଫ୍ରାଷ୍ଟ୍ରକଚରର ଶେୟାର ମୂଲ୍ୟରେ ମଧ୍ୟ ଉଲ୍ଲେଖନୀୟ ଉତ୍ସାହ ଦେଖାଦେଇଛି। ଶେୟାର ବଜାରରେ ଏହି ଚୁକ୍ତିକୁ ବିନିଯୋଗକାରୀମାନେ ସକାରାତ୍ମକ ଭାବେ ଗ୍ରହଣ କରିଛନ୍ତି, ଯାହା ଅନିଲ ଅମ୍ବାନୀଙ୍କ ବ୍ୟବସାୟିକ ରଣନୀତିରେ ଏକ ନୂଆ ସଫଳତାର ସଙ୍କେତ ଦେଉଛି।
ଏହି ଭାଗୀଦାରୀ ଭାରତର ଏୟାରୋସ୍ପେସ ଶିଳ୍ପକୁ ଆହୁରି ଶକ୍ତିଶାଳୀ କରିବ ଏବଂ ଦେଶରେ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ଆଶା କରାଯାଉଛି। ଏହା ସହିତ ଅନିଲ ଅମ୍ବାନୀଙ୍କ ରିଲାଏନ୍ସ ଇନଫ୍ରା ପୁଣି ଥରେ ଦେଶର ଶିଳ୍ପ ଓ ବ୍ୟବସାୟ କ୍ଷେତ୍ରରେ ନିଜର ଶକ୍ତିଶାଳୀ ଉପସ୍ଥିତି ପ୍ରମାଣ କରିଛି।
The post ରାଫେଲ ନିର୍ମାଣକାରୀ କମ୍ପାନୀ ସହିତ ହାତ ମିଶାଇଲା ରିଲାଏନ୍ସ ଇନଫ୍ରା, ଶେୟାର ବଜାରରେ ଚମକିଲେ ଅନିଲ ଅମ୍ବାନୀ appeared first on Dharitri Odia News.