ବିଧାନସଭାରେ ପ୍ରଭାତୀ ପରିଡାଙ୍କ ବଡ଼ ଘୋଷଣା, ପରିବାରର ସବୁ ମହିଳାଙ୍କୁ ସୁଭଦ୍ରା ଟଙ୍କା
ଭୁବନେଶ୍ୱର,୨୭।୮: ବିଧାନସଭାରେ ସୁଭଦ୍ରା ଯୋଜନାନେଇ ବଡ଼ ଘୋଷଣା କଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ସେ କହିଛନ୍ତି, ପରିବାରର ସବୁ ମହିଳା ଏହି ଯୋଜନାରେ ସୁବିଧା ପାଇପାରିବେ। ପରିବାରରେ ୩ଜଣ କି ୪ଜଣ ମହିଳା ଥାଆନ୍ତି ସମସ୍ତଙ୍କୁ ସୁଭଦ୍ରା ଟଙ୍କା ମିଳିବ। ଏପରିକି ବିଧବା ମହିଳା ଏବଂ ଛାତ୍ରବୃତ୍ତି ପାଉଥିବା ଝିଅମାନେ ବି ଏହି ଟଙ୍କା ପାଇପାରିବେ। ‘ସୁଭଦ୍ରା’ ପ୍ରସଙ୍ଗକୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମଙ୍ଗଳବାର ବିଜେଡିକୁ କାଉଣ୍ଟର କରିଥିଲେ। ସେ କହିଥିଲେ, ରାଜ୍ୟରେ ୨୧ରୁ […] The post ବିଧାନସଭାରେ ପ୍ରଭାତୀ ପରିଡାଙ୍କ ବଡ଼ ଘୋଷଣା, ପରିବାରର ସବୁ ମହିଳାଙ୍କୁ ସୁଭଦ୍ରା ଟଙ୍କା appeared first on Dharitri Odia News.
ଭୁବନେଶ୍ୱର,୨୭।୮: ବିଧାନସଭାରେ ସୁଭଦ୍ରା ଯୋଜନାନେଇ ବଡ଼ ଘୋଷଣା କଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ସେ କହିଛନ୍ତି, ପରିବାରର ସବୁ ମହିଳା ଏହି ଯୋଜନାରେ ସୁବିଧା ପାଇପାରିବେ। ପରିବାରରେ ୩ଜଣ କି ୪ଜଣ ମହିଳା ଥାଆନ୍ତି ସମସ୍ତଙ୍କୁ ସୁଭଦ୍ରା ଟଙ୍କା ମିଳିବ। ଏପରିକି ବିଧବା ମହିଳା ଏବଂ ଛାତ୍ରବୃତ୍ତି ପାଉଥିବା ଝିଅମାନେ ବି ଏହି ଟଙ୍କା ପାଇପାରିବେ।
‘ସୁଭଦ୍ରା’ ପ୍ରସଙ୍ଗକୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମଙ୍ଗଳବାର ବିଜେଡିକୁ କାଉଣ୍ଟର କରିଥିଲେ। ସେ କହିଥିଲେ, ରାଜ୍ୟରେ ୨୧ରୁ ୬୦ ବୟସ୍କ ମହିଳାଙ୍କ ସଂଖ୍ୟା ୨ କୋଟି ୨୫ ଲକ୍ଷ। ସ୍ବଚ୍ଛଳ ବର୍ଗଙ୍କୁ ଛାଡ଼ିଦେଲେ ୨୧ରୁ ୬୦ ବର୍ଷର ମହିଳାଙ୍କ ସଂଖ୍ୟା ପାଖାପାଖି ୧ କୋଟି। ୧ କୋଟି ୮ ଲକ୍ଷ ମହିଳାଙ୍କୁ ‘ସୁଭଦ୍ରା’ ଯୋଜନାରେ ସାମିଲ କରାଯିବ। ଯଦି ଆଉ କିଛି ମହିଳା ପାଇବେନି ବୋଲି ବିଜେଡି ଅନୁଭବ କରେ, ମୋତେ ଚିଠା ପଠେଇବେ, ମୁଁ ସମସ୍ତଙ୍କୁ ଦେବି ବୋଲି ପରିଡ଼ା କହିଛନ୍ତି।
The post ବିଧାନସଭାରେ ପ୍ରଭାତୀ ପରିଡାଙ୍କ ବଡ଼ ଘୋଷଣା, ପରିବାରର ସବୁ ମହିଳାଙ୍କୁ ସୁଭଦ୍ରା ଟଙ୍କା appeared first on Dharitri Odia News.