ଇଣ୍ଡିଆ ମେଣ୍ଟକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ବଡ଼ ବୟାନ । ମମତା କହିଲେ, ମୁଁ ଗଢ଼ିଛି ମେଣ୍ଟ
କନକ ବ୍ୟୁରୋ: ଇଣ୍ଡିଆ ମେଣ୍ଟକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ବଡ଼ ବୟାନ। କହିଲେ ମୁଁ ଗଢିଛି ଇଣ୍ଡିଆ ମେଣ୍ଟ। ଦରକାର ପଡିଲେ ଆଗକୁ ନେବି ନେତୃତ୍ବ। ଏକ ନ୍ୟୁଜ୍ ଚ୍ୟାନେଲକୁ ସାକ୍ଷାତକାରବେଳେ ଏଭଳି ବୟାନ ରଖିଛନ୍ତି ମମତା। ହରିୟାଣା ଓ ମହାରାଷ୍ଟ୍ର ନିର୍ବାଚନରେ ଶୋଚନୀୟ ପରାଜୟକୁ ନେଇ ବର୍ତ୍ତମାନର ମେଣ୍ଟ ନେତୃତ୍ବଙ୍କୁ ଦାୟୀ କରିଛନ୍ତି ମମତା। ଗାନ୍ଧୀ ପରିବାରକୁ ପରୋକ୍ଷରେ ଟାର୍ଗେଟ୍ କରି କହିଛନ୍ତି, ସେମାନେ ସଠିକ୍ ଭାବେ ଦାୟିତ୍ବ ନେଇ ପାରୁ ନାହାଁନ୍ତି। ନହେଲେ ହରିୟାଣା ଓ ମହାରାଷ୍ଟ୍ରରେ ଇଣ୍ଡିଆ ମେଣ୍ଟର ଏଭଳି ପରାଜୟ ହୋଇ ନଥାନ୍ତା। ଆବଶ୍ୟକ ପଡିଲେ ଆଗକୁ ମେଣ୍ଟର ନେତୃତ୍ବ ନେବି। ପଶ୍ଚିମବଙ୍ଗରେ ବସି ମେଣ୍ଟର ଦାୟିତ୍ବ ତୁଲାଇବି। ଏଠାରେ ମୁଖ୍ୟମନ୍ତ୍ରୀ ରହିବା ସହ ଦୁଇଟି ଦାୟିତ୍ବ ନେବାକୁ ମୁଁ ସମର୍ଥ। ସବୁ ଆଞ୍ଚଳିକ ଦଳ ନେତାଙ୍କ ସହ ମୋର ଭଲ ସମ୍ପର୍କ। ମୁଁ ନେତୃତ୍ବ ନେଲେ ମେଣ୍ଟ ସୁଦୃଢ଼ ହେବ ବୋଲି ଦାବି କରିଛନ୍ତି ମମତା।