ବିଧାନସଭାରେ ବହୁତ ଭଲ କରିବୁ: ନବୀନ
ଭୁବନେଶ୍ୱର,୩୦ା୫: ଚଳିତ ସାଧାରଣ ନିର୍ବାଚନରେ ଭାଜପା ଓଡ଼ିଶାରେ ସରକାର ଗଢ଼ିବ ବୋଲି କହୁଥିବା ବେଳେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ସାକ୍ଷାତକାରରେ କିଛି ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି। ଏହି ସମୟରେ ମୁଖ୍ୟମନ୍ତ୍ରୀ ଏକ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି, ଚଳିତ ବିଧାନସଭା ନିର୍ବାଚନରେ ଆମେ ବହୁତ ଭଲ ରେଜଲ୍ଟ କରିବୁ। ଲୋକ ସଭା ଆସନରେ ମଧ୍ୟ ସଂଖ୍ୟା ଗରିଷ୍ଠତା ହାସଲ କରିବୁ। ବିରୋଧୀ ଦିନରେ ସ୍ବପ୍ନ ଦେଖୁଛନ୍ତି ବୋଲି ନବୀନ କହିଛନ୍ତି। ସୂଚନାଯୋଗ୍ୟ, […] The post ବିଧାନସଭାରେ ବହୁତ ଭଲ କରିବୁ: ନବୀନ appeared first on Dharitri Odia News.
ଭୁବନେଶ୍ୱର,୩୦ା୫: ଚଳିତ ସାଧାରଣ ନିର୍ବାଚନରେ ଭାଜପା ଓଡ଼ିଶାରେ ସରକାର ଗଢ଼ିବ ବୋଲି କହୁଥିବା ବେଳେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ସାକ୍ଷାତକାରରେ କିଛି ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି। ଏହି ସମୟରେ ମୁଖ୍ୟମନ୍ତ୍ରୀ ଏକ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି, ଚଳିତ ବିଧାନସଭା ନିର୍ବାଚନରେ ଆମେ ବହୁତ ଭଲ ରେଜଲ୍ଟ କରିବୁ। ଲୋକ ସଭା ଆସନରେ ମଧ୍ୟ ସଂଖ୍ୟା ଗରିଷ୍ଠତା ହାସଲ କରିବୁ। ବିରୋଧୀ ଦିନରେ ସ୍ବପ୍ନ ଦେଖୁଛନ୍ତି ବୋଲି ନବୀନ କହିଛନ୍ତି।
ସୂଚନାଯୋଗ୍ୟ, ଆସନ୍ତା ଶନିବାର ରାଜ୍ୟରେ ଶେଷ ପର୍ଯ୍ୟାୟ ମତଦାନ ହେବ । ଏହି ଦିନ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର ଲୋକ ସଭା ଆସନ ଓ ୪୨ ବିଧାନସଭା ଆସନ ପାଇଁ ମତଦାନ ଅନୁଷ୍ଠିତ ହେବ। ଜୁନ୍ ୪ରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବ। ତେବେ କିଏ ସରକାର ଗଠନ କରିବ ସେହିଦିନ ହିଁ ସ୍ପଷ୍ଟ ହୋଇଯିବ।
The post ବିଧାନସଭାରେ ବହୁତ ଭଲ କରିବୁ: ନବୀନ appeared first on Dharitri Odia News.