ବିଧାନସଭାରେ ବାଚସ୍ପତିଙ୍କ ଉପରକୁ ବହି ଫିଙ୍ଗିଲେ ତାରା

ଭୁବନେଶ୍ୱର,୨୯।୭: ବିଧାନସଭାରେ ବିରୋଧୀଙ୍କ ହଟ୍ଟଗୋଳ, ହୋହଲ୍ଲା ଜାରି ରହିଛି। ଏହି ସମୟରେ କଂଗ୍ରେସ ନେତା ତାରା ବାହିନୀପତି ବାଚସ୍ପତିଙ୍କ ଉପରକୁ ବହି ଫିଙ୍ଗିଥିବା ସୂଚନା ମିଳିଛି। ପ୍ରଥମେ ପୋଡ଼ିୟମ ଉପରକୁ ଚଢ଼ିଥିଲେ ଆଉ ଏବେ ବହି ଫିଙ୍ଗିଥିବା ଜଣାପଡିଛି। ବିଧାନସଭାରେ ବିରୋଧୀ ଦଳ ନେତା ନବୀନଙ୍କ ବୟାନ ପରେ ଗୃହରେ ହଟ୍ଟଗୋଳ ଦେଖିବାକୁ ମିଳିଛି। କଂଗ୍ରେସ ବିଧାୟକ ତାରା ବାହିନୀପତି ବାଚସ୍ପତିଙ୍କ ପୋଡ଼ିୟମ ଉପରକୁ ଚଢ଼ିଯାଇ ହଙ୍ଗାମା କରିଛନ୍ତି। ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁ ଗୃହ ୩୦ […] The post ବିଧାନସଭାରେ ବାଚସ୍ପତିଙ୍କ ଉପରକୁ ବହି ଫିଙ୍ଗିଲେ ତାରା appeared first on Dharitri Odia News.

ବିଧାନସଭାରେ ବାଚସ୍ପତିଙ୍କ ଉପରକୁ ବହି ଫିଙ୍ଗିଲେ ତାରା

ଭୁବନେଶ୍ୱର,୨୯।୭: ବିଧାନସଭାରେ ବିରୋଧୀଙ୍କ ହଟ୍ଟଗୋଳ, ହୋହଲ୍ଲା ଜାରି ରହିଛି। ଏହି ସମୟରେ କଂଗ୍ରେସ ନେତା ତାରା ବାହିନୀପତି ବାଚସ୍ପତିଙ୍କ ଉପରକୁ ବହି ଫିଙ୍ଗିଥିବା ସୂଚନା ମିଳିଛି। ପ୍ରଥମେ ପୋଡ଼ିୟମ ଉପରକୁ ଚଢ଼ିଥିଲେ ଆଉ ଏବେ ବହି ଫିଙ୍ଗିଥିବା ଜଣାପଡିଛି।

ବିଧାନସଭାରେ ବିରୋଧୀ ଦଳ ନେତା ନବୀନଙ୍କ ବୟାନ ପରେ ଗୃହରେ ହଟ୍ଟଗୋଳ ଦେଖିବାକୁ ମିଳିଛି। କଂଗ୍ରେସ ବିଧାୟକ ତାରା ବାହିନୀପତି ବାଚସ୍ପତିଙ୍କ ପୋଡ଼ିୟମ ଉପରକୁ ଚଢ଼ିଯାଇ ହଙ୍ଗାମା କରିଛନ୍ତି। ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁ ଗୃହ ୩୦ ମିନିଟ ପାଇଁ ମୁଲତବୀ ଘୋଷଣା କରାଯାଇଥିଲା। ହେଲେ ୪.୩୦ ପରେ ଗୃହ ପୁଣି ଥରେ ସ୍ବାଭାବିକ ହୋଇଥିଲା। ା

The post ବିଧାନସଭାରେ ବାଚସ୍ପତିଙ୍କ ଉପରକୁ ବହି ଫିଙ୍ଗିଲେ ତାରା appeared first on Dharitri Odia News.