ବିଧାୟକ ପ୍ରାର୍ଥୀ ଘୋଷଣା ପରେ ବିଜେପି ଦଳରେ ଅସନ୍ତୋଷ

ନନ୍ଦିଘୋଷ ବ୍ୟୁରୋ: ବିଧାୟକ ପ୍ରାର୍ଥୀ ଘୋଷଣା ପରେ ବିଜେପି ଦଳରେ ଅସନ୍ତୋଷ। ଘୁ.ଉଦୟଗିରି ନିର୍ବାଚନ ମଣ୍ଡଳୀରେ ଦେଖାଦେଇଛି ବିଜେପି କର୍ମୀ... The post ବିଧାୟକ ପ୍ରାର୍ଥୀ ଘୋଷଣା ପରେ ବିଜେପି ଦଳରେ ଅସନ୍ତୋଷ appeared first on .

ବିଧାୟକ ପ୍ରାର୍ଥୀ ଘୋଷଣା ପରେ ବିଜେପି ଦଳରେ ଅସନ୍ତୋଷ

ନନ୍ଦିଘୋଷ ବ୍ୟୁରୋ: ବିଧାୟକ ପ୍ରାର୍ଥୀ ଘୋଷଣା ପରେ ବିଜେପି ଦଳରେ ଅସନ୍ତୋଷ। ଘୁ.ଉଦୟଗିରି ନିର୍ବାଚନ ମଣ୍ଡଳୀରେ ଦେଖାଦେଇଛି ବିଜେପି କର୍ମୀ ଅସନ୍ତୋଷ। ବିଧାୟକ ପ୍ରାର୍ଥୀ ମାନଗୋବିନ୍ଦ ପ୍ରଧାନଙ୍କ ନାମରେ ବିଭିନ୍ନ ଦୁର୍ନୀତିରେ ଲିପ୍ତ ଥିବା ଅଭିଯୋଗ ଆଣିଲେ ବିଜେପି କର୍ମୀ । କେନ୍ଦ୍ର ସରକାରଙ୍କ ଦିନ୍ ଦୟାଲ୍ ଉପାଧ୍ୟାୟ ଯୋଜନାରେ ଲୋକମାନଙ୍କୁ ଅନ୍ତର୍ଭୁକ୍ତ କରି ବିଦ୍ୟୁତ ଡିଜିଟାଲ ମିଟର ଟେଣ୍ଡର ଦେବା ନାଁରେ ସାଧାରଣ ଲୋକଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ହଡ଼ପ କରିଥିବା ଅଭିଯୋଗ ହୋଇଛି ।  କନ୍ଧମାଳ ଦଙ୍ଗାରେ ଗିରଫ ହୋଇଥିବା ଲୋକମାନଙ୍କୁ ମଧ୍ୟ ବେଲ୍ କରିଦେବା ନାରେ  ଲକ୍ଷ ଲକ୍ଷ ଟଙ୍କା ହଡ଼ପ ଏବଂ ଡିପ୍ଲୋମା ଇଞ୍ଜିନୟରିଙ୍ଗ୍ କଲେଜରେ ମାଗଣାରେ ଛାତ୍ର ଛାତ୍ରୀ ମାନଙ୍କୁ ପାଠ ପଢିବା ପାଇଁ ଆଶା ଦେଖାଇ ଟଙ୍କା ଆଦାୟ କରାଯାଇଥିବା ଅଭିଯୋଗ ଆଣିଛନ୍ତି ବିଜେପି କର୍ମୀ। । ଯଦି ମାନଗୋବିନ୍ଦ ପ୍ରଧାନଙ୍କ ଟିକେଟ ଖାରଜ ନ କରାଯାଏ ତେବେ ଆମେ ଦଳ ଛାଡ଼ିବୁ ବୋଲି ଚତାବନୀ ଦେଇଛନ୍ତି ବିଜେପି କର୍ମୀ ଓ କୃଷକ ମୋର୍ଚା ସଦସ୍ୟ ।

The post ବିଧାୟକ ପ୍ରାର୍ଥୀ ଘୋଷଣା ପରେ ବିଜେପି ଦଳରେ ଅସନ୍ତୋଷ appeared first on .