ବିଧାୟକଙ୍କୁ ଆକ୍ରମଣ ଘଟଣା କାହିଁକି କ୍ରାଇମବ୍ରାଞ୍ଚଙ୍କୁ ଦିଆଗଲା ତଦନ୍ତ ଦାୟିତ୍ୱ: ଡିଜିପି କହିଲେ….

ଭୁବନେଶ୍ୱର,୨୫।୧୧ ଯାଜପୁର ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ମାମଲାରେ ଡିଜିପିଙ୍କ ପ୍ରତିକ୍ରିୟା ରଖିଛନ୍ତି। କାହିଁକି କ୍ରାଇମବ୍ରାଞ୍ଚଙ୍କୁ ତଦନ୍ତ ଦାୟିତ୍ୱ ଦିଆଗଲା ସେ ନେଇ ସେ କହିଛନ୍ତି, ସଠିକ ତଦନ୍ତ ପାଇଁ ୩ଟି ମାମଲା କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଛ। ବିଧାୟକଙ୍କୁ ଆକ୍ରମଣ, ରାସ୍ତାରୋକ ଓ ଟାଉନ ଥାନା ଘେରାଉ ମାମଲା ପୋଲିସ ପକ୍ଷପାତିତା ଅଭିଯୋଗ ଏଡ଼ାଇବାକୁ କ୍ରାଇମବ୍ରାଞ୍ଚଙ୍କୁ ହସ୍ତାନ୍ତର କରାଯାଇଛି। ଅନ୍ୟପକ୍ଷେ ସୋମବାର ସକାଳୁ ସକାଳୁ କ୍ରାଇମବ୍ରାଞ୍ଚ ଟିମ୍ ଯାଜପୁର ଟାଉନ ଥାନାରେ ପହଞ୍ଚି ତଦନ୍ତ ଅଆରମ୍ଭ କରିଛନ୍ତି। କ୍ରାଇମ୍‌ବ୍ରାଞ୍ଚର […] The post ବିଧାୟକଙ୍କୁ ଆକ୍ରମଣ ଘଟଣା କାହିଁକି କ୍ରାଇମବ୍ରାଞ୍ଚଙ୍କୁ ଦିଆଗଲା ତଦନ୍ତ ଦାୟିତ୍ୱ: ଡିଜିପି କହିଲେ…. appeared first on Dharitri Odia News.

ବିଧାୟକଙ୍କୁ ଆକ୍ରମଣ ଘଟଣା କାହିଁକି କ୍ରାଇମବ୍ରାଞ୍ଚଙ୍କୁ ଦିଆଗଲା ତଦନ୍ତ ଦାୟିତ୍ୱ: ଡିଜିପି କହିଲେ….

ଭୁବନେଶ୍ୱର,୨୫।୧୧ ଯାଜପୁର ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ମାମଲାରେ ଡିଜିପିଙ୍କ ପ୍ରତିକ୍ରିୟା ରଖିଛନ୍ତି। କାହିଁକି କ୍ରାଇମବ୍ରାଞ୍ଚଙ୍କୁ ତଦନ୍ତ ଦାୟିତ୍ୱ ଦିଆଗଲା ସେ ନେଇ ସେ କହିଛନ୍ତି, ସଠିକ ତଦନ୍ତ ପାଇଁ ୩ଟି ମାମଲା କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଛ। ବିଧାୟକଙ୍କୁ ଆକ୍ରମଣ, ରାସ୍ତାରୋକ ଓ ଟାଉନ ଥାନା ଘେରାଉ ମାମଲା ପୋଲିସ ପକ୍ଷପାତିତା ଅଭିଯୋଗ ଏଡ଼ାଇବାକୁ କ୍ରାଇମବ୍ରାଞ୍ଚଙ୍କୁ ହସ୍ତାନ୍ତର କରାଯାଇଛି।

ଅନ୍ୟପକ୍ଷେ ସୋମବାର ସକାଳୁ ସକାଳୁ କ୍ରାଇମବ୍ରାଞ୍ଚ ଟିମ୍ ଯାଜପୁର ଟାଉନ ଥାନାରେ ପହଞ୍ଚି ତଦନ୍ତ ଅଆରମ୍ଭ କରିଛନ୍ତି। କ୍ରାଇମ୍‌ବ୍ରାଞ୍ଚର ତନାଘନା ଆରମ୍ଭ କରିଛନ୍ତି। ବିଧାୟକଙ୍କୁ ଆକ୍ରମଣ, ରାସ୍ତାରୋକ ଓ ଟାଉନ୍ ଥାନା ଘେରାଉର ତଦନ୍ତ ହେବ।

କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ପାଇଁ DSPଙ୍କ ନେତୃତ୍ୱରେ ୬ ଜଣିଆ ଟିମ୍ ଗଠନ କରାଯାଇଛି। କ୍ରାଇମବ୍ରାଞ୍ଚ ୩ଟି ଏତଲା ଉପରେ ତଦନ୍ତ କରିବ। ବିଧାୟକଙ୍କୁ ଆକ୍ରମଣ, ରାସ୍ତାରୋକ ଓ ଟାଉନ୍ ଥାନା ଘେରାଉର ମଧ୍ୟ ତଦନ୍ତ କରାଯିବ।

ସୂଚନାଯୋଗ୍ୟ, ଗତ ୨୦ ତାରିଖ ସନ୍ଧ୍ୟାରେ ବିଧାୟକ ହିମାଂଶୁ ସାହୁଙ୍କୁ ଆକ୍ରମଣ ହୋଇଥିଲା। ବିଧାୟକଙ୍କ ଗାଡିକୁ ଭଙ୍ଗାରୁଜା କରିବା ସହିତ ମାଡ ମରାଯାଇ ତାଙ୍କ ସୁନାଚେନ୍‌ ଛଡାଇ ନେଇଥିଲେ ବୋଲି ଅଭିଯୋଗ ହୋଇଥିଲା। ବିଧାୟକଙ୍କୁ ବଞ୍ଚାଇବା ପାଇଁ ତାଙ୍କ ଅଙ୍ଗରକ୍ଷୀ (ପିଏସ୍‌ଓ) ଶକ୍ତିପ୍ରସାଦ ରାଉତ ଅଟକାଇବା ସମୟରେ ବିଜେଡିର ଅନେକ କର୍ମୀ ତାଙ୍କୁ ମଧ୍ୟ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା।

The post ବିଧାୟକଙ୍କୁ ଆକ୍ରମଣ ଘଟଣା କାହିଁକି କ୍ରାଇମବ୍ରାଞ୍ଚଙ୍କୁ ଦିଆଗଲା ତଦନ୍ତ ଦାୟିତ୍ୱ: ଡିଜିପି କହିଲେ…. appeared first on Dharitri Odia News.