ବିଧାୟକଙ୍କୁ ଗୁରୁମନ୍ତ୍ର ଦେଲେ ନବୀନ: କହିଲେ, ଏହି ପ୍ରସଙ୍ଗରେ…
ଭୁବନେଶ୍ୱର,୨୨।୭: ଆଜିଠାରୁ ବିଧାନସଭା ଅଧିବେଶନ ଆରମ୍ଭ ହେବ। ରାଜ୍ୟରେ ଭାଜପା ସରକାରର ଏହା ପ୍ରଥମ ଅଧିବେଶନ ଅନୁଷ୍ଠିତ ହେବାକୁ ଯାଉଛି। ୨୪ବର୍ଷ ପରେ ବିଜେଡି ବିରୋଧୀ ଦଳରେ ବସିଛି। ତେଣୁ ୨୭ ଦିନିଆ ବିଧାନସଭା ଅଧିବେଶନ ଉପରେ ସମସ୍ତଙ୍କ ନଜର ରହିଛି। ଭାଜପା ସରକାର ବିରୋଧରେ ରଣନୀତି ପ୍ରସ୍ତୁତ କରିବା ଲାଗି ବିଜେଡି ପ୍ରସ୍ତୁତ ହୋଇଛି। ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବିଧାୟକ ଦଳ ବୈଠକ ଅନୁଷ୍ଠିତ ହେବା ସହିତ ସରକାରୀ ଦଳକୁ ଘେରିବା ଲାଗି […] The post ବିଧାୟକଙ୍କୁ ଗୁରୁମନ୍ତ୍ର ଦେଲେ ନବୀନ: କହିଲେ, ଏହି ପ୍ରସଙ୍ଗରେ… appeared first on Dharitri Odia News.
ଭୁବନେଶ୍ୱର,୨୨।୭: ଆଜିଠାରୁ ବିଧାନସଭା ଅଧିବେଶନ ଆରମ୍ଭ ହେବ। ରାଜ୍ୟରେ ଭାଜପା ସରକାରର ଏହା ପ୍ରଥମ ଅଧିବେଶନ ଅନୁଷ୍ଠିତ ହେବାକୁ ଯାଉଛି। ୨୪ବର୍ଷ ପରେ ବିଜେଡି ବିରୋଧୀ ଦଳରେ ବସିଛି। ତେଣୁ ୨୭ ଦିନିଆ ବିଧାନସଭା ଅଧିବେଶନ ଉପରେ ସମସ୍ତଙ୍କ ନଜର ରହିଛି। ଭାଜପା ସରକାର ବିରୋଧରେ ରଣନୀତି ପ୍ରସ୍ତୁତ କରିବା ଲାଗି ବିଜେଡି ପ୍ରସ୍ତୁତ ହୋଇଛି। ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବିଧାୟକ ଦଳ ବୈଠକ ଅନୁଷ୍ଠିତ ହେବା ସହିତ ସରକାରୀ ଦଳକୁ ଘେରିବା ଲାଗି ରଣନୀତି ପ୍ରସ୍ତୁତ ହୋଇଛି।
ବିଜେଡି ବିଧାୟକ ଦଳ ବୈଠକ ଅବସରରେ ନବୀନ କହିଥିଲେ ଯେ, ରଥଯାତ୍ରାର ତ୍ରୁଟିପୂର୍ଣ୍ଣ ପରିଚାଳନା, ବଳଭଦ୍ରଙ୍କୁ ଚାରମାଳ ଉପରେ ଫୋପାଡ଼ିଦେବା, ରାଜ୍ୟପାଳଙ୍କ ପୁଅ ଏଏସ୍ଓଙ୍କୁ ମାଡ଼ ମାରିବା ସତ୍ତ୍ୱେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନ ହେବା, ଦରଦାମ୍ ବୃଦ୍ଧି ଆଦି ପ୍ରସଙ୍ଗ ଗୃହରେ ଉଠାଯିବ। ରାଜ୍ୟରେ ଶାସକ ଦଳ ପାଖରେ ସେତେ ଅଧିକ ସଂଖ୍ୟା ନାହିଁ। କିଛି ଆସନ ଅଧିକ ପାଇ ସେମାନେ ସରକାର କରିଛନ୍ତି। ସେହିପରି କେନ୍ଦ୍ରରେ ମଧ୍ୟ ସେମାନଙ୍କ ଆସନ ସେତେଟା ଅଧିକ ନାହିଁ। ତେଣୁ ବ୍ୟସ୍ତ ନ ହୋଇ ଦୃଢ଼ୋକ୍ତି ସହକାରେ ବିଭିନ୍ନ ପ୍ରସଙ୍ଗ ଗୃହରେ ଉଠାଇବା ଦରକାର। ଭାଜପା ଯେଉଁସବୁ ପ୍ରତିଶ୍ରୁତି ଦେଇଥିଲା ତାକୁ କେତେ ପୂରଣ କରୁଛି ସେଥିପ୍ରତି ଦୃଷ୍ଟି ଦିଅ। ବିଜୁଳି ୩୦୦ ୟୁନିଟ୍ କେବେ ସୁଦ୍ଧା ଛାଡ଼ କରିବେ ସେକଥା ଗୃହରେ ପଚାର। ଏଭଳି ଭାବେ ଶାସକ ଦଳକୁ ଟାର୍ଗେଟ କରିବାକୁ ନବୀନ ବିଧାୟକ ଦଳ ବୈଠକରେ ପରାମର୍ଶ ଦେଇଥିବା ସୂଚନା ମିଳିଛି।
The post ବିଧାୟକଙ୍କୁ ଗୁରୁମନ୍ତ୍ର ଦେଲେ ନବୀନ: କହିଲେ, ଏହି ପ୍ରସଙ୍ଗରେ… appeared first on Dharitri Odia News.