ବିନା ‘ଘଣ୍ଟା’ରେ କିଭଳି ଚାଲିବ ଶରଦଙ୍କ ସମୟ…

ମୁମ୍ବାଇ,୭।୨ : ନିର୍ବାଚନ ଆୟୋଗଙ୍କଠାରୁ ଶରଦ ପାୱାରଙ୍କୁ ଏକ ବଡ଼ ଝଟକା ଲାଗିଛି। ନିର୍ବାଚନ ଆୟୋଗ କହିଛନ୍ତି ଅଜିତ ପାୱାର ଗୋଷ୍ଠୀ ହେଉଛି ପ୍ରକୃତ ଏନସିପି ଅର୍ଥାତ ଜାତୀୟତାବାଦୀ କଂଗ୍ରେସ ପାର୍ଟି। ଏକ ନିର୍ଦ୍ଦେଶରେ ନିର୍ବାଚନ ଆୟୋଗ ମଧ୍ୟ ଅଜିତ ପାୱାରଙ୍କ ନେତୃତ୍ୱରେ ଗୋଷ୍ଠୀକୁ ଏନସିପିର ନିର୍ବାଚନୀ ଚିହ୍ନ ‘ଘଣ୍ଟା’ ବଣ୍ଟନ କରିଛନ୍ତି। ଛଅ ମାସରେ ୧୦ ରୁ ଅଧିକ ଶୁଣାଣି ଶେଷ ହେବା ପରେ ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତି ଅଜିତ ପାୱାରଙ୍କ ସପକ୍ଷରେ ଆସିଛି। ନିର୍ବାଚନ […] The post ବିନା ‘ଘଣ୍ଟା’ରେ କିଭଳି ଚାଲିବ ଶରଦଙ୍କ ସମୟ… appeared first on Dharitri Odia News.

ବିନା ‘ଘଣ୍ଟା’ରେ କିଭଳି ଚାଲିବ ଶରଦଙ୍କ ସମୟ…

ମୁମ୍ବାଇ,୭।୨ : ନିର୍ବାଚନ ଆୟୋଗଙ୍କଠାରୁ ଶରଦ ପାୱାରଙ୍କୁ ଏକ ବଡ଼ ଝଟକା ଲାଗିଛି। ନିର୍ବାଚନ ଆୟୋଗ କହିଛନ୍ତି ଅଜିତ ପାୱାର ଗୋଷ୍ଠୀ ହେଉଛି ପ୍ରକୃତ ଏନସିପି ଅର୍ଥାତ ଜାତୀୟତାବାଦୀ କଂଗ୍ରେସ ପାର୍ଟି। ଏକ ନିର୍ଦ୍ଦେଶରେ ନିର୍ବାଚନ ଆୟୋଗ ମଧ୍ୟ ଅଜିତ ପାୱାରଙ୍କ ନେତୃତ୍ୱରେ ଗୋଷ୍ଠୀକୁ ଏନସିପିର ନିର୍ବାଚନୀ ଚିହ୍ନ ‘ଘଣ୍ଟା’ ବଣ୍ଟନ କରିଛନ୍ତି। ଛଅ ମାସରେ ୧୦ ରୁ ଅଧିକ ଶୁଣାଣି ଶେଷ ହେବା ପରେ ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତି ଅଜିତ ପାୱାରଙ୍କ ସପକ୍ଷରେ ଆସିଛି।

ନିର୍ବାଚନ ଚିହ୍ନ ‘ଘଣ୍ଟା’ର ଲଢ଼େଇରେ ହାରିଯିବା ପରେ ଶରଦ ପାୱାର ଗୋଷ୍ଠୀଙ୍କ ପକ୍ଷରୁ ନିଜ କାର୍ଯ୍ୟାଳୟ ବାହାରେ ବୁଧବାର ଦିନ ବିରୋଧ କରାଯାଇଛି। ଏହି ସମୟରେ ଅଜିତ ପାୱାର ମୁମ୍ବାଇର ସିଦ୍ଧବିନାୟକ ମନ୍ଦିରକୁ ଯାଉଛନ୍ତି।

 

ଆହୁରି ପଢ଼ନ୍ତୁ: ଅଜିତଙ୍କ ଚାଲାକି,ଆଗୁଆ ସୁପ୍ରିମକୋର୍ଟରେ ପହଞ୍ଚିଲେ: ଦାଖଲ କଲେ ପିଟିଶନ…

 

ନିର୍ବାଚନ ସଂସ୍ଥା କହିଛି ଏହି ନିଷ୍ପତ୍ତି ଏକ ଆବେଦନର ରକ୍ଷଣାବେକ୍ଷଣର ନିର୍ଦ୍ଦିଷ୍ଟ ଦିଗଗୁଡିକ ଅନୁସରଣ କରିଛି, ଯେଉଁଥିରେ ଦଳର ଉଦ୍ଦେଶ୍ୟର ପରୀକ୍ଷା, ଦଳ ସମ୍ବିଧାନର ପରୀକ୍ଷା ଏବଂ ଉଭୟ ସାଂଗଠନିକ ଏବଂ ବିଧାନସଭା ପ୍ରସଙ୍ଗରେ ସଂଖ୍ୟାଗରିଷ୍ଠତା ପରୀକ୍ଷା ରହିଥିଲା। ତେବେ ଘଣ୍ଟା ବିନା ଏବେ ଶରଦଙ୍କ ସମୟ କିଭଳି ଚାଲିବ ସେନେଇ ରାଜନୈତିକସ୍ତରରେ ନାନା କଳ୍ପନାଜଳ୍ପନା ଜାରି ରହିଛି।

The post ବିନା ‘ଘଣ୍ଟା’ରେ କିଭଳି ଚାଲିବ ଶରଦଙ୍କ ସମୟ… appeared first on Dharitri Odia News.