ବିନା ଶାଢିରେ ଦେବୀ ସରସ୍ୱତୀଙ୍କ ମୂର୍ତିକୁ ନେଇ ହଙ୍ଗାମା, ସ୍ଥିତି ବିଗିଡିବାରୁ ମୁଣ୍ଡ ନୁଆଁଇଲା କର୍ତୃପକ୍ଷ

ଅଗରତାଲା: ତ୍ରିପୁରାର ଏକ ସରକାରୀ କଲେଜରେ ବସନ୍ତ ପଂଚମୀ ଉତ୍ସବ ହଙ୍ଗାମା ଓ ଉପଦ୍ରବରେ ପରିଣତ ହୋଇଛି । ଏଠାରେ ଉତ୍ସବରେ ଦେବୀ ସରସ୍ୱତୀଙ୍କ ଯେଉଁ ମୂର୍ତିର ପୂଜା କରାଯାଉଥିଲା, ସେଥିରେ ଶାଢି ପିନ୍ଧା ଯାଇ ନ ଥିଲା । ଏହାକୁ ଅଶ୍ଳୀଳ ଓ ଆପତିଜନକ ଦର୍ଶାଇ ଛାତ୍ର ସଂଗଠନ ଏବିଭିପି ଓ ବଜରଙ୍ଗ ଦଳର କାର୍ଯ୍ୟକର୍ତା ଖୁବ୍ ହଙ୍ଗାମା କରିଛନ୍ତି । ଏହି ବିବାଦ ତେବେ ବଡ ରୂପ ନେଇଥିଲା ଯେତେବେଳେ ମୂର୍ତିର ଭିଡିଓ ସାମାଜିକ […] The post ବିନା ଶାଢିରେ ଦେବୀ ସରସ୍ୱତୀଙ୍କ ମୂର୍ତିକୁ ନେଇ ହଙ୍ଗାମା, ସ୍ଥିତି ବିଗିଡିବାରୁ ମୁଣ୍ଡ ନୁଆଁଇଲା କର୍ତୃପକ୍ଷ appeared first on Odisha.News.

ବିନା ଶାଢିରେ ଦେବୀ ସରସ୍ୱତୀଙ୍କ ମୂର୍ତିକୁ ନେଇ ହଙ୍ଗାମା, ସ୍ଥିତି ବିଗିଡିବାରୁ ମୁଣ୍ଡ ନୁଆଁଇଲା କର୍ତୃପକ୍ଷ

ଅଗରତାଲା: ତ୍ରିପୁରାର ଏକ ସରକାରୀ କଲେଜରେ ବସନ୍ତ ପଂଚମୀ ଉତ୍ସବ ହଙ୍ଗାମା ଓ ଉପଦ୍ରବରେ ପରିଣତ ହୋଇଛି । ଏଠାରେ ଉତ୍ସବରେ ଦେବୀ ସରସ୍ୱତୀଙ୍କ ଯେଉଁ ମୂର୍ତିର ପୂଜା କରାଯାଉଥିଲା, ସେଥିରେ ଶାଢି ପିନ୍ଧା ଯାଇ ନ ଥିଲା । ଏହାକୁ ଅଶ୍ଳୀଳ ଓ ଆପତିଜନକ ଦର୍ଶାଇ ଛାତ୍ର ସଂଗଠନ ଏବିଭିପି ଓ ବଜରଙ୍ଗ ଦଳର କାର୍ଯ୍ୟକର୍ତା ଖୁବ୍ ହଙ୍ଗାମା କରିଛନ୍ତି । ଏହି ବିବାଦ ତେବେ ବଡ ରୂପ ନେଇଥିଲା ଯେତେବେଳେ ମୂର୍ତିର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଥିଲା । ଦେବୀ ସରସ୍ୱତୀଙ୍କୁ ବିନା ପାରମ୍ପରିକ ଶାଢୀରେ ଦେଖିବାକୁ ମିଳିଥିଲା । ଏହା ଦେଖି ଛାତ୍ର ସଂଗଠନ ଉତକ୍ଷୀପ୍ତ ହୋଇ ଉଠିଥିଲେ । ଆଉ ସେମାନଙ୍କ ସମର୍ଥନରେ ଆଗେଇ ଆସିଥିଲେ ଏବିଭିପି ଓ ବଜରଙ୍ଗ ଦଳର କାର୍ଯ୍ୟକର୍ତା ।

ତ୍ରିପୁରାର ଏବିଭିପିର ସାଧାରଣ ସଂପାଦକ ଦିବାକର ଆଚାର୍ଯ୍ୟ କହିଛନ୍ତି, ଏହି ରୂପରେ ଦେବୀ ସରସ୍ୱତୀଙ୍କୁ ପୂଜା କରିବା ବହୁତ ଆପତିଜନକ । ପୂରା ଦେଶରେ ଦେବୀ ସରସ୍ୱତୀଙ୍କୁ ପୂଜା କରାଯାଏ । ବିଶେଷ କରି ବସନ୍ତ ପଂଚମୀରେ ଦେବୀଙ୍କ ପୂଜା ଧୂମଧାମର ସହ କରାଯାଏ । ତେବେ ଗଭର୍ଣ୍ଣମେଂଟ ଆର୍ଟ ଆଣ୍ଡ କ୍ରାଫ୍ଟ କଲେଜରେ ଯେଉଁ ମୂର୍ତିର ପୂଜା କରାଯାଉଥିଲା ତାହା ଆପତିଜନକ ଥିଲା । ତାହା ସଭିଙ୍କୁ ବ୍ୟଥିତ କରିଥିଲା ।

ଏହା ପରେ ଅଗରତାଲା ସ୍ଥିତ କଲେଜ ବାହାରେ କାର୍ଯ୍ୟକର୍ତାଙ୍କ ଭିଡ ଜମିଥିଲା ଓ ପ୍ରଦର୍ଶନ ଜୋର ଧରିଥିଲା । ତ୍ରିପୁରାର ମୁଖ୍ୟମନ୍ତ୍ରୀ ମାନିକ ଶାହଙ୍କୁ ମାମଲାରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରାଯାଇଛି । କଲେଜକୁ କଡା ଶବ୍ଦରେ ନିନ୍ଦା କରାଯାଇଛି । ମାମଲା ବଢୁଥିବା ଦେଖି କଲେଜ କର୍ତୃପକ୍ଷ ବ୍ୟାକଫୁଟକୁ ଆସିଛନ୍ତି । କର୍ତୃପକ୍ଷ କହିଛି, କୌଣସି ଧାର୍ମିକ ଭାବନାକୁ ଆଘାତ ଦେବା ଆମର ଉଦ୍ଦେଶ୍ୟ ନ ଥିଲା । କଲେଜ ପ୍ରଶାସନ ତୁରନ୍ତ ଉକ୍ତ ମୂର୍ତିକୁ ହଟାଇ ଉକ୍ତ ସ୍ଥାନକୁ ପ୍ଲାଷ୍ଟିକରେ ଘୋଡା ଯାଇଛି । ପୂଜା ସ୍ଥଳରେ ନୂତନ ମୂର୍ତି ରଖାଯାଇଛି ।

The post ବିନା ଶାଢିରେ ଦେବୀ ସରସ୍ୱତୀଙ୍କ ମୂର୍ତିକୁ ନେଇ ହଙ୍ଗାମା, ସ୍ଥିତି ବିଗିଡିବାରୁ ମୁଣ୍ଡ ନୁଆଁଇଲା କର୍ତୃପକ୍ଷ appeared first on Odisha.News.