ବିନା ସୂଚନା ଫଳକରେ ଚାଲିଛି ଓଏଭି ଛାତ୍ରାବାସ କୋଠା: ନିମ୍ନମାନର ସାମଗ୍ରୀ ବ୍ୟବହାର ଅଭିଯୋଗ

ଥୁଆମୂଳ ରାମପୁର,୯ା୧୨ (ଦୁର୍ଗା କୀର୍ତ୍ତି)- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍‌ରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ (ଓଏଭି) ଛାତ୍ରାବାସ କୋଠା ନିର୍ମାଣ ଚାଲିଛି। ବିନା ସୂଚନା ଫଳକରେ ଏହି ପ୍ରକଳ୍ପ କାମ ଚାଲିଥିବାବେଳେ ନିମ୍ନମାନର ସାମଗ୍ରୀ ବ୍ୟବହାର ହେଉଥିବା ଅଭିଯୋଗ ହୋଇଛି। ଆର୍‌ ଆଣ୍ଡ ବି ବିଭାଗ ପକ୍ଷରୁ ଶହେ ଶଯ୍ୟା ବିଶିଷ୍ଟ ୩ମହଲା କୋଠା ପାଇଁ ୫କୋଟି ୨୩ଲକ୍ଷ ୫୨ ହଜାର ଟଙ୍କାର ବ୍ୟୟବରାଦ ହୋଇଛି। ଆର୍‌ବିଏସ୍‌ ନାମକ କମ୍ପାନୀ ଟେଣ୍ଡର ପାଇଥିବାବେଳେ ପେଟି ଠିକାସଂସ୍ଥା […] The post ବିନା ସୂଚନା ଫଳକରେ ଚାଲିଛି ଓଏଭି ଛାତ୍ରାବାସ କୋଠା: ନିମ୍ନମାନର ସାମଗ୍ରୀ ବ୍ୟବହାର ଅଭିଯୋଗ appeared first on Dharitri Odia News.

ବିନା ସୂଚନା ଫଳକରେ ଚାଲିଛି ଓଏଭି ଛାତ୍ରାବାସ କୋଠା: ନିମ୍ନମାନର ସାମଗ୍ରୀ ବ୍ୟବହାର ଅଭିଯୋଗ

ଥୁଆମୂଳ ରାମପୁର,୯ା୧୨ (ଦୁର୍ଗା କୀର୍ତ୍ତି)- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍‌ରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ (ଓଏଭି) ଛାତ୍ରାବାସ କୋଠା ନିର୍ମାଣ ଚାଲିଛି। ବିନା ସୂଚନା ଫଳକରେ ଏହି ପ୍ରକଳ୍ପ କାମ ଚାଲିଥିବାବେଳେ ନିମ୍ନମାନର ସାମଗ୍ରୀ ବ୍ୟବହାର ହେଉଥିବା ଅଭିଯୋଗ ହୋଇଛି। ଆର୍‌ ଆଣ୍ଡ ବି ବିଭାଗ ପକ୍ଷରୁ ଶହେ ଶଯ୍ୟା ବିଶିଷ୍ଟ ୩ମହଲା କୋଠା ପାଇଁ ୫କୋଟି ୨୩ଲକ୍ଷ ୫୨ ହଜାର ଟଙ୍କାର ବ୍ୟୟବରାଦ ହୋଇଛି। ଆର୍‌ବିଏସ୍‌ ନାମକ କମ୍ପାନୀ ଟେଣ୍ଡର ପାଇଥିବାବେଳେ ପେଟି ଠିକାସଂସ୍ଥା ନିର୍ମାଣ କାର୍ଯ୍ୟ କରୁଛି। ହେଲେ ପ୍ରକଳ୍ପ ନିର୍ମାଣ ପୂର୍ବରୁ ସୂଚନା ଫଳକ ଲଗାଇବା ନିୟମ ଥିବାବେଳେ ଏଠାର ଊଲ୍ଲଂଘନ କରାଯାଇଛି। ଫଳରେ ଲୋକେ ପ୍ରକଳ୍ପ ସମ୍ପର୍କରେ ସୂଚନା ପାଇବାରୁ ବଞ୍ଚତ୍ତ ହେଉଛନ୍ତି। ସେହିପରି ନିମ୍ନମାନର ସିମେଣ୍ଟ, ରଡ୍‌ ବ୍ୟବହାର ହେଉଥିବାରୁ କୋଠାର ସ୍ଥାୟିତ୍ୱ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହୋଇଛି। ଏ ସମ୍ପର୍କରେ ପିଡବ୍ଲ୍ୟୁଡି ଯନ୍ତ୍ରୀ ମୀନାକେତନ କାର୍ଜିଙ୍କୁ ପଚାରିବାରୁ ଯେଉଁ ସିମେଣ୍ଟ, ରଡ୍‌ ବ୍ୟବହାର କରିବା କଥା ତାହା କରୁଛୁ। ସୂଚନା ଫଳକ ଲଗାଇବାକୁ ଏଷ୍ଟିମେଟ ଥାଏ, ହେଲେ ଫଣ୍ଡ ନ ଥିବାରୁ ଲଗାଇ ନାହୁଁ, ଖୁବ୍‌ଶୀଘ୍ର ଏହି ବ୍ୟବସ୍ଥା କରିବୁ ବୋଲି କହିଥିଲେ।

The post ବିନା ସୂଚନା ଫଳକରେ ଚାଲିଛି ଓଏଭି ଛାତ୍ରାବାସ କୋଠା: ନିମ୍ନମାନର ସାମଗ୍ରୀ ବ୍ୟବହାର ଅଭିଯୋଗ appeared first on Dharitri Odia News.