ବିନାଶ ଘଟାଇଲା ବାତ୍ୟା ‘ଶାନ୍ଶାନ୍’: ୫୦ ଲକ୍ଷରୁ ଅଧିକ ଲୋକଙ୍କୁ ଘର ଖାଲି କରିବାକୁ ନିର୍ଦ୍ଦେଶ
ଟୋକିଓ,୩୦।୮: ବାତ୍ୟା ‘ଶାନ୍ଶାନ୍’ ଜାପାନରେ ବିନାଶ ଘଟାଇଛି। ପ୍ରବଳ ପବନ ଓ ବର୍ଷା ଯୋଗୁ ଭୂସ୍ଖଳନ ମଧ୍ୟ ଘଟିଛି। ବର୍ତ୍ତମାନ ସୁଦ୍ଧା ଅତି କମରେ ୪ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୦୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି। ବିପଦକୁ ଦୃଷ୍ଟିରେ ରଖି ୫୦ ଲକ୍ଷରୁ ଅଧିକ ଲୋକଙ୍କୁ ଘର ଖାଲି କରି ସୁରକ୍ଷିତ ସ୍ଥାନକୁ ଯିବାକୁ କୁହାଯାଇଛି। କାରଣ ଏହି ଘୂର୍ଣ୍ଣିବଳୟ ଘଣ୍ଟା ପ୍ରତି ୨୫୦ କିଲୋମିଟର ବେଗରେ ଗତି କରୁଛି। ବିପଦପୂର୍ଣ୍ଣ ଅଞ୍ଚଳରେ ସରକାର […] The post ବିନାଶ ଘଟାଇଲା ବାତ୍ୟା ‘ଶାନ୍ଶାନ୍’: ୫୦ ଲକ୍ଷରୁ ଅଧିକ ଲୋକଙ୍କୁ ଘର ଖାଲି କରିବାକୁ ନିର୍ଦ୍ଦେଶ appeared first on Dharitri Odia News.
ଟୋକିଓ,୩୦।୮: ବାତ୍ୟା ‘ଶାନ୍ଶାନ୍’ ଜାପାନରେ ବିନାଶ ଘଟାଇଛି। ପ୍ରବଳ ପବନ ଓ ବର୍ଷା ଯୋଗୁ ଭୂସ୍ଖଳନ ମଧ୍ୟ ଘଟିଛି। ବର୍ତ୍ତମାନ ସୁଦ୍ଧା ଅତି କମରେ ୪ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୦୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି। ବିପଦକୁ ଦୃଷ୍ଟିରେ ରଖି ୫୦ ଲକ୍ଷରୁ ଅଧିକ ଲୋକଙ୍କୁ ଘର ଖାଲି କରି ସୁରକ୍ଷିତ ସ୍ଥାନକୁ ଯିବାକୁ କୁହାଯାଇଛି। କାରଣ ଏହି ଘୂର୍ଣ୍ଣିବଳୟ ଘଣ୍ଟା ପ୍ରତି ୨୫୦ କିଲୋମିଟର ବେଗରେ ଗତି କରୁଛି। ବିପଦପୂର୍ଣ୍ଣ ଅଞ୍ଚଳରେ ସରକାର ଏକ ସତର୍କ ସୂଚନା ଜାରି କରିଛନ୍ତି। ବିମାନ ଏବଂ ରେଳ ଚଳାଚଳ ବନ୍ଦ ହୋଇଯାଇଛି। ୨.୫ ଲକ୍ଷରୁ ଅଧିକ ଘରରେ ବିଦ୍ୟୁତ କାଟ୍ ହୋଇଛି।
ଜାପାନର ପାଣିପାଗ ଏଜେନ୍ସି କହିଛି, ‘ଶାନ୍ଶାନ୍’ ଦକ୍ଷିଣ-ପଶ୍ଚିମ କ୍ୟୁସୁ ଦ୍ୱୀପ ନିକଟରେ ପହଞ୍ଚିବା ପରେ କାରଖାନାସବୁ ବନ୍ଦ ହୋଇଯାଇଥିଲା ଏବଂ ଶହ ଶହ ବିମାନ ବାତିଲ କରାଯାଇଥିଲା। ଘୂର୍ଣ୍ଣିବଳୟର ବେଗ ଘଣ୍ଟା ପ୍ରତି ୨୫୦ କିଲୋମିଟରରେ ପହଞ୍ଚିଛି। କେତେକ ଅଞ୍ଚଳରେ ପୂର୍ବରୁ ୭୦୦ ମିଲିମିଟରରୁ ଅଧିକ ବର୍ଷା ହୋଇସାରିଛି, ଯାହାକି ଲଣ୍ଡନ ଏକ ବର୍ଷ ମଧ୍ୟରେ ସମାନ ପରିମାଣର ବର୍ଷା। ୨.୫ ଲକ୍ଷ ଲୋକ ବିଦ୍ୟୁତ ବିନା ଜୀବନଯାପନ କରୁଥିବାବେଳେ କାରଗୁଡିକ ଓଲଟି ପଡିଛି ଏବଂ ଗଛଗୁଡିକ ଉପୁଡ଼ି ଯାଇଛି।
କେନ୍ଦ୍ରୀୟ ଆଇଚି ପ୍ରିଫେକ୍ଟରରେ ଭୂସ୍ଖଳନ ହେତୁ ଏକ ଘର ଭୁଶୁଡ଼ି ପଡ଼ିବାରୁ ତିନି ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ପଶ୍ଚିମ ଦିଗରେ ଟୋକୁସିମାରେ ଏକ ଛାତ ଭୁଶୁଡ଼ି ପଡ଼ିବାରୁ ୮୦ ବର୍ଷ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଏପର୍ଯ୍ୟନ୍ତ ଚାରି ଜଣ ଲୋକ ପ୍ରାଣ ହରାଇଛନ୍ତି। ଏଥିସହ ୧୦୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି।
ଗୁରୁତର ପରିସ୍ଥିତିକୁ ଦେଖି ସମସ୍ତ ସରକାରୀ ବିଭାଗକୁ ସତର୍କ କରାଯାଇଛି। ବର୍ତ୍ତମାନ ୨୧୦ ଘରୋଇ ଏବଂ ଅନ୍ତର୍ଜାତୀୟ ବିମାନକୁ ବାତିଲ କରାଯାଇଛି। ସରକାର କହିଛନ୍ତି ଯେ, ବାତ୍ୟା ଯୋଗୁ ୮ ଲକ୍ଷ ଲୋକଙ୍କୁ ଏଠାରୁ ଅନ୍ୟ ସ୍ଥାନକୁ ପଠାଯିବ। ରାଜଧାନୀ ଟୋକିଓରେ ବୁଲେଟ ଟ୍ରେନ, ଟ୍ରେନ, ବିମାନ ଏବଂ ଡାକ ସେବା ବନ୍ଦ କରାଯାଇଛି।
The post ବିନାଶ ଘଟାଇଲା ବାତ୍ୟା ‘ଶାନ୍ଶାନ୍’: ୫୦ ଲକ୍ଷରୁ ଅଧିକ ଲୋକଙ୍କୁ ଘର ଖାଲି କରିବାକୁ ନିର୍ଦ୍ଦେଶ appeared first on Dharitri Odia News.