ଶିଶୁକନ୍ୟାଙ୍କୁ ବଳାତ୍କାର: ବାପା ଗିରଫ
କୁଚିଣ୍ଡା,୨୫ା୭(ବିରଞ୍ଚତ୍ ଦର୍କା): ମଦନିଶା କିଭଳି ମଣିଷକୁ ପିଶାଚ କରିଦିଏ ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ସମ୍ବଲପୁର ଜିଲା ମହୁଲପାଲି ଥାନା ଅଞ୍ଚଳରେ। ଜଣେ ବ୍ୟକ୍ତି ତାଙ୍କର ୬ ବର୍ଷୀୟା ଶିଶୁକନ୍ୟାକୁ ବଳାତ୍କାର କରିବା ଅଭିଯୋଗରେ ଗିରଫ ହୋଇଛନ୍ତି। ଆଉ ଥାନାରେ ଅଭିଯୋଗ କରିଛନ୍ତି ପୀଡ଼ିତା ଶିଶୁକନ୍ୟାଙ୍କ ମା’। ସମ୍ବଲପୁର ଜିଲାରେ ଏହି ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ଅଭିଯୋଗ ଆଧାରରେ ମହୁଲପାଲି ଥାନାରେ ବିଏନ୍ଏସ୍ ୬୪(୨)/୬୫(୨)ପୋକ୍ସୋ ଧାରାରେ ଏକ ମାମଲା (ନଂ.୧୨୮/୨୪) ରୁଜୁ କରି […] The post ଶିଶୁକନ୍ୟାଙ୍କୁ ବଳାତ୍କାର: ବାପା ଗିରଫ appeared first on Dharitri Odia News.
କୁଚିଣ୍ଡା,୨୫ା୭(ବିରଞ୍ଚତ୍ ଦର୍କା): ମଦନିଶା କିଭଳି ମଣିଷକୁ ପିଶାଚ କରିଦିଏ ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ସମ୍ବଲପୁର ଜିଲା ମହୁଲପାଲି ଥାନା ଅଞ୍ଚଳରେ। ଜଣେ ବ୍ୟକ୍ତି ତାଙ୍କର ୬ ବର୍ଷୀୟା ଶିଶୁକନ୍ୟାକୁ ବଳାତ୍କାର କରିବା ଅଭିଯୋଗରେ ଗିରଫ ହୋଇଛନ୍ତି। ଆଉ ଥାନାରେ ଅଭିଯୋଗ କରିଛନ୍ତି ପୀଡ଼ିତା ଶିଶୁକନ୍ୟାଙ୍କ ମା’। ସମ୍ବଲପୁର ଜିଲାରେ ଏହି ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ଅଭିଯୋଗ ଆଧାରରେ ମହୁଲପାଲି ଥାନାରେ ବିଏନ୍ଏସ୍ ୬୪(୨)/୬୫(୨)ପୋକ୍ସୋ ଧାରାରେ ଏକ ମାମଲା (ନଂ.୧୨୮/୨୪) ରୁଜୁ କରି ପୋଲିସ ଅଭିଯୁକ୍ତ ବାପାଙ୍କୁ ଗିରଫ କରି ଗୁରୁବାର ସମ୍ବଲପୁର ଜିଲା ସେସନ୍ସ କୋର୍ଟକୁ ଚାଲାଣ କରିଛି। ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି।
ସୂଚନା ଅନୁଯାୟୀ, ପୀଡିତା ଶିଶୁକନ୍ୟାଙ୍କ ମା’ ବିଲକୁ କାମ କରିବାକୁ ଯାଇଥିଲେ। ଘରେ ୬ବର୍ଷର ଝିଅ ଓ ତାଙ୍କ ସ୍ବାମୀ ଥିଲେ। ଅପରାହ୍ନ ୫ଟାରେ ମହିଳା ଜଣଙ୍କ ଘରକୁ ଫେରି ଝିଅ ପୋଷାକରେ ରକ୍ତ ଲାଗିଥିବା ଦେଖି ବ୍ୟସ୍ତ ହୋଇପଡିଥିଲେ। ପଚରାଉଚରା ପରେ ନିଶାଗ୍ରସ୍ତ ଅବସ୍ଥାରେ ଥିବା ସ୍ବାମୀ ଝିଅକୁ ବଳାତ୍କାର କରିଥିବା କହିଥିଲେ। ବୁଧବାର ସକାଳେ ଝିଅକୁ ମହିଳା ଜଣକ କେଶାଇବାହାଲ ମେଡିକାଲ ନେଇଥିଲେ। ହେଲେ ଡ୍ୟୁଟିରେ ଥିବା ଡାକ୍ତର ଘଟଣା ସମ୍ପର୍କରେ ମହୁଲପାଲି ପୋଲିସକୁ ସୂଚନା ଦେଇ ଶିଶୁର ଉନ୍ନତ ଚିକିତ୍ସା ନିମନ୍ତେ କୁଚିଣ୍ଡା ଉପଖଣ୍ଡ ମେଡିକାଲକୁ ରେଫର କରିଥିଲେ।
ଖବରପାଇ ମହୁଲପାଲି ଥାନା ଅଧିକାରୀ ସୁମିତ ଫିରୋଜ ଏକ୍କା ଓ କୁଚିଣ୍ଡା ଏସ୍ଡିପିଓ ଅମିତାଭ ପଣ୍ଡା କୁଚିଣ୍ଡା ମେଡିକାଲରେ ପହଞ୍ଚି ଘଟଣାର ତଦନ୍ତ କରିବା ସହ ଅଭିଯୁକ୍ତ ବାପାଙ୍କୁ ଗିରଫ କରିଥିଲେ। ସୂଚନାଯୋଗ୍ୟ, ଗତ ରବିବାର ଏହି ମହୁଲପାଲି ଥାନା ଅଞ୍ଚଳରେ ଜଣେ ୬୪ ବର୍ଷୀୟା ବୃଦ୍ଧାଙ୍କୁ ବଳାତ୍କାର ଘଟଣାର ସପ୍ତାହେ ନ ପୂରୁଣୁ ପୁଣି ଏକ ଶିଶୁକନ୍ୟା ବଳାତ୍କାର ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।
The post ଶିଶୁକନ୍ୟାଙ୍କୁ ବଳାତ୍କାର: ବାପା ଗିରଫ appeared first on Dharitri Odia News.