Playing-11କୁ ଫେରିଲେ ବିରାଟ, ବାଦ୍ ପଡ଼ିଲେ…
କଟକ,୯ା୨: କଟକ ବାରବାଟୀ ଷ୍ଟାଡିୟମ୍ରେ ଦିନିକିଆ ମ୍ୟାଚ୍ ପାଇଁ ଭାରତ ଏବଂ ଇଂଲଣ୍ଡ ଦଳ ମୁହାଁମୁହିଁ ହୋଇଛନ୍ତି। ମ୍ୟାଚ୍ରେ ଇଂଲଣ୍ଡ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଏହି ମ୍ୟାଚ୍ ମାଧ୍ୟମରେ ବରୁଣ ଚକ୍ରବର୍ତ୍ତୀ ତାଙ୍କର ଏକଦିବସୀୟ ଡେବ୍ୟୁ କରିଛନ୍ତି। ଏହି ସମୟରେ ବିରାଟ କୋହଲି ଭାରତର ପ୍ଲେଇଂ ଇଲେଭେନକୁ ଫେରିଛନ୍ତି। ମ୍ୟାଚ୍ ପାଇଁ ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନରେ ଦୁଇଟି ପରିବର୍ତ୍ତନ କରାଯାଇଥିଲା। ଗତ ମାଚ୍ରେ ଇନିଂସ ଓପନ କରିଥିବା ଯଶସ୍ବୀ ଜୟସ୍ବାଲଙ୍କୁ ପ୍ଲେଇଂ ଇଲେଭେନରୁ […] The post Playing-11କୁ ଫେରିଲେ ବିରାଟ, ବାଦ୍ ପଡ଼ିଲେ… appeared first on Dharitri Odia News.
କଟକ,୯ା୨: କଟକ ବାରବାଟୀ ଷ୍ଟାଡିୟମ୍ରେ ଦିନିକିଆ ମ୍ୟାଚ୍ ପାଇଁ ଭାରତ ଏବଂ ଇଂଲଣ୍ଡ ଦଳ ମୁହାଁମୁହିଁ ହୋଇଛନ୍ତି। ମ୍ୟାଚ୍ରେ ଇଂଲଣ୍ଡ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଏହି ମ୍ୟାଚ୍ ମାଧ୍ୟମରେ ବରୁଣ ଚକ୍ରବର୍ତ୍ତୀ ତାଙ୍କର ଏକଦିବସୀୟ ଡେବ୍ୟୁ କରିଛନ୍ତି। ଏହି ସମୟରେ ବିରାଟ କୋହଲି ଭାରତର ପ୍ଲେଇଂ ଇଲେଭେନକୁ ଫେରିଛନ୍ତି।
ମ୍ୟାଚ୍ ପାଇଁ ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନରେ ଦୁଇଟି ପରିବର୍ତ୍ତନ କରାଯାଇଥିଲା। ଗତ ମାଚ୍ରେ ଇନିଂସ ଓପନ କରିଥିବା ଯଶସ୍ବୀ ଜୟସ୍ବାଲଙ୍କୁ ପ୍ଲେଇଂ ଇଲେଭେନରୁ ବାଦ୍ ଦିଆଯାଇଥିଲା ଏବଂ ତାଙ୍କ ସ୍ଥାନରେ ବିରାଟ କୋହଲି ଫେରିଥିଲେ। କୁଲଦୀପ ଯାଦବଙ୍କୁ ବିଶ୍ରାମ ଦିଆଯାଇଥିବା ବେଳେ, ତାଙ୍କ ସ୍ଥାନରେ ବରୁଣ ଚକ୍ରବର୍ତ୍ତୀ ତାଙ୍କର ଏକଦିବସୀୟ ଡେବ୍ୟୁ କରିଛନ୍ତି।
ସେହି ସମୟରେ ଇଂଲଣ୍ଡ ମ୍ୟାଚ୍ର ପ୍ଲେଇଂ ଇଲେଭେନରେ ତିନୋଟି ପରିବର୍ତ୍ତନ କରିଥିଲା। ମାର୍କ ଉଡ, ଗୁସ୍ ଆଟ୍କିନସନ ଏବଂ ଜେମି ଓଭର୍ଟନ ଇଂଲଣ୍ଡ ଦଳର ପ୍ଲେଇଂ ଇଲେଭେନରେ ଆସିଛନ୍ତି।
ଭାରତର ପ୍ଲେଇଂ ଇଲେଭେନ୍
ରୋହିତ ଶର୍ମା (ଅଧିନାୟକ), ଶୁବମନ ଗିଲ(ଉପଅଧିନାୟକ), ବିରାଟ କୋହଲି, ଶ୍ରେୟସ ଆୟର, କେ.ଏଲ. ରାହୁଲ (ଓ୍ବିକେଟ୍କିପର୍), ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, ରବୀନ୍ଦ୍ର ଜାଡେଜା, ହର୍ଷିତ ରାଣା, ମହମ୍ମଦ ଶାମି, ବରୁଣ ଚକ୍ରବର୍ତ୍ତୀ।
ଇଂଲଣ୍ଡର ପ୍ଲେଇଂ ଇଲେଭେନ୍
ଫିଲିପ ସଲ୍ଟ (ଓ୍ବିକେଟ୍କିପର୍), ବେନ ଡକେଟ, ଜୋ ରୁଟ୍, ହାରି ବ୍ରୁକ୍, ଜୋସ୍ ବଟଲର୍ (ଅଧିନାୟକ), ଲିଆମ ଲିଭିଂଷ୍ଟୋନ୍, ଜେମି ଓଭର୍ଟନ, ଗୁସ୍ ଆଟ୍କିନସନ, ଆଡିଲ ରସିଦ, ମାର୍କ ଉଡ, ସାକିବ ମହମ୍ମଦ।
The post Playing-11କୁ ଫେରିଲେ ବିରାଟ, ବାଦ୍ ପଡ଼ିଲେ… appeared first on Dharitri Odia News.