କଳିଙ୍ଗ ସୁପର୍ କପ୍: ସଂଘର୍ଷପୂର୍ଣ୍ଣ ମ୍ୟାଚରେ ଜିତି ଫାଇନାଲ୍ରେ ଓଡ଼ିଶା ଏଫ୍ସି
ଭୁବନେଶ୍ୱର,୨୫ା୧(ସରୋଜ ଜେନା): ଐତିହାସିକ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ କଳିଙ୍ଗ ସୁପର୍ କପ୍ ଫାଇନାଲରେ ପ୍ରବେଶ କରିଛି ଡିଫେଣ୍ଡିଂ ଚାମ୍ପିୟନ ଓଡ଼ିଶା ଏଫ୍ସି(ଓଏଫ୍ସି)। ଗୁରୁବାର ଅନୁଷ୍ଠିତ ସଂଘର୍ଷପୂର୍ଣ୍ଣ ମ୍ୟାଚରେ ମୁମ୍ବାଇ ସିଟି ଏଫ୍ସିକୁ ୧-୦ରେ ପରାସ୍ତ କରି କ୍ରମାଗତ ସଂସ୍କରଣର ଫାଇନାଲରେ ପ୍ରବେଶ କରିଛି ଓଏଫ୍ସି। ଫ୍ରି କିକ୍ରୁ ଡିଏଗୋ ମରିସିଓଙ୍କ ପ୍ରଥମ ହାଫ୍ ଗୋଲ୍ ନିର୍ଣ୍ଣାୟକ ସାବ୍ୟସ୍ତ ହୋଇଥିଲା। ଗୁରୁବାର ଉଭୟ ଦଳ ଆକ୍ରମଣାତ୍ମକ ଢଙ୍ଗରେ ଖେଳ ଆରମ୍ଭ କରିଥିଲେ। ତେବେ ଓଡ଼ିଶା ଖେଳାଳି ଆରମ୍ଭରୁ ବଲକୁ […] The post କଳିଙ୍ଗ ସୁପର୍ କପ୍: ସଂଘର୍ଷପୂର୍ଣ୍ଣ ମ୍ୟାଚରେ ଜିତି ଫାଇନାଲ୍ରେ ଓଡ଼ିଶା ଏଫ୍ସି appeared first on Dharitri Odia News.
ଭୁବନେଶ୍ୱର,୨୫ା୧(ସରୋଜ ଜେନା): ଐତିହାସିକ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ କଳିଙ୍ଗ ସୁପର୍ କପ୍ ଫାଇନାଲରେ ପ୍ରବେଶ କରିଛି ଡିଫେଣ୍ଡିଂ ଚାମ୍ପିୟନ ଓଡ଼ିଶା ଏଫ୍ସି(ଓଏଫ୍ସି)। ଗୁରୁବାର ଅନୁଷ୍ଠିତ ସଂଘର୍ଷପୂର୍ଣ୍ଣ ମ୍ୟାଚରେ ମୁମ୍ବାଇ ସିଟି ଏଫ୍ସିକୁ ୧-୦ରେ ପରାସ୍ତ କରି କ୍ରମାଗତ ସଂସ୍କରଣର ଫାଇନାଲରେ ପ୍ରବେଶ କରିଛି ଓଏଫ୍ସି। ଫ୍ରି କିକ୍ରୁ ଡିଏଗୋ ମରିସିଓଙ୍କ ପ୍ରଥମ ହାଫ୍ ଗୋଲ୍ ନିର୍ଣ୍ଣାୟକ ସାବ୍ୟସ୍ତ ହୋଇଥିଲା।
ଗୁରୁବାର ଉଭୟ ଦଳ ଆକ୍ରମଣାତ୍ମକ ଢଙ୍ଗରେ ଖେଳ ଆରମ୍ଭ କରିଥିଲେ। ତେବେ ଓଡ଼ିଶା ଖେଳାଳି ଆରମ୍ଭରୁ ବଲକୁ ନିୟନ୍ତ୍ରଣରେ ରଖିବାରେ ସଫଳ ହୋଇଥିଲେ। ପ୍ରଥମ ହାଫ୍ରେ ଉଭୟ ଦଳକୁ ଏକାଧିକ ସ୍କୋରିଂ ସୁଯୋଗ ମିଳିଥିଲା। ତେବେ ୪୩ ମିନିଟ ଯାଏ ମ୍ୟାଚ୍ ଗୋଲ ଶୂନ୍ୟ ରହିଥିଲା। ୪୩ ତମ ମିନିଟରେ ମୁମ୍ବାଇ ଅଧିନାୟକ ତଥା ଗୋଲକିପର ଫୂର୍ବା ଲାଚେମ୍ପାଙ୍କୁ ଫାଉଲ କାରଣରୁ ଓଏଫ୍ସିକୁ ଏକ ପେନାଲ୍ଟି କିକ୍ ମିଳିଥିଲା ଏହାକୁ ଗୋଲରେ ପରିଣତ କରି ଡିଏଗୋ ମରିସିଓ ଦଳକୁ ୧-୦ରେ ଆଗୁଆ କରଥିଲେ।
ଦ୍ୱିତୀୟାର୍ଦ୍ଧରେ ମୁମ୍ବାଇ ସିଟି ପ୍ରତ୍ୟାବର୍ତ୍ତନର ପ୍ରୟାସ କରିଥିଲେ ମଧ୍ୟ ସଫଳ ହୋଇ ନ ଥିଲା।ଅନ୍ତିମ ୨୦ ମିନିଟ ମ୍ୟାଚ୍ ଅଧିକ ଉତ୍ତେଜନାପୂର୍ଣ୍ଣ ହୋଇଥିଲା। ଏହି ସମୟରେ ମୁମ୍ବାଇର ୩ ଜଣ ଖେଳାଳିଙ୍କୁ ରେଡ୍ କାର୍ଡ ମିଳିଥିଲା। ପ୍ରଥମ ହାଫ୍ରେ ଏକ ୟେଲୋ କାର୍ଡ ପାଇଥିବା ଗୁରକୀରଟ ସିଂ ଦ୍ୱିତୀୟ ୟେଲୋ କାର୍ଡ ପାଇ ପଡିଆ ଛାଡିଥିବା ବେଳେ ଇଞ୍ଜୁରୀ ଟାଇମରେ ରଷ୍ଟିନ୍ ଗ୍ରିଫିଥ୍ସ ଓ ଜର୍ଜ ପେରେରା ଡିଆଜ୍ଙ୍କୁ ରେଡ କାର୍ଡ ମିଳିଥିଲା। କାର୍ଲୋସ ଡେଲଗାଡୋଙ୍କୁ ଫାଉଲ ମାରି ଗ୍ରିଫିଥ୍ସ ରେଡ୍ କାର୍ଡ ପାଇଥିଲେ। ଫାଇନାଲ ହୁଟର ବାଜିବା ସହ ଫାଇନାଲରେ ପହଞ୍ଚି ଯାଇଥିଲା ଓଡ଼ିଶା ଏଫ୍ସି। ଆଇଜାକ୍ ରାଲ୍ଟେଙ୍କୁ ପ୍ଲେୟର ଅଫ୍ ଦ ମ୍ୟାଚ୍ ଘୋଷଣା କରାଯାଇଥିଲା। ଆଇଜାକ ଓ ଅହମଦ ଜାହୋହ ଓଏଫ୍ସି ପାଇଁ ଏକାଧିକ ସ୍କୋରିଂ ସୁଯୋଗ ସୃଷ୍ଟି କରିଥିଲେ। ଆସନ୍ତା ୨୭ ତାରିଖରେ ଓଡ଼ିଶା ଓ ଇଷ୍ଟବେଙ୍ଗଲ ମଧ୍ୟରେ ଫାଇନାଲ ମ୍ୟାଚ୍ ଖେଳାଯିବ।
The post କଳିଙ୍ଗ ସୁପର୍ କପ୍: ସଂଘର୍ଷପୂର୍ଣ୍ଣ ମ୍ୟାଚରେ ଜିତି ଫାଇନାଲ୍ରେ ଓଡ଼ିଶା ଏଫ୍ସି appeared first on Dharitri Odia News.