ଛାଡପତ୍ର ପରେ ପ୍ରଥମଥର ଏମିତି ପୋଷ୍ଟ କରି ଖୁସିବ୍ୟକ୍ତ କଲେ ଏ.ଆର ରେହମାନ
ମୁମ୍ବାଇ, ୨୨।୧୧: ବିବାହର ୨୯ ବର୍ଷ ପରେ ଓସ୍କାର ବିଜେତା ସଙ୍ଗୀତଜ୍ଞ ଏ.ଆର୍. ରେହମାନଙ୍କଠାରୁ ତାଙ୍କ ସ୍ତ୍ରୀ ସାଇରା ଅଲଗା ହୋଇଛନ୍ତି। ଅଲଗା ହେବା ପରେ ରେହମାନ ତାଙ୍କର ପ୍ରଥମ ସୋସିଆଲ ମିଡିଆ ପୋଷ୍ଟ ଶେୟାର କରିଥିଲେ। ସଂଗୀତକାର ଏହି ପୋଷ୍ଟରେ ଖୁସି ବ୍ୟକ୍ତ କରୁଥିବା ଦେଖାଯାଉଛି। ଏ.ଆର୍ ରେହମାନ ଏକ ବଡ଼ ବିଜୟ ହାସଲ କରିଛନ୍ତି। ମାଲାୟାଲମ ଚଳଚ୍ଚିତ୍ର ‘ଦ-ଗୋଟ୍ ଲାଇଫ୍’ରେ କାମ କରି ସେ ହଲିଉଡ ମ୍ୟୁଜିକ୍ ଇନ୍ ମିଡିଆ ଆଓ୍ବାର୍ଡସ ୨୦୨୪ରେ ସର୍ବଶ୍ରେଷ୍ଠ […] The post ଛାଡପତ୍ର ପରେ ପ୍ରଥମଥର ଏମିତି ପୋଷ୍ଟ କରି ଖୁସିବ୍ୟକ୍ତ କଲେ ଏ.ଆର ରେହମାନ appeared first on Dharitri Odia News.
ମୁମ୍ବାଇ, ୨୨।୧୧: ବିବାହର ୨୯ ବର୍ଷ ପରେ ଓସ୍କାର ବିଜେତା ସଙ୍ଗୀତଜ୍ଞ ଏ.ଆର୍. ରେହମାନଙ୍କଠାରୁ ତାଙ୍କ ସ୍ତ୍ରୀ ସାଇରା ଅଲଗା ହୋଇଛନ୍ତି। ଅଲଗା ହେବା ପରେ ରେହମାନ ତାଙ୍କର ପ୍ରଥମ ସୋସିଆଲ ମିଡିଆ ପୋଷ୍ଟ ଶେୟାର କରିଥିଲେ। ସଂଗୀତକାର ଏହି ପୋଷ୍ଟରେ ଖୁସି ବ୍ୟକ୍ତ କରୁଥିବା ଦେଖାଯାଉଛି। ଏ.ଆର୍ ରେହମାନ ଏକ ବଡ଼ ବିଜୟ ହାସଲ କରିଛନ୍ତି। ମାଲାୟାଲମ ଚଳଚ୍ଚିତ୍ର ‘ଦ-ଗୋଟ୍ ଲାଇଫ୍’ରେ କାମ କରି ସେ ହଲିଉଡ ମ୍ୟୁଜିକ୍ ଇନ୍ ମିଡିଆ ଆଓ୍ବାର୍ଡସ ୨୦୨୪ରେ ସର୍ବଶ୍ରେଷ୍ଠ ସ୍କୋର-ବିଦେଶୀ ଭାଷା ଚଳଚ୍ଚିତ୍ର ପୁରସ୍କାର ଲାଭ କରିଛନ୍ତି। ରେହମାନ ସୋସିଆଲ ମିଡିଆର ସାହାଯ୍ୟ ନେଇ ଏ ବିଷୟରେ ଖୁସି ପ୍ରକାଶ କରିଥିଲେ।
ଏହି ପୋଷ୍ଟ ଦେଖି ପ୍ରଶଂସକ ଏବଂ ସାଥୀ କଳାକାରମାନେ ସଂଗୀତକାରଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଅନେକ ଲୋକ କହିଥିଲେ ଯେ ଏହା ତାଙ୍କୁ ‘ଓସ୍କାର ୨୦୨୫’ ରେ ସମ୍ମାନିତ କରିବାର ପଥ ପରିଷ୍କାର କରିଛି।
ଏ.ଆର୍. ରେହମାନଙ୍କଠାରୁ ସାଇରାଙ୍କଠାରୁ ଅଲଗା ହୋଇଛନ୍ତି। ଛାଡ଼ପତ୍ର ପାଇଁ ଏହି ଦମ୍ପତି ନିଷ୍ପତ୍ତି ନେଇଥିବା ନେଇ ସାଇରାଙ୍କର ଓକିଲ ବନ୍ଦନା ଶାହା ମଙ୍ଗଳବାର ଏକ ସାର୍ବଜନୀନ ବିବୃତି ଜାରି କରି ସୂଚନା ଦେଇଥିଲେ। ସାଇରା ବହୁତ ଯନ୍ତ୍ରଣା ଅନୁଭବ କରୁଥିଲେ ଏବଂ ମାନସିକ ପୀଡ଼ା ଭୋଗୁଥିଲେ। ତେଣୁ ଏହି ସମ୍ପର୍କ ଭାଙ୍ଗିବାକୁ ସେ ନିଷ୍ପତ୍ତି ନେଇଛନ୍ତି ବୋଲି ଉକ୍ତ ପ୍ରେସ୍ ବିବୃତିରେ କୁହାଯାଇଛି। ପ୍ରକାଶ ଯେ, ଏ.ଆର୍. ରେହମାନ ଓ ସାଇରାଙ୍କ ବିବାହ ୧୯୯୫ରେ ହୋଇଥିଲା। ସେମାନଙ୍କର ଖତିଜା, ରହିମା ଏବଂ ଆମିନ ନାମରେ ୩ ଜଣ ପିଲା ରହିଛନ୍ତି।
Score – Independent Film (Foreign Language)
The Goat Life – A. R. Rahmanhttps://t.co/835qBtzD01— A.R.Rahman (@arrahman) November 21, 2024
The post ଛାଡପତ୍ର ପରେ ପ୍ରଥମଥର ଏମିତି ପୋଷ୍ଟ କରି ଖୁସିବ୍ୟକ୍ତ କଲେ ଏ.ଆର ରେହମାନ appeared first on Dharitri Odia News.