‘ଖାଲି ବଡ଼ ପାଟି କଲେ ମିଛ କେବେ ସତ ହୁଏ ନାହିଁ’

ନୂଆଦିଲ୍ଲୀ,୨୨ା୭: ସୋମବାର ସଂସଦ ଅଧିବେଶନ ଆରମ୍ଭ ହେବା ମାତ୍ରେ ନିଟ୍‌ ପେପର ଲିକ୍‌ ପ୍ରସଙ୍ଗରେ ଦଳ ଏବଂ ବିରୋଧୀଙ୍କ ମଧ୍ୟରେ ତୀବ୍ର ବିତର୍କ ଆରମ୍ଭ ହୋଇଥିଲା। କଂଗ୍ରେସ ଏମ୍‌ପି ତଥା ଲୋକ ସଭାର ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ କହିଛନ୍ତି, ଯେହେତୁ ନିଟ୍‌ ଏକ ବ୍ୟବସ୍ଥିତ ପ୍ରସଙ୍ଗ, ତେଣୁ ଆପଣ ଏହି ସମସ୍ୟାର ସମାଧାନ ପାଇଁ କଣ କରୁଛନ୍ତି? ଏହା ଜବାବରେ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ନିଟ୍‌ ପରୀକ୍ଷା ମାମଲାରେ ପେପର ଲିକ୍‌ ହେବାର […] The post ‘ଖାଲି ବଡ଼ ପାଟି କଲେ ମିଛ କେବେ ସତ ହୁଏ ନାହିଁ’ appeared first on Dharitri Odia News.

‘ଖାଲି ବଡ଼ ପାଟି କଲେ ମିଛ କେବେ ସତ ହୁଏ ନାହିଁ’

ନୂଆଦିଲ୍ଲୀ,୨୨ା୭: ସୋମବାର ସଂସଦ ଅଧିବେଶନ ଆରମ୍ଭ ହେବା ମାତ୍ରେ ନିଟ୍‌ ପେପର ଲିକ୍‌ ପ୍ରସଙ୍ଗରେ ଦଳ ଏବଂ ବିରୋଧୀଙ୍କ ମଧ୍ୟରେ ତୀବ୍ର ବିତର୍କ ଆରମ୍ଭ ହୋଇଥିଲା। କଂଗ୍ରେସ ଏମ୍‌ପି ତଥା ଲୋକ ସଭାର ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ କହିଛନ୍ତି, ଯେହେତୁ ନିଟ୍‌ ଏକ ବ୍ୟବସ୍ଥିତ ପ୍ରସଙ୍ଗ, ତେଣୁ ଆପଣ ଏହି ସମସ୍ୟାର ସମାଧାନ ପାଇଁ କଣ କରୁଛନ୍ତି? ଏହା ଜବାବରେ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ନିଟ୍‌ ପରୀକ୍ଷା ମାମଲାରେ ପେପର ଲିକ୍‌ ହେବାର କୌଣସି ସ୍ପଷ୍ଟ ପ୍ରମାଣ ସାମ୍ନାକୁ ଆସି ନାହିଁ। ବିରୋଧୀଦଳର ନେତାମାନେ ଶିକ୍ଷାମନ୍ତ୍ରୀଙ୍କ ଏହି ବିବୃତ୍ତି ପରେ ଗୃହରେ ହଙ୍ଗାମା କରିଥିଲେ। ଧର୍ମେନ୍ଦ୍ର କହିଛନ୍ତି, କେବଳ ବଡ଼ ପାଟି କଲେ ମିଛ କେବେ ସତ ହୋଇଯାଏନା। ଦେଶର ପରୀକ୍ଷା ବ୍ୟବସ୍ଥା ନିରର୍ଥକ ବୋଲି ବିରୋଧୀଦଳର ନେତାଙ୍କ ବିବୃତ୍ତି ଅତ୍ୟନ୍ତ ନିନ୍ଦନୀୟ।

ରାହୁଲ କହିଛନ୍ତି, ପରୀକ୍ଷା ବ୍ୟବସ୍ଥାରେ ବିଶୃଙ୍ଖଳା ଦେଖାଦେଇଛି। ପେପର ଲିକ୍‌ ଏକ ଗୁରୁତର ପ୍ରସଙ୍ଗ। ଏହା କେବଳ ନିଟ୍‌ ଉପରେ ପ୍ରଶ୍ନ ନୁହେଁ, ବରଂ ସମସ୍ତ ପରୀକ୍ଷା ଉପରେ। ରାହୁଲଙ୍କ ବିବୃତ୍ତିରେ ଶିକ୍ଷାମନ୍ତ୍ରୀ କହିଛନ୍ତି, ମୁଁ କାହାଠାରୁ ପ୍ରମାଣପତ୍ର ଚାହୁଁ ନାହିଁ।

The post ‘ଖାଲି ବଡ଼ ପାଟି କଲେ ମିଛ କେବେ ସତ ହୁଏ ନାହିଁ’ appeared first on Dharitri Odia News.