୩୫ ବିଲିୟନ ଡଲାରରେ ବିକ୍ରି ହୋଇଗଲା ପୃଥିବୀର ସ୍ୱର୍ଗ, ଜାଣନ୍ତୁ କିଣିଲା କିଏ?
କାଇରୋ ୨୭।୧: ଆର୍ଥିକ ସଂକଟଗ୍ରସ୍ତ ଇଜିପ୍ଟ ସରକାର ଗୋଟିଏ ଗୋଟିଏ କରି ନିଜର ମୁଖ୍ୟ ସହର ବିକିବାରେ ଲାଗିଛନ୍ତି। ଏହି କ୍ରମରେ ଇଜିପ୍ଟ ରାଷ୍ଟ୍ରପତି ଅବଦେଲ ଫତହ ଅଲ-ସିସି ଭୂ-ସ୍ୱର୍ଗ କୁହାଯାଉଥିବା ପ୍ରମୁଖ ସହର ରାସ ଅଲ ହିକମାକୁ ବିକ୍ରି କରିଦେଇଛନ୍ତି। ଇଜିପ୍ଟର ଏହି ଐତିହାସିକ ସହରକୁ ଅନ୍ୟ କେହି ନୁହେଁ ଏକ ମୁସଲମାନ ଦେଶ କିଣିଛି। ଏହି ଦେଶ ହେଉଛି ୟୁଏଇ ମାତ୍ର ୩୫ ବିଲିୟନ ଡଲାର ବଦଳେ ଇଜିପ୍ଟର ଏହି ସହରକୁ କିଣି ନେଇଛି। ରାସ ଅଲ ହିକମା ସମୁଦ୍ର କୂଳରେ ଗଢ଼ି ଉଠିଥିବା ଏକ ସୁନ୍ଦର ସହର। ତେବେ ଏହି ସହରକୁ ଇଜିପ୍ଟ ଅସୁବିଧାରେ ପଡି ବିକ୍ରି କରିଛି। ରାସ ଅଲ ହିକମା ପର୍ଯ୍ୟଟନ ଲାଗି ଏକ ପ୍ରଶିଦ୍ଧ ସହର ରୂପେ ଜଣାଶୁଣା। ମିଡିଆ ରିପୋର୍ଟ ଅନୁସାରେ ଇଜିପ୍ଟ ଠାରୁ ଏହି ସହରକୁ କିଣିବା ପରେ ୟୁଏଇ ଏଠାରେ ଅନେକ ପ୍ରକଳ୍ପ ହାତକୁ ନେବ। ୟୁଏଇ ପକ୍ଷରୁ ଏଠାରେ ୧୫୦ ବିଲିୟନ ଡଲାର ନିବେଶର ଯୋଜନା କରାଯାଇଛି। ଏହି ମେଗା ପ୍ରୋଜେକ୍ଟରେ ଇଜିପ୍ଟର ମଧ୍ୟ ୩୫ ପ୍ରତିଶତ ଭାଗିଦାରୀ ରହିବ। ଯଦି ଏହି ଯୋଜନା ସଫଳ ହେଲା ତେବେ ଇଜିପ୍ଟ ଇତିହାସରେ ଏହା ସବୁଠୁବଡ଼ ବିଦେଶୀ ନିବେଶ ହେବ। ୟୁଏଇ ବ୍ୟତୀତ ସାଉଦୀ ଆରବ ଓ କତାର ମଧ୍ୟ ଇଜିପ୍ଟର କେତେକ ସହର କିଣିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। ଇଜିପ୍ଟର ଏବେକା ଆର୍ଥିକ ପରିସ୍ଥିତି ଅତ୍ୟନ୍ତ ଦୟନୀୟ। ଏହି କାରଣରୁ ଇଜିପ୍ଟ ନିଜର ମୁଖ୍ୟ ସହରାଞ୍ଚଳକୁ ବିକ୍ରି କରୁଛି। ଇଜିପ୍ଟର ଏବେକା ସରକାରଙ
କାଇରୋ ୨୭।୧: ଆର୍ଥିକ ସଂକଟଗ୍ରସ୍ତ ଇଜିପ୍ଟ ସରକାର ଗୋଟିଏ ଗୋଟିଏ କରି ନିଜର ମୁଖ୍ୟ ସହର ବିକିବାରେ ଲାଗିଛନ୍ତି। ଏହି କ୍ରମରେ ଇଜିପ୍ଟ ରାଷ୍ଟ୍ରପତି ଅବଦେଲ ଫତହ ଅଲ-ସିସି ଭୂ-ସ୍ୱର୍ଗ କୁହାଯାଉଥିବା ପ୍ରମୁଖ ସହର ରାସ ଅଲ ହିକମାକୁ ବିକ୍ରି କରିଦେଇଛନ୍ତି। ଇଜିପ୍ଟର ଏହି ଐତିହାସିକ ସହରକୁ ଅନ୍ୟ କେହି ନୁହେଁ ଏକ ମୁସଲମାନ ଦେଶ କିଣିଛି। ଏହି ଦେଶ ହେଉଛି ୟୁଏଇ ମାତ୍ର ୩୫ ବିଲିୟନ ଡଲାର ବଦଳେ ଇଜିପ୍ଟର ଏହି ସହରକୁ କିଣି ନେଇଛି।
ରାସ ଅଲ ହିକମା ସମୁଦ୍ର କୂଳରେ ଗଢ଼ି ଉଠିଥିବା ଏକ ସୁନ୍ଦର ସହର। ତେବେ ଏହି ସହରକୁ ଇଜିପ୍ଟ ଅସୁବିଧାରେ ପଡି ବିକ୍ରି କରିଛି। ରାସ ଅଲ ହିକମା ପର୍ଯ୍ୟଟନ ଲାଗି ଏକ ପ୍ରଶିଦ୍ଧ ସହର ରୂପେ ଜଣାଶୁଣା। ମିଡିଆ ରିପୋର୍ଟ ଅନୁସାରେ ଇଜିପ୍ଟ ଠାରୁ ଏହି ସହରକୁ କିଣିବା ପରେ ୟୁଏଇ ଏଠାରେ ଅନେକ ପ୍ରକଳ୍ପ ହାତକୁ ନେବ। ୟୁଏଇ ପକ୍ଷରୁ ଏଠାରେ ୧୫୦ ବିଲିୟନ ଡଲାର ନିବେଶର ଯୋଜନା କରାଯାଇଛି। ଏହି ମେଗା ପ୍ରୋଜେକ୍ଟରେ ଇଜିପ୍ଟର ମଧ୍ୟ ୩୫ ପ୍ରତିଶତ ଭାଗିଦାରୀ ରହିବ।
ଯଦି ଏହି ଯୋଜନା ସଫଳ ହେଲା ତେବେ ଇଜିପ୍ଟ ଇତିହାସରେ ଏହା ସବୁଠୁବଡ଼ ବିଦେଶୀ ନିବେଶ ହେବ। ୟୁଏଇ ବ୍ୟତୀତ ସାଉଦୀ ଆରବ ଓ କତାର ମଧ୍ୟ ଇଜିପ୍ଟର କେତେକ ସହର କିଣିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। ଇଜିପ୍ଟର ଏବେକା ଆର୍ଥିକ ପରିସ୍ଥିତି ଅତ୍ୟନ୍ତ ଦୟନୀୟ। ଏହି କାରଣରୁ ଇଜିପ୍ଟ ନିଜର ମୁଖ୍ୟ ସହରାଞ୍ଚଳକୁ ବିକ୍ରି କରୁଛି। ଇଜିପ୍ଟର ଏବେକା ସରକାରଙ୍କୁ ଅନ୍ୟ ଦେଶରୁ ଋଣ ମଧ୍ୟ ମିଳୁ ନାହିଁ। ନିକଟରେ ଇଜିପ୍ଟ ୟୁଏଇକୁ ଋଣ ସହାୟତା ମାଗିଥିଲା। ତେବେ ନିରାଶ ହୋଇଥିବା ବେଳେ ସହର ବିକ୍ରି ପ୍ରସ୍ତାବ ଗୃହୀତ ହୋଇଛି।