ପାଖେଇ ଆସିଲାଣି ‘ଦାନା’: ଗଞ୍ଜାମରେ ବଦଳିଲା ପାଗ, ସମୁଦ୍ର ଅଶାନ୍ତ
ଛତ୍ରପୁର, ୨୪।୧୦(ଦିଲୀପ ସାମଲ): ସମ୍ଭାବ୍ୟ ବାତ୍ୟା ‘ଦାନା’କୁ ନେଇ ଗଞ୍ଜାମ ଜିଲା ପ୍ରଶାସନ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛି । ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀକୁ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଉଛି ବୋଲି ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡା କହିଛନ୍ତି। ଅଧିକାରୀମାନେ ବିଭିନ୍ନ ଅଞ୍ଚଳ ବୁଲି ସ୍ଥିତି ପରଖୁଛନ୍ତି । ଗୋରୁଗାଇଙ୍କ ସମେତ ଅନ୍ୟ ଗୃହପାଳିତ ପଶୁଙ୍କ ପାଇଁ ଗୋଖାଦ୍ୟ ମହଜୁଦ କରି ରଖାଯାଇଛି । ଜିରୋ କାଜୁଆଲିଟି ଉପରେ ଫୋକସ ରହିଛି। କଳାବଜାରୀ ଉପରେ ଧ୍ୟ୍ୟାନ ଦିଆଯିବା ସହ […] The post ପାଖେଇ ଆସିଲାଣି ‘ଦାନା’: ଗଞ୍ଜାମରେ ବଦଳିଲା ପାଗ, ସମୁଦ୍ର ଅଶାନ୍ତ appeared first on Dharitri Odia News.
ଛତ୍ରପୁର, ୨୪।୧୦(ଦିଲୀପ ସାମଲ): ସମ୍ଭାବ୍ୟ ବାତ୍ୟା ‘ଦାନା’କୁ ନେଇ ଗଞ୍ଜାମ ଜିଲା ପ୍ରଶାସନ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛି । ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀକୁ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଉଛି ବୋଲି ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡା କହିଛନ୍ତି। ଅଧିକାରୀମାନେ ବିଭିନ୍ନ ଅଞ୍ଚଳ ବୁଲି ସ୍ଥିତି ପରଖୁଛନ୍ତି । ଗୋରୁଗାଇଙ୍କ ସମେତ ଅନ୍ୟ ଗୃହପାଳିତ ପଶୁଙ୍କ ପାଇଁ ଗୋଖାଦ୍ୟ ମହଜୁଦ କରି ରଖାଯାଇଛି । ଜିରୋ କାଜୁଆଲିଟି ଉପରେ ଫୋକସ ରହିଛି। କଳାବଜାରୀ ଉପରେ ଧ୍ୟ୍ୟାନ ଦିଆଯିବା ସହ ଯୋଗାଣ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଉଛି। ତେବେ ଯେକୌଣସି ପରିସ୍ଥିତି ପାଇଁ ଗଞ୍ଜାମ ପ୍ରଶାସନ ସଜାଗ ରହିଛି ବୋଲି ଜିଲାପାଳ କହିଛନ୍ତି। ଅପରପକ୍ଷେ ଗୁରୁବାର ସକାଳଠାରୁ ପାଗରେ ପରିବର୍ତ୍ତନ ଦେଖାଯାଉଛି। ହାଲକା ପବନ ସହ ମଝିରେ ମଝିରେ ବର୍ଷା ହେଉଛି। ସମୁଦ୍ର ଅଶାନ୍ତ ରହିବା ସହ ଉଚ୍ଚ ଲହଡ଼ି ମାରୁଛି। ମତ୍ସ୍ୟଜିବୀମାନେ ସମୁଦ୍ର କୂଳ ନିକଟରେ ବସି ରହିଥିବା ବେଳେ ଅନ୍ୟ କିଛି ମତ୍ସ୍ୟଜିବୀ ଜାଲକୁ ସୁରକ୍ଷିତ ସ୍ଥାନକୁ ନେଉଛନ୍ତି।
The post ପାଖେଇ ଆସିଲାଣି ‘ଦାନା’: ଗଞ୍ଜାମରେ ବଦଳିଲା ପାଗ, ସମୁଦ୍ର ଅଶାନ୍ତ appeared first on Dharitri Odia News.