ଆଜି ‘ଆର୍ଥ ଆୱାର’, ଘଣ୍ଟାଏ କାଳ ବିଦ୍ୟୁତ ଆଲୋକ ବନ୍ଦ ରଖିବାକୁ ବାର୍ତ୍ତା
ଭୁବନେଶ୍ୱର : ପ୍ରତିବର୍ଷ ମାର୍ଚ୍ଚ ମାସର ଶେଷ ଶନିବାରରେ ପାଳନ ହୁଏ ଆର୍ଥ ଆୱାର’ I ଘଣ୍ଟାଏ ପାଇଁ ବିଦ୍ୟୁତ ଆଲୋକ ବନ୍ଦ କରିବେ ବିଶ୍ୱବାସୀ I ଶକ୍ତି ସଂରକ୍ଷଣର ବାର୍ତ୍ତା ନେଇ ଆଜି ରାତି ସନ୍ଧ୍ୟା ୮.୩୦ ରୁ ୯.୩୦ ଯାଏଁ ବନ୍ଦ ରହିବ ବିଦ୍ୟୁତ ଆଲୋକ I ଏହି ଅଭିଯାନକୁ ସମର୍ଥନ କରି ନିଜ ଘରେ ଓ ଅଫିସ ଗୁଡିକରେ ଗୋଟାଏ ଘଣ୍ଟା ପାଇଁ ବିଦ୍ୟୁତ ବନ୍ଦ ରଖିବାକୁ ଆହ୍ୱାନ ଦିଆଯାଇଛି I ମୁଖ୍ୟମନ୍ତ୍ରୀ […]

ଭୁବନେଶ୍ୱର : ପ୍ରତିବର୍ଷ ମାର୍ଚ୍ଚ ମାସର ଶେଷ ଶନିବାରରେ ପାଳନ ହୁଏ ଆର୍ଥ ଆୱାର’ I ଘଣ୍ଟାଏ ପାଇଁ ବିଦ୍ୟୁତ ଆଲୋକ ବନ୍ଦ କରିବେ ବିଶ୍ୱବାସୀ I ଶକ୍ତି ସଂରକ୍ଷଣର ବାର୍ତ୍ତା ନେଇ ଆଜି ରାତି ସନ୍ଧ୍ୟା ୮.୩୦ ରୁ ୯.୩୦ ଯାଏଁ ବନ୍ଦ ରହିବ ବିଦ୍ୟୁତ ଆଲୋକ I ଏହି ଅଭିଯାନକୁ ସମର୍ଥନ କରି ନିଜ ଘରେ ଓ ଅଫିସ ଗୁଡିକରେ ଗୋଟାଏ ଘଣ୍ଟା ପାଇଁ ବିଦ୍ୟୁତ ବନ୍ଦ ରଖିବାକୁ ଆହ୍ୱାନ ଦିଆଯାଇଛି I ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ନବୀନ ନିବାସର ଆଲୁଅ ବନ୍ଦ ରଖିବେ ବୋଲି ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ସେହିପରି ଏହି ଅଭିଯାନରେ ସାମିଲ ହେବା ପାଇଁ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି ।
୨୦୦୭ ମସିହା ମାର୍ଚ୍ଚ ଶେଷ ଶନିବାର ରାତି ସାଢ଼େ ୭ଟାରୁ ସାଢ଼େ ୮ଟା ପର୍ଯ୍ୟନ୍ତ ପ୍ରଥମେ ଅଷ୍ଟ୍ରେଲିଆର ସିଡନୀରେ ପାଳନ କରାଯାଇଥିଲା ଏହି ଦିବସ । ତା’ପରେ ୨୦୦୮ ମାର୍ଚ୍ଚ ୨୯ ତାରିଖ ରାତି ୮ଟାରୁ ୯ଟା ପର୍ଯ୍ୟନ୍ତ ୩୫ଟି ଦେଶର ୩୭୦ରୁ ଅଧିକ ସହର ଘଣ୍ଟାଏ ଅନ୍ଧାରରେ ରହିବା ଘଟଣା ବିଶ୍ୱର ଦୃଷ୍ଟି ଆକର୍ଷଣ କରିଥିଲା । ଏହାପରେ ୨୦୦୯ରେ ଭାରତ ସମେତ ୮୮ଟି ଦେଶ ଏହି ଦିବସକୁ ପାଳନ କରି ଆସୁଛନ୍ତି । ସେହି ବର୍ଷଠାରୁ ସମୟ ବଦଳିବା ସହ ରାତି ସାଢ଼େ ୮ଟାରୁ ସାଢ଼େ ୯ଟା ଯାଏଁ ସାରା ବିଶ୍ୱ ପାଳନ କରୁଛି ଆର୍ଥ ଆୱାର । ଗତବର୍ଷ ଏହି ଦିବସ ପାଳନ କରାଯାଇ ୪ ଲକ୍ଷ ୧୦ ହଜାର ଘଣ୍ଟାର ବିଦ୍ୟୁତ ସଞ୍ଚୟ କରାଯାଇଥିଲା ।