ତୃତୀୟ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ ପାଇଁ ଆସନ୍ତାକାଲି ପ୍ରକାଶ ପାଇବ ଗେଜେଟ୍‌ ବିଜ୍ଞପ୍ତି

ଭୁବନେଶ୍ୱର,୧୧।୪: ଲୋକ ସଭା ସାଧାରଣ ନିର୍ବାଚନର ତୃତୀୟ ପର୍ଯ୍ୟାୟ ପାଇଁ ଆସନ୍ତାକାଲି ଗେଜେଟ୍‌ ବିଜ୍ଞପ୍ତି ପ୍ରକାଶ ପାଇବ। ଲୋକ ସଭା ସାଧାରଣ ନିର୍ବାଚନ ୨୦୨୪ରେ ମତଦାନ ହେବାକୁ ଥିବା ୧୨ ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶର ୯୪ ସଂସଦୀୟ କ୍ଷେତ୍ର ପାଇଁ ଶୁକ୍ରବାର ନିର୍ବାଚନ ଆୟୋଗ ବିଜ୍ଞପ୍ତି ପ୍ରକାଶ କରିବେ। ତୃତୀୟ ପର୍ଯ୍ୟାୟରେ ନାମାଙ୍କନ ପତ୍ର ଶୁକ୍ରବାର(ତା-୧୨,୦୪,୨୦୨୪) ଠାରୁ ଦାଖଲ ହେବ। ପୃଥକ ଭାବରେ, ୨୯-ବେତୁଲ (ଏସଟି) ର ସ୍ଥଗିତ ପୋଲ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଠାରେ […] The post ତୃତୀୟ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ ପାଇଁ ଆସନ୍ତାକାଲି ପ୍ରକାଶ ପାଇବ ଗେଜେଟ୍‌ ବିଜ୍ଞପ୍ତି appeared first on Dharitri Odia News.

ତୃତୀୟ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ ପାଇଁ ଆସନ୍ତାକାଲି ପ୍ରକାଶ ପାଇବ ଗେଜେଟ୍‌ ବିଜ୍ଞପ୍ତି

ଭୁବନେଶ୍ୱର,୧୧।୪: ଲୋକ ସଭା ସାଧାରଣ ନିର୍ବାଚନର ତୃତୀୟ ପର୍ଯ୍ୟାୟ ପାଇଁ ଆସନ୍ତାକାଲି ଗେଜେଟ୍‌ ବିଜ୍ଞପ୍ତି ପ୍ରକାଶ ପାଇବ। ଲୋକ ସଭା ସାଧାରଣ ନିର୍ବାଚନ ୨୦୨୪ରେ ମତଦାନ ହେବାକୁ ଥିବା ୧୨ ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶର ୯୪ ସଂସଦୀୟ କ୍ଷେତ୍ର ପାଇଁ ଶୁକ୍ରବାର ନିର୍ବାଚନ ଆୟୋଗ ବିଜ୍ଞପ୍ତି ପ୍ରକାଶ କରିବେ।

ତୃତୀୟ ପର୍ଯ୍ୟାୟରେ ନାମାଙ୍କନ ପତ୍ର ଶୁକ୍ରବାର(ତା-୧୨,୦୪,୨୦୨୪) ଠାରୁ ଦାଖଲ ହେବ। ପୃଥକ ଭାବରେ, ୨୯-ବେତୁଲ (ଏସଟି) ର ସ୍ଥଗିତ ପୋଲ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଠାରେ ବହୁଜନ ସମାଜବାଦୀ ପାର୍ଟିର ପ୍ରାଥୀଙ୍କ ନିଧନ ପରେ ନିର୍ବାଚନ ସ୍ଥଗିତ ରଖାଯାଇଛି।

ତୃତୀୟ ପର୍ଯ୍ୟାୟରେ ସାମିଲ ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶ ହେଉଛି – ଆସାମ, ବିହାର, ଛତିଶଗଡ, ଦାଦ୍ରା ଏବଂ ନଗର ହାଭେଲି ଏବଂ ଡାମନ୍ ଏବଂ ଡିୟୁ, ଗୋଆ, ଗୁଜରାଟ, ଜମ୍ମୁ କଶ୍ମୀର, କର୍ଣ୍ଣାଟକ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ଏବଂ ପଶ୍ଚିମବଙ୍ଗ।

The post ତୃତୀୟ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ ପାଇଁ ଆସନ୍ତାକାଲି ପ୍ରକାଶ ପାଇବ ଗେଜେଟ୍‌ ବିଜ୍ଞପ୍ତି appeared first on Dharitri Odia News.