ଷଷ୍ଠ ପର୍ଯ୍ୟାୟରେ ୫୮ ଲୋକସଭା ଆସନରେ ମତଦାନ
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ଷଷ୍ଠ ପର୍ଯ୍ୟାୟ ପାଇଁ ଆଜି (ଶନିବାର) ଭୋଟ୍ ଗ୍ରହଣ ହେଉଛି। ଷଷ୍ଠ ପର୍ଯ୍ୟାୟରେ ୬ ରାଜ୍ୟ ଏବଂ ୨ କେନ୍ଦ୍ରଶାସିତ ଅଞ୍ଚଳରେ ମୋଟ୍ ୫୮ଟି ଆସନରେ ଭୋଟ୍ ଗ୍ରହଣ ହେଉଥିବାବେଳେ ଏଥିରେ ୮୮୯ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ। ଦିଲ୍ଲୀର ସମସ୍ତ ୭ଟି ଆସନ, ଉତ୍ତରପ୍ରଦେଶରେ ୧୪ ଆସନ, ହରିୟାଣାରେ ସମସ୍ତ ୧୦ ଲୋକସଭା ଆସନ, ବିହାର ଏବଂ ପଶ୍ଚିମବଙ୍ଗରେ ୮ ଲେଖାଏଁ ଆସନ, ଓଡ଼ିଶାରେ ୬, ଝାଡ଼ଖଣ୍ଡରେ ୪ ଏବଂ […]

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ଷଷ୍ଠ ପର୍ଯ୍ୟାୟ ପାଇଁ ଆଜି (ଶନିବାର) ଭୋଟ୍ ଗ୍ରହଣ ହେଉଛି। ଷଷ୍ଠ ପର୍ଯ୍ୟାୟରେ ୬ ରାଜ୍ୟ ଏବଂ ୨ କେନ୍ଦ୍ରଶାସିତ ଅଞ୍ଚଳରେ ମୋଟ୍ ୫୮ଟି ଆସନରେ ଭୋଟ୍ ଗ୍ରହଣ ହେଉଥିବାବେଳେ ଏଥିରେ ୮୮୯ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ। ଦିଲ୍ଲୀର ସମସ୍ତ ୭ଟି ଆସନ, ଉତ୍ତରପ୍ରଦେଶରେ ୧୪ ଆସନ, ହରିୟାଣାରେ ସମସ୍ତ ୧୦ ଲୋକସଭା ଆସନ, ବିହାର ଏବଂ ପଶ୍ଚିମବଙ୍ଗରେ ୮ ଲେଖାଏଁ ଆସନ, ଓଡ଼ିଶାରେ ୬, ଝାଡ଼ଖଣ୍ଡରେ ୪ ଏବଂ ଜମ୍ମୁ କାଶ୍ମୀରରେ ଗୋଟିଏ ଆସନରେ ଭୋଟ୍ ଗ୍ରହଣ ହେଉଛି। ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇଛି। ପ୍ରବଳ ଗ୍ରୀଷ୍ମଲହରୀ ସତ୍ତ୍ବେ ଲୋକମାନେ ସେମାନଙ୍କ ମତଦାନ ଅଧିକାର ସାବ୍ୟସ୍ତ କରିବାପାଇଁ ଆଦୌ ପଛାଉନାହାନ୍ତି। ଷଷ୍ଠ ପର୍ଯ୍ୟାୟରେ ଥିବା ପ୍ରମୁଖ ପ୍ରାର୍ଥୀମାନେ ହେଉଛନ୍ତି ଧର୍ମେନ୍ଦ୍ର ପ୍ରଧାନ (ବିଜେପି), ବାଂଶୁରୀ ସ୍ବରାଜ (ବିଜେପି), ମନୋଜ ତିୱାରୀ (ବିଜେପି), କହ୍ନେୟା କୁମାର (କଂଗ୍ରେସ), ମେନକା ଗାନ୍ଧୀ (ବିଜେପି), ମେହବୁବା ମୁଫ୍ତି (ପିଡିପି), ଅଭିଜିତ ଗଙ୍ଗୋପାଧ୍ୟାୟ (ବିଜେପି), ମନୋହର ଲାଲ୍ ଖଟ୍ଟର (ବିଜେପି) , ନବୀନ ଜିନ୍ଦଲ (ବିଜେପି) ଏବଂ ରାଓ ଇନ୍ଦରଜିତ ସିଂହ (ବିଜେପି)। ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ପରେ ସପ୍ତମ ତଥା ଶେଷ ପର୍ଯ୍ୟାୟରେ ୫୭ଟି ଆସନ ପାଇଁ ଜୁନ୍ ୧ ତାରିଖରେ ଭୋଟ୍ ଗ୍ରହଣ ହେବ। ଏଯାବତ ୨୫ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ମୋଟ୍ ୪୨୮ଟି ନିର୍ବାଚନ ମଣ୍ଡଳୀରେ ଭୋଟ୍ ଶେଷ ହୋଇଛି। ସପ୍ତମ ତଥା ଚୂଡ଼ାନ୍ତ ପର୍ଯ୍ୟାୟରେ ୫୭ଟି ଆସନରେ ଭୋଟ୍ ଗ୍ରହଣ ହେବ।