ବିନିଲ କ୍ରିଷ୍ଣା ଓ ଭିଭି ଯାଦବ ଆକାଂକ୍ଷୀ ଜିଲା ପ୍ରଭାରୀ ନିଯୁକ୍ତ

ଭୁବନେଶ୍ବର: କେନ୍ଦ୍ରୀୟ ଡେପୁଟେସନ୍‌ରେ ଥିବା ଓଡ଼ିଶା କ୍ୟାଡର୍‌ର ଦୁଇ ଆଇଏଏସ୍‌ ଅଧିକାରୀଙ୍କୁ ଦୁଇ ଆକାଂକ୍ଷୀ ଜିଲାର କେନ୍ଦ୍ରୀୟ ପ୍ରଭାରୀ ଦାୟିତ୍ବ ଦିଆଯାଇଛି। ଭାରତ ସରକାରଙ୍କ କ୍ରୀଡ଼ା ବିଭାଗର ଯୁଗ୍ମ ସଚିବ ଥିବା ଆର ବିନିଲ କ୍ରିଷ୍ଣାଙ୍କୁ ବଲାଙ୍ଗିର ଜିଲା ଦାୟିତ୍ବ ପ୍ରଦାନ କରାଯାଇଛି। ସେହିପରି କେନ୍ଦ୍ର ପରିବେଶ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ବୀର ବିକ୍ରମ ଯାଦବଙ୍କୁ ଢେଙ୍କାନାଳ ଜିଲା ଦାୟିତ୍ବ ପ୍ରଦାନ କରାଯାଇଛି। କେନ୍ଦ୍ର କ୍ୟାବିନେଟର ନିଯୁକ୍ତି କମିଟି ଦ୍ୱାରା ଗୁରୁବାର ଏହି ନିଯୁକ୍ତି ଦିଆଯାଇଛି। ଗତ […]

ବିନିଲ କ୍ରିଷ୍ଣା ଓ ଭିଭି ଯାଦବ ଆକାଂକ୍ଷୀ ଜିଲା ପ୍ରଭାରୀ ନିଯୁକ୍ତ

ଭୁବନେଶ୍ବର: କେନ୍ଦ୍ରୀୟ ଡେପୁଟେସନ୍‌ରେ ଥିବା ଓଡ଼ିଶା କ୍ୟାଡର୍‌ର ଦୁଇ ଆଇଏଏସ୍‌ ଅଧିକାରୀଙ୍କୁ ଦୁଇ ଆକାଂକ୍ଷୀ ଜିଲାର କେନ୍ଦ୍ରୀୟ ପ୍ରଭାରୀ ଦାୟିତ୍ବ ଦିଆଯାଇଛି। ଭାରତ ସରକାରଙ୍କ କ୍ରୀଡ଼ା ବିଭାଗର ଯୁଗ୍ମ ସଚିବ ଥିବା ଆର ବିନିଲ କ୍ରିଷ୍ଣାଙ୍କୁ ବଲାଙ୍ଗିର ଜିଲା ଦାୟିତ୍ବ ପ୍ରଦାନ କରାଯାଇଛି। ସେହିପରି କେନ୍ଦ୍ର ପରିବେଶ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ବୀର ବିକ୍ରମ ଯାଦବଙ୍କୁ ଢେଙ୍କାନାଳ ଜିଲା ଦାୟିତ୍ବ ପ୍ରଦାନ କରାଯାଇଛି। କେନ୍ଦ୍ର କ୍ୟାବିନେଟର ନିଯୁକ୍ତି କମିଟି ଦ୍ୱାରା ଗୁରୁବାର ଏହି ନିଯୁକ୍ତି ଦିଆଯାଇଛି। ଗତ ମାସରେ ଦୁଇ ଆଇଏଏସ୍‌ ଅଧିକାରୀ କେନ୍ଦ୍ରୀୟ ଡେପୁଟେସନରେ ଯାଇଥିଲେ। ଅପରପକ୍ଷେ କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗର ଯୁଗ୍ମସଚିବ ତଥା ଆଇଏଫ୍‌ଏସ୍‌ ଅଧିକାରୀ ଅନୀତା କରନଙ୍କୁ କଳାହାଣ୍ଡି ଜିଲା ଏବଂ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟର ଯୁଗ୍ମ ସଚିବ ତଥା ଆଇଆରଏସ୍ ଅଧିକାରୀ ସମର ନନ୍ଦଙ୍କୁ ନୂଆପଡ଼ା ଜିଲାର କେନ୍ଦ୍ରୀୟ ପ୍ରଭାରୀ ଅଧିକାରୀ ଭାବେ ନିଯୁକ୍ତି ମିଳିଛି।