ବିନୋଦ କାମ୍ଵଲୀଙ୍କୁ ଆର୍ଥିକ ସହାୟତାର ହାତ ବଢାଇଲେ ଏକନାଥ ସିନ୍ଦେ, ଚିକିତ୍ସା ପାଇଁ ଦେଲେ ୫ ଲକ୍ଷ ଟଙ୍କା
ମୁମ୍ଵାଇ ୨୫।୧୨; ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ। ପୂର୍ବତନ କ୍ରିକେଟର ବିନୋଦ କାମ୍ବଲିଙ୍କୁ ୫ ଲକ୍ଷ ଟଙ୍କା ସାହାଯ୍ୟ କରିଛନ୍ତି। ବିନୋଦ କାମ୍ବଲିଙ୍କୁ ସ୍ୱାସ୍ଥ୍ୟଗତ କାରଣରୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏକନାଥ ସିନ୍ଦେ ହସ୍ପିଟାଲର ଡାକ୍ତରଙ୍କ ସହ ଆଲୋଚନା କରି ବିନୋଦ କାମ୍ବଲିଙ୍କ ଚିକିତ୍ସାରେ କୌଣସି ଅଭାବ ନହେବାକୁ ଅନୁରୋଧ କରିଥିଲେ। ପୂର୍ବତନ କ୍ରିକେଟର ବିନୋଦ କାମ୍ବଲିଙ୍କ ଅବସ୍ଥାକୁ ଦୃଷ୍ଟିରେ ରଖି କଲ୍ୟାଣ ଲୋକସଭା ନିର୍ବାଚନମଣ୍ଡଳୀ ସାଂସଦ ଶ୍ରୀକାନ୍ତ ସିନ୍ଦେ ତାଙ୍କୁ ୫ଲକ୍ଷ ଟଙ୍କା ବ୍ୟକ୍ତିଗତ ସହାୟତା ଘୋଷଣା କରିଛନ୍ତି।Mumbai: Maharashtra Deputy Chief Minister Eknath Shinde provided 5 lakh rupees in financial assistance to former cricketer Vinod Kambli, who was hospitalized due to health issues in Thane. Shinde ensured that Kambli's treatment would be thorough by coordinating with the… pic.twitter.com/g34CVd2mrx— IANS (@ians_india) December 25, 2024ବିନୋଦ କାମ୍ବଲି ଥାନେ ଜିଲ୍ଲାର ଏକ ଘରୋଇ ଡାକ୍ତରଖାନାର ଆଇସିୟୁରେ ଚିକିତ୍ସିତ ହେଉଛନ୍ତି। ଯେଉଁଠାରେ ସେ ମଙ୍ଗଳବାର ଦିନ ଜ୍ୱରରେ ଆକ୍ରାନ୍ତ ହୋଇଥିଲେ। କିନ୍ତୁ ତାଙ୍କ ଅବସ୍ଥା ସ୍ଥିର ରହିଛି। କାମ୍ବଲିର ଚିକିତ୍ସା କରୁଥିବା ଡାକ୍ତରମାନେ ମଙ୍ଗଳବାର
ମୁମ୍ଵାଇ ୨୫।୧୨; ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ। ପୂର୍ବତନ କ୍ରିକେଟର ବିନୋଦ କାମ୍ବଲିଙ୍କୁ ୫ ଲକ୍ଷ ଟଙ୍କା ସାହାଯ୍ୟ କରିଛନ୍ତି। ବିନୋଦ କାମ୍ବଲିଙ୍କୁ ସ୍ୱାସ୍ଥ୍ୟଗତ କାରଣରୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏକନାଥ ସିନ୍ଦେ ହସ୍ପିଟାଲର ଡାକ୍ତରଙ୍କ ସହ ଆଲୋଚନା କରି ବିନୋଦ କାମ୍ବଲିଙ୍କ ଚିକିତ୍ସାରେ କୌଣସି ଅଭାବ ନହେବାକୁ ଅନୁରୋଧ କରିଥିଲେ। ପୂର୍ବତନ କ୍ରିକେଟର ବିନୋଦ କାମ୍ବଲିଙ୍କ ଅବସ୍ଥାକୁ ଦୃଷ୍ଟିରେ ରଖି କଲ୍ୟାଣ ଲୋକସଭା ନିର୍ବାଚନମଣ୍ଡଳୀ ସାଂସଦ ଶ୍ରୀକାନ୍ତ ସିନ୍ଦେ ତାଙ୍କୁ ୫ଲକ୍ଷ ଟଙ୍କା ବ୍ୟକ୍ତିଗତ ସହାୟତା ଘୋଷଣା କରିଛନ୍ତି।
Mumbai: Maharashtra Deputy Chief Minister Eknath Shinde provided 5 lakh rupees in financial assistance to former cricketer Vinod Kambli, who was hospitalized due to health issues in Thane. Shinde ensured that Kambli's treatment would be thorough by coordinating with the… pic.twitter.com/g34CVd2mrx— IANS (@ians_india) December 25, 2024
ବିନୋଦ କାମ୍ବଲି ଥାନେ ଜିଲ୍ଲାର ଏକ ଘରୋଇ ଡାକ୍ତରଖାନାର ଆଇସିୟୁରେ ଚିକିତ୍ସିତ ହେଉଛନ୍ତି। ଯେଉଁଠାରେ ସେ ମଙ୍ଗଳବାର ଦିନ ଜ୍ୱରରେ ଆକ୍ରାନ୍ତ ହୋଇଥିଲେ। କିନ୍ତୁ ତାଙ୍କ ଅବସ୍ଥା ସ୍ଥିର ରହିଛି। କାମ୍ବଲିର ଚିକିତ୍ସା କରୁଥିବା ଡାକ୍ତରମାନେ ମଙ୍ଗଳବାର ଏହି ସୂଚନା ଦେଇଛନ୍ତି। ଡାକ୍ତରଖାନାର ଡକ୍ଟର ବିବେକ ତ୍ରିବେଦୀ କହିଛନ୍ତି ଯେ କାମ୍ବଲି (୫୨) ମୂତ୍ରନଳୀ ସଂକ୍ରମଣର ଚିକିତ୍ସା ଚାଲିଛି। ଯେଉଁଥିପାଇଁ ତାଙ୍କୁ ଶନିବାର (ଡିସେମ୍ବର ୨୧) ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
ଡକ୍ଟର ବିବେକ ତ୍ରିବେଦୀ ପୂର୍ବତନ କ୍ରିକେଟରଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିଥିବା ଡାକ୍ତରୀ ଦଳର ନେତୃତ୍ୱ ନେଉଛନ୍ତି। ସେ କହିଛନ୍ତି ଯେ ପୂର୍ବତନ ଭାରତୀୟ ଖେଳାଳୀ ଉପରେ ଡାକ୍ତରମାନେ ଏମଆରଆଇ କରିବାକୁ ଯୋଜନା କରୁଛନ୍ତି। କିନ୍ତୁ ସେ ଜ୍ୱରରେ ପୀଡିତ ଥିବାରୁ ଏହି ଚିକିତ୍ସା ପ୍ରକ୍ରିୟା ପରେ ନିଷ୍ପତ୍ତି ନିଆଯିବ।
ବିନୋଦ କାମ୍ବଲିଙ୍କ ଅବସ୍ଥା ଗୁରୁତର ହୋଇଯାଇଥିଲା
ସେ କହିଛନ୍ତି ଯେ ପୂର୍ବରୁ କରାଯାଇଥିବା ଅନେକ ଡାକ୍ତରୀ ପରୀକ୍ଷଣରେ ମସ୍ତିଷ୍କରେ ଜମାଟ ଚିହ୍ନଟ ହେବା ପରେ ଏମଆରଆଇ ପ୍ରଣାଳୀ ଆବଶ୍ୟକ ହୋଇପାରିଛି। ସେ କହିଛନ୍ତି କାମ୍ବଲିଙ୍କୁ ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ଆଇସିୟୁରୁ ବାହାର କରି ପ୍ରାୟ ଚାରି ଦିନ ପରେ ଡିସଚାର୍ଜ ହେବାର ସମ୍ଭାବନା ରହିଛି। ସେ କହିଛନ୍ତି ଯେ ଚାରି ଦିନ ପୂର୍ବେ ମୁମ୍ବାଇର ପୂର୍ବତନ କ୍ରିକେଟରଙ୍କ ଅବସ୍ଥା ଗୁରୁତର ହୋଇପଡିଥିଲା। ଯେତେବେଳେ ତାଙ୍କର ମୂତ୍ରନଳୀ ସଂକ୍ରମିତ ହୋଇଥିଲା, କିନ୍ତୁ ବର୍ତ୍ତମାନ ଅନେକ ଉନ୍ନତି ହୋଇଛି।