ବିପଜ୍ଜନକ ହେଉଛି କ୍ଷେତ ନିଆଁ: ଚିନ୍ତାରେ ବନ ବିଭାଗ
ପଦ୍ମପୁର,୬ା୩(ପ୍ରଦୀପ୍ତ ଦାଶ): ଗ୍ରୀଷ୍ମ ଋତୁ ପ୍ରାରମ୍ଭରୁ ପ୍ରତି ବର୍ଷ ଜଙ୍ଗଲ ନିଆଁ ଚିନ୍ତାର କାରଣ ପାଲଟିଥାଏ। ଏଥର କିନ୍ତୁ ଜଙ୍ଗଲ ନିଆଁରୁ ଅଧିକ ଭୟଙ୍କର ହେଉଛି କ୍ଷେତ ନିଆଁ। ଜନସାଧାରଣ କିଛି ଲାଭ ପାଇଁ ମହୁଲ ସଂଗ୍ରହ ହେଉ କି କେନ୍ଦୁପତ୍ର ସଂଗ୍ରହ ହେଉ ବେପରୁଆ ଭାବରେ ଚାଷଜମି ଓ ଗ୍ରାମ୍ୟ ଜଙ୍ଗଲରେ ନିଆଁ ଲଗାଇ ଦେଉଛନ୍ତି। ଯାହା ଦ୍ୱାରା ବନ୍ୟପ୍ରାଣୀ ସମେତ କୀଟପତଙ୍ଗ, ମୂଲ୍ୟବାନ ଗଛଲତା ପୋଡ଼ି ପାଉଁଶ ହୋଇଯାଉଛି। ବର୍ତ୍ତମାନ ପତ୍ର ଝଡ଼ିବା ସହିତ […] The post ବିପଜ୍ଜନକ ହେଉଛି କ୍ଷେତ ନିଆଁ: ଚିନ୍ତାରେ ବନ ବିଭାଗ appeared first on Dharitri Odia News.
ପଦ୍ମପୁର,୬ା୩(ପ୍ରଦୀପ୍ତ ଦାଶ): ଗ୍ରୀଷ୍ମ ଋତୁ ପ୍ରାରମ୍ଭରୁ ପ୍ରତି ବର୍ଷ ଜଙ୍ଗଲ ନିଆଁ ଚିନ୍ତାର କାରଣ ପାଲଟିଥାଏ। ଏଥର କିନ୍ତୁ ଜଙ୍ଗଲ ନିଆଁରୁ ଅଧିକ ଭୟଙ୍କର ହେଉଛି କ୍ଷେତ ନିଆଁ। ଜନସାଧାରଣ କିଛି ଲାଭ ପାଇଁ ମହୁଲ ସଂଗ୍ରହ ହେଉ କି କେନ୍ଦୁପତ୍ର ସଂଗ୍ରହ ହେଉ ବେପରୁଆ ଭାବରେ ଚାଷଜମି ଓ ଗ୍ରାମ୍ୟ ଜଙ୍ଗଲରେ ନିଆଁ ଲଗାଇ ଦେଉଛନ୍ତି। ଯାହା ଦ୍ୱାରା ବନ୍ୟପ୍ରାଣୀ ସମେତ କୀଟପତଙ୍ଗ, ମୂଲ୍ୟବାନ ଗଛଲତା ପୋଡ଼ି ପାଉଁଶ ହୋଇଯାଉଛି।
ବର୍ତ୍ତମାନ ପତ୍ର ଝଡ଼ିବା ସହିତ ଚାଷଜମିରେ ନଡ଼ା ଥିବାରୁ ଆଖିପିଛୁଳାକେ ନିଆଁ ମାଡ଼ିଯାଉଛି। ଯାହାକୁ ରୋକିବା ବନ ବିଭାଗ ପାଇଁ ମଧ୍ୟ ଏକ ବଡ ଆହ୍ବାନ ପାଲଟିଛି। ବନ ବିଭାଗ ପକ୍ଷରୁ ଆରମ୍ଭରୁ ସତର୍କତାମୂଳକ ପଦକ୍ଷେପ ସ୍ବରୂପ ବନାଗ୍ନି ନିରାକରଣ ସଚେତନତା ଅଭିଯାନ କରି ଲୋକଙ୍କୁ ସଚେତନ କରାଯାଇଥିଲା। ଏଥିସହିତ ଅଧିକ ସଂଖ୍ୟକ ତାଲିମ କର୍ମଚାରୀ, ଅଗ୍ନି ନିରୋଧକ ଯନ୍ତ୍ର, ପାଟ୍ରୋଲିଂ ବ୍ୟବସ୍ଥା କରି ସମ୍ପୃକ୍ତ ବ୍ୟକ୍ତି ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସଚେତନତା ମାଧ୍ୟମରେ କୁହାଯାଇଥିଲା। ଏହା ସତ୍ତ୍ୱେ ଲୋକେ ମାନୁନାହାନ୍ତି।
ଗତ ଦୁଇଦିନ ତଳେ ବୁଡେନ ଥାନା ଦର୍ଲିଗୁଡ଼ା, ଦହିଗାଁ, ବ୍ରାହ୍ମଣଡିହୀ ଗ୍ରାମର ଚାଷଜମିରେ ନିଆଁ ଲାଗି ଗ୍ରାମ ଜଙ୍ଗଲକୁ ମାଡ଼ିଯାଇଥିଲା। ପ୍ରତିଦିନ ଏପରି ଅନେକ ଖବର ସାମ୍ନାକୁ ଆସୁଛି। ବନ ବିଭାଗ ତଦନ୍ତ କରି ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।
The post ବିପଜ୍ଜନକ ହେଉଛି କ୍ଷେତ ନିଆଁ: ଚିନ୍ତାରେ ବନ ବିଭାଗ appeared first on Dharitri Odia News.