ବିପଦ ସଙ୍କୁଳ ଅବସ୍ଥାରେ ଦୟା ନଦୀବନ୍ଧ
ନନ୍ଦିଘୋଷ ବ୍ୟୁରୋ: ବିପଦ ସଙ୍କୁଳ ଅବସ୍ଥାରେ ଦୟା ନଦୀବନ୍ଧ। ଆତଙ୍କିତ ଅବସ୍ଥାରେ ନୂଆହାଟ ଗ୍ରାମବାସୀ। ଡେଲାଙ୍ଗ ବ୍ଲକ କଲ୍ୟାଣୀପୁର ପଂଚାୟତରେ... The post ବିପଦ ସଙ୍କୁଳ ଅବସ୍ଥାରେ ଦୟା ନଦୀବନ୍ଧ appeared first on .
ନନ୍ଦିଘୋଷ ବ୍ୟୁରୋ: ବିପଦ ସଙ୍କୁଳ ଅବସ୍ଥାରେ ଦୟା ନଦୀବନ୍ଧ। ଆତଙ୍କିତ ଅବସ୍ଥାରେ ନୂଆହାଟ ଗ୍ରାମବାସୀ। ଡେଲାଙ୍ଗ ବ୍ଲକ କଲ୍ୟାଣୀପୁର ପଂଚାୟତରେ ଦୟା ନଦୀ ବନ୍ଧ ଦବିଯିବାରୁ ଆତଙ୍କିତ ଅବସ୍ଥାରେ ଏବେ ନୂଆହାଟ ଗ୍ରାମବାସୀ।ପୂର୍ବରୁ ଦେଢ଼ଶହ ପୁଟ ନଦୀ ଅତଡ଼ା ନଦୀ ଭିତରକୁ ଧସେଇ ଯିବା ଫଳରେ ସୃଷ୍ଟି ହୋଇଥିଲା ସମସ୍ୟା I ଏବେ ନଦୀରେ ବନ୍ୟା ଜଳ ଆସିବା ଫଳରେ ପୁଣିଥରେ ନଦୀବନ୍ଦ ଦବିବା ଦେଖିବାକୁ ମିଳିଛି।ଜଳସେଚନ ବିଭାଗ ପକ୍ଷରୁ ଅସ୍ଥାୟୀ ଭାବେ ବଲ୍ହା ଓ ବାଲିବସ୍ତା ସାହାଯ୍ୟରେ ମରାମତି କାର୍ଯ୍ୟ ଚାଲୁଥିଲେ ହେଁ ନିମ୍ନମାନର କାର୍ଯ୍ୟ ଦେଖି ସ୍ଥାନୀୟ ଅଞ୍ଚଳବାସୀ ଆତଙ୍କିତ। ନଦୀରେ ଘାଇ ସୃଷ୍ଟି ହେଲେ ଡେଲାଙ୍ଗ କଣାସ ଓ ସତ୍ୟବାଦୀ ବ୍ଲକର ଅନେକ ଅଞ୍ଚଳ ସମ୍ପୂର୍ଣ ରୂପେ କ୍ଷତିଗ୍ରସ୍ତ ହେବାର ଆଶଙ୍କା ଦେଖାଯାଉଛି ।
The post ବିପଦ ସଙ୍କୁଳ ଅବସ୍ଥାରେ ଦୟା ନଦୀବନ୍ଧ appeared first on .