ବିପଦରେ ହରିୟାଣାର ଭାଜପା ସରକାର, ସମର୍ଥନ ପ୍ରତ୍ୟାହାର କରିନେଲେ…
ଚଣ୍ଡିଗଡ଼,୭।୫: ହରିୟାଣାରେ ଭାଜପା ସରକାର ଉପରେ ସଙ୍କଟ ଦେଖାଦେଇଛି। ଭାଜପା ସରକାରକୁ ସମର୍ଥନ କରୁଥିବା ତିନି ଜଣ ସ୍ବାଧୀନ ବିଧାୟକ ବାହାରିଛନ୍ତି। ସେମାନେ ସମର୍ଥନ ଫେରାଇ ନେବା ପରେ ହରିୟାଣାର ନାୟବ ସରକାର ଅଡ଼ୁଆରେ ଫସିଛନ୍ତି। ସମସ୍ତ ୩ ବିଧାୟକ ବର୍ତ୍ତମାନ କଂଗ୍ରେସକୁ ସମର୍ଥନ କରିଛନ୍ତି। ବିରୋଧୀଦଳର ନେତା ତଥା ପୂର୍ବତନ କଂଗ୍ରେସ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ହୁଡ୍ଡାଙ୍କ ଉପସ୍ଥିତିରେ ପାଣ୍ଡ୍ରିରୁ ସ୍ବାଧୀନ ବିଧାୟକ ରାନ୍ଧୀର ଗୋଲାନ, ନିଲୋହେରୀରୁ ଧର୍ମପାଲ ଗୋଣ୍ଡାର ଏବଂ ଚାର୍କି ଦାଦ୍ରିରୁ ସୋମବୀର ସାଙ୍ଗୱାନ […] The post ବିପଦରେ ହରିୟାଣାର ଭାଜପା ସରକାର, ସମର୍ଥନ ପ୍ରତ୍ୟାହାର କରିନେଲେ… appeared first on Dharitri Odia News.
ଚଣ୍ଡିଗଡ଼,୭।୫: ହରିୟାଣାରେ ଭାଜପା ସରକାର ଉପରେ ସଙ୍କଟ ଦେଖାଦେଇଛି। ଭାଜପା ସରକାରକୁ ସମର୍ଥନ କରୁଥିବା ତିନି ଜଣ ସ୍ବାଧୀନ ବିଧାୟକ ବାହାରିଛନ୍ତି। ସେମାନେ ସମର୍ଥନ ଫେରାଇ ନେବା ପରେ ହରିୟାଣାର ନାୟବ ସରକାର ଅଡ଼ୁଆରେ ଫସିଛନ୍ତି। ସମସ୍ତ ୩ ବିଧାୟକ ବର୍ତ୍ତମାନ କଂଗ୍ରେସକୁ ସମର୍ଥନ କରିଛନ୍ତି। ବିରୋଧୀଦଳର ନେତା ତଥା ପୂର୍ବତନ କଂଗ୍ରେସ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ହୁଡ୍ଡାଙ୍କ ଉପସ୍ଥିତିରେ ପାଣ୍ଡ୍ରିରୁ ସ୍ବାଧୀନ ବିଧାୟକ ରାନ୍ଧୀର ଗୋଲାନ, ନିଲୋହେରୀରୁ ଧର୍ମପାଲ ଗୋଣ୍ଡାର ଏବଂ ଚାର୍କି ଦାଦ୍ରିରୁ ସୋମବୀର ସାଙ୍ଗୱାନ ରୋହତକରେ ଭାଜପା ସରକାରଙ୍କଠାରୁ ସମର୍ଥନ ପ୍ରତ୍ୟାହାର କରିଛନ୍ତି। ଏହି ତିନି ସ୍ବାଧୀନ ବିଧାୟକ କହିଛନ୍ତି ଯେ ସେମାନେ ସରକାରଙ୍କ ନୀତିରେ ଖୁସି ନ ଥିଲେ। ତେଣୁ ଭାଜପା ସରକାରଙ୍କଠାରୁ ସମର୍ଥନ ପ୍ରତ୍ୟାହାର କରୁଛନ୍ତି।
ସ୍ବାଧୀନ ବିଧାୟକମାନେ ଭାଜପାରୁ ସମର୍ଥନ ପ୍ରତ୍ୟାହାର କରିବା ପରେ ହରିୟାଣାରେ ସଂଖ୍ୟାଗରିଷ୍ଠତାର ଗଣିତ ବିଗିଡ଼ିଯାଇଛି। ୯୦ ଆସନ ବିଶିଷ୍ଟ ହରିୟାଣା ବିଧାନସଭାରେ ସଂଖ୍ୟାଗରିଷ୍ଠତା ସଂଖ୍ୟା ୪୬। ଭାଜପାରେ ୪୧ ବିଧାୟକ ଥିବାବେଳେ ୬ ସ୍ବାଧୀନ ବିଧାୟକଙ୍କ ସମର୍ଥନ ମଧ୍ୟ ରହିଥିଲା। ଏଥିମଧ୍ୟରୁ ୩ ଜଣ ବର୍ତ୍ତମାନ ସମର୍ଥନ ପ୍ରତ୍ୟାହାର କରିନେଇଛନ୍ତି। ଯଦି ଏହିପରି ଦେଖାଯାଏ, ତେବେ ହରିୟାଣାର ସାଇନି ସରକାରରେ ଏବେ ମାତ୍ର ୪୪ ଜଣ ବିଧାୟକ ବାକି ଅଛନ୍ତି।
ହରିୟାଣାରେ ରାଜନୈତିକ ଅସ୍ଥିରତା ମଧ୍ୟରେ ସୂଚନା ମଧ୍ୟ ସାମ୍ନାକୁ ଆସୁଛି ଯେ ଏକଦା ହରିୟାଣାରେ ବିଜେପି ସରକାରର ସହଯୋଗୀ ଥିବା ଜନନାୟକ ଜନତା ପାର୍ଟି(ଜେଜେପି)ର ୧୦ ଜଣ ବିଧାୟକଙ୍କ ମଧ୍ୟରୁ ୭ ଜଣ ବର୍ତ୍ତମାନ ନିଜ ଦଳ ଉପରେ ଖପ୍ପା ଅଛନ୍ତି ଏବଂ ଆଭ୍ୟନ୍ତରୀଣ ଯୁଦ୍ଧ ଲଢ଼ୁଛନ୍ତ। ଭାଜପା ସେମାନଙ୍କ ସହିତ ଯୋଗାଯୋଗ କରିଛି।
ଯଦି ବିଧାନସଭାରେ ଭୋଟିଂ ହେବା ସ୍ଥିତି ଉପୁଜେ ତେବେ ଏହି ୭ ବିଧାୟକ କ୍ରସ ଭୋଟ ୍ଦେଇ କିମ୍ବା ଭୋଟ ଦେବା ଠାରୁ ଦୂରେଇ ରହି ଭାଜପାକୁ ସମର୍ଥନ କରିପାରନ୍ତି। ଟ୍ରଷ୍ଟ ଭୋଟ ପାଇବା ପାଇଁ ଭାଜପା ପାଇଁ ଆବଶ୍ୟକ ବିଧାୟକଙ୍କ ସଂଖ୍ୟା ହ୍ରାସ କରିବାରେ ସେମାନେ ସାହାଯ୍ୟ କରିପାରନ୍ତି।
The post ବିପଦରେ ହରିୟାଣାର ଭାଜପା ସରକାର, ସମର୍ଥନ ପ୍ରତ୍ୟାହାର କରିନେଲେ… appeared first on Dharitri Odia News.