ବିପୁଳ ପରିମାଣର ବିସ୍ଫୋରକ ଜବତ

ସମାଜ ଡିଜିଟାଲ ଡେସ୍କ: ବାଲେଶ୍ୱର ଜିଲା ଏନ୍‍ଏଚ୍‍-୧୬ ସୋର ଥାନା ଅଲ୍ଲିପୁର ନିକଟରୁ ବିସ୍ଫୋରକ ଜବତ ହୋଇଛି । କଟକରୁ ବାଲେଶ୍ୱର ଯାଉଥିଲା ପିକଅପ୍‍ ଭ୍ୟାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଫଳରେ ସେଥିରେ ବିପୁଳ ପରିମାଣର ବିସ୍ଫୋରକ ଜବତ କରିଛି ପୁଲିସ । ଦୁର୍ଘଟଣା ସ୍ଥଳରୁ ଡ୍ରାଇଭର ଫେରାର ହୋଇଥିବାବେଳେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଏତେ ପରିମାଣର ବିସ୍ଫୋରକ କେଉଁଠୁ ଓ କିପରି ଆସିଲା ତାହାର ଖୋଳତାଡ କରୁଛି ପୁଲିସ ।