ବି.ଫଟକରା ଗାଁରେ ଗୁଳିକାଣ୍ଡ: ଏସ୍‌ପିଙ୍କୁ ଭେଟିଲେ ଗ୍ରାମବାସୀ

ବଲାଙ୍ଗୀର,୧୯ା୯(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପୁଇଁତଳା ଥାନା ଅନ୍ତର୍ଗତ ବି. ଫଟକରା ଗାଁରେ ଗତ ୧୧ ତାରିଖ ବିଳମ୍ବିତ ରାତିରେ କିଛି ଯୁବକ ମାରଣାସ୍ତ୍ର ଧରି ଧମକ ଚମକ ଦେଇଥିଲେ। ସେହି ଗାଁର ନିତେଇ ନନ୍ଦ ନାମକ ଜଣେ ଯୁବକଙ୍କୁ ବନ୍ଧୁକ ଦେଖାଇ ଫାଙ୍କା ଗୁଳିଚାଳନା କରି ସେଠାରୁ ଫେରାର ହୋଇଯାଇଥିବା ଅଭିଯୋଗ କରିଥିଲେ। ଘଟଣାକୁ ୮ ଦିନ ବିତି ଯାଇଥିଲେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ ଗାଁ ବହୁ ମହିଳା […] The post ବି.ଫଟକରା ଗାଁରେ ଗୁଳିକାଣ୍ଡ: ଏସ୍‌ପିଙ୍କୁ ଭେଟିଲେ ଗ୍ରାମବାସୀ appeared first on Dharitri Odia News.

ବି.ଫଟକରା ଗାଁରେ ଗୁଳିକାଣ୍ଡ: ଏସ୍‌ପିଙ୍କୁ ଭେଟିଲେ ଗ୍ରାମବାସୀ

ବଲାଙ୍ଗୀର,୧୯ା୯(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପୁଇଁତଳା ଥାନା ଅନ୍ତର୍ଗତ ବି. ଫଟକରା ଗାଁରେ ଗତ ୧୧ ତାରିଖ ବିଳମ୍ବିତ ରାତିରେ କିଛି ଯୁବକ ମାରଣାସ୍ତ୍ର ଧରି ଧମକ ଚମକ ଦେଇଥିଲେ। ସେହି ଗାଁର ନିତେଇ ନନ୍ଦ ନାମକ ଜଣେ ଯୁବକଙ୍କୁ ବନ୍ଧୁକ ଦେଖାଇ ଫାଙ୍କା ଗୁଳିଚାଳନା କରି ସେଠାରୁ ଫେରାର ହୋଇଯାଇଥିବା ଅଭିଯୋଗ କରିଥିଲେ। ଘଟଣାକୁ ୮ ଦିନ ବିତି ଯାଇଥିଲେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ ଗାଁ ବହୁ ମହିଳା ଓ ପୁରୁଷ ଏସ୍‌ପି ଅଫିସକୁ ଆସି ସୁରକ୍ଷା ଲୋଡ଼ିଛନ୍ତି। ଅଭିଯୁକ୍ତମାନଙ୍କ ବିରୋଧରେ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଘଟଣାର ତଦନ୍ତ ଚାଲିଛି ବୋଲି ଏସ୍‌ଡିପିଓ ପ୍ରଦୀପ କୁମାର ସାହୁ କହିଛନ୍ତି।

The post ବି.ଫଟକରା ଗାଁରେ ଗୁଳିକାଣ୍ଡ: ଏସ୍‌ପିଙ୍କୁ ଭେଟିଲେ ଗ୍ରାମବାସୀ appeared first on Dharitri Odia News.