ବିଫଳତା ହିଁ ସଫଳତା ବାଟ ଦେଖାଇବ: କପିଳ ଦେବ

ଭୁବନେଶ୍ୱର, ୧୯।୧୨(ଅସମାପିକା ସାହୁ): ସବୁ କ୍ଷେତ୍ରରେ ସଫଳ ଓ ବିଫଳ ଅଛି। ବିଫଳ ହେଲେ କେବେ ପଛଘୁଞ୍ଚା ହେବ ନାହିଁ। ତାହା ତୁମକୁ ସଫଳତା ପାଇଁ ବାଟ ଦେଖାଇବ ବୋଲି ପୂର୍ବତନ ଭାରତୀୟ କ୍ରିକେଟର ପଦ୍ମଭୂଷଣ କପିଳ ଦେବ କହିଛନ୍ତି। ସୋମବାର ବକ୍ସି ଜଗବନ୍ଧୁ ଇଂଲିଶ ମିଡିୟମ (ବିଜେଇଏମ୍‌) ସ୍କୁଲ୍‌ ସୁବର୍ଣ୍ଣ ଜୟନ୍ତୀ ଉତ୍ସବର ଉଦ୍‌ଯାପନ ଅବସରରେ ମୁଖ୍ୟ ଅତିଥିମାନେ ଯୋଗଦେଇ କହିଲେ, ଡୁପ୍ଲିକେଟ୍‌ କେବେ ବି ଅରିଜନାଲଠାରୁ ଭଲ ହୋଇପାରେ ନାହିଁ। ତେଣୁ କାହାକୁ କପି […] The post ବିଫଳତା ହିଁ ସଫଳତା ବାଟ ଦେଖାଇବ: କପିଳ ଦେବ appeared first on Dharitri Odia News.

ବିଫଳତା ହିଁ ସଫଳତା ବାଟ ଦେଖାଇବ: କପିଳ ଦେବ

ଭୁବନେଶ୍ୱର, ୧୯।୧୨(ଅସମାପିକା ସାହୁ): ସବୁ କ୍ଷେତ୍ରରେ ସଫଳ ଓ ବିଫଳ ଅଛି। ବିଫଳ ହେଲେ କେବେ ପଛଘୁଞ୍ଚା ହେବ ନାହିଁ। ତାହା ତୁମକୁ ସଫଳତା ପାଇଁ ବାଟ ଦେଖାଇବ ବୋଲି ପୂର୍ବତନ ଭାରତୀୟ କ୍ରିକେଟର ପଦ୍ମଭୂଷଣ କପିଳ ଦେବ କହିଛନ୍ତି। ସୋମବାର ବକ୍ସି ଜଗବନ୍ଧୁ ଇଂଲିଶ ମିଡିୟମ (ବିଜେଇଏମ୍‌) ସ୍କୁଲ୍‌ ସୁବର୍ଣ୍ଣ ଜୟନ୍ତୀ ଉତ୍ସବର ଉଦ୍‌ଯାପନ ଅବସରରେ ମୁଖ୍ୟ ଅତିଥିମାନେ ଯୋଗଦେଇ କହିଲେ, ଡୁପ୍ଲିକେଟ୍‌ କେବେ ବି ଅରିଜନାଲଠାରୁ ଭଲ ହୋଇପାରେ ନାହିଁ। ତେଣୁ କାହାକୁ କପି ନ କରି ନିଜେ ଯେମିତି ସେମିତି ରୁହ। ନିଜେ ନିଜ ସହିତ କେବେ ଠକ ନାହିଁ କିମ୍ବା ମିଛ କୁହନାହିଁ। ଯଦି ତୁମେ ନିଜକୁ ମିଛ କହିବ ତେବେ ତୁମେ ସାରା ଜୀବନ ମିଛରେ ହିଁ ଯିବ। ଏହି ଅବସରରେ କପିଳ ଦେବଙ୍କ ସହିତ ଉପସଭାପତି ଡ. ଅଶ୍ୱିନୀ କୁମାର ତିଓ୍ବାରୀ ଭାବ ବିନିମୟ କରିଥିଲେ। ବହୁ ପ୍ରଶ୍ନର ଉତ୍ତର ରଖି କପିଳ ଦେବ କହିଥିଲେ, ୨୦-୩୦ବର୍ଷ ତଳେ ଆମେ ବିଶ୍ୱକପ୍‌ ଜିତିପାରିବୁ କି ନାହିଁ ଭାବି ପାରୁ ନଥିଲୁ। କିନ୍ତୁ ଏବେ ବିଶ୍ୱାସ ହେଉଛି ଯେ ଆମେ ଜିତିପାରିବା। ତାହା ହିଁ ପରିବର୍ତ୍ତନ। ଯଦି ପର୍ଯ୍ୟାପ୍ତ ଭିତ୍ତିଭୂମି ଥିବ ଏବଂ କଠିନ ପରିଶ୍ରମ କରିବା ତେବେ ଆମେ ଜିତିପାରିବା ବୋଲି ନିଶ୍ଚୟ ବିଶ୍ୱାସ ଆସିବ। ଆମ ସମୟଠାରୁ ଏବେର ଖେଳାଳି ବହୁତ ଭଲ ଖେଳୁଛନ୍ତି ବୋଲି କପିଳ ଦେବ କହିଥିଲେ। ଏଥିସହ ସେ ପରୋକ୍ଷରେ ଭାରତକୁ ଫିଲ୍ଡିଂ କ୍ଷେତ୍ରରେ ଉନ୍ନତି ଆଣିବାକୁ ଆହ୍ବାନ ଦେଇଥିଲେ। ଜଣେ ବ୍ୟାଟିଂ ଏବଂ ବୋଲିଂକୁ ଅଣଦେଖା କରିପାରିବ। କିନ୍ତୁ ଫିଲ୍ଡିଂ କ୍ଷେତ୍ରରେ ନୁହେଁ। ଏଥିରେ ଜଣେ ନିଜର ଉନ୍ନତି ଆଣିପାରିବ। ତେଣୁ ଆମକୁ ସେ ଦିଗରେ ଧ୍ୟାନ ଦେବାକୁ ପଡ଼ିବ। ସେହିଭଳି ରେକର୍ଡ ସମ୍ପର୍କରେ ସେ କହିଲେ, ବର୍ତ୍ତମାନ ସମୟରେ କ୍ରିକେଟର ଲାଇଫ୍‌ରେ ରେକର୍ଡର ମୂଲ୍ୟ ଜିରୋ। ଏହା କେବଳ ଚର୍ଚ୍ଚା ହୋଇପାରିବ। କିନ୍ତୁ ମୁଁ ଯେତେବେଳେ ଖେଳୁଥିଲି, ସେତେବେଳେ ପ୍ରତ୍ୟେକ ରନ୍‌, ପ୍ରତ୍ୟେକ ଓ୍ବିକେଟ୍‌ ମୋର ଜୀବନ ଥିଲା ବୋଲି ମତପ୍ରକାଶ କରିଥିଲେ।
ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ କଠିନ ପରିଶ୍ରମ କଲେ ସଫଳତା ନିଶ୍ଚୟ ପାଇବ ବୋଲି ଗୁରୁତ୍ୱାରୋପ କରିଥିଲେ। ସ୍କୁଲ ଆମକୁ ବହୁତ କିଛି ଦେଇଥାଏ। ଏବେ ସେହି ସ୍କୁଲ ବା ମନ୍ଦିରକୁ କିଛି ଦେବା ପାଇଁ ସମୟ ଆସିଛି। ତେଣୁ ସ୍କୁଲ ପାଇଁ କିଛି କରିବାକୁ ଆଗେଇ ଆସିବାକୁ ସ୍କୁଲର ପୁରାତନ ଛାତ୍ରୀଛାତ୍ରଙ୍କୁ ଆହ୍ବାନ ଦେଇଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବେ କର୍ପୋରେଟର କେ. ଶାନ୍ତି ଯୋଗଦେଇଥିଲେ। ବିଦ୍ୟାଳୟର ପରିଚାଳକ ପ୍ରତାପ କୁମାର ଜେନା ସୁବର୍ଣ୍ଣ ଜୟନ୍ତୀ ବିବରଣୀ ପାଠ କରିଥିଲେ। ଅଧ୍ୟକ୍ଷା ସନ୍ଧ୍ୟା ଜେନା ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ଉପାଧ୍ୟକ୍ଷା ପଲ୍ଲବୀ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ବିଦ୍ୟାଳୟ ସଭାପତି ରଘୁନାଥ ମିଶ୍ର, ଉପପରିଚାଳକ ସଂଗ୍ରାମ କେଶରୀ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ପୂର୍ବତନ ସ୍କୁଲ ଅଧ୍ୟକ୍ଷ, ସ୍କୁଲ ଟପ୍ପରଙ୍କୁ ସମ୍ମାନିତ କରାଯାଇଥିଲା। ଛାତ୍ରୀଛାତ୍ରଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା।

The post ବିଫଳତା ହିଁ ସଫଳତା ବାଟ ଦେଖାଇବ: କପିଳ ଦେବ appeared first on Dharitri Odia News.