ବିବାଦ କେଉଁଠି, ମାରିଲା କିଏ ? କାଳ ହେଲା କି ‘OpenAI’କୁ ବିରୋଧ ?
କନକ ବ୍ୟୁରୋ: ବିଦେଶରେ ପୁଣି ଜଣେ ଭାରତୀୟଙ୍କ ମୃତ୍ୟୁ । ଆମେରିକାର ସାନ ଫ୍ରାନ୍ସିସ୍କୋ ଆପାର୍ଟମେଣ୍ଟରୁ ମିଳିଛି ମୃତଦେହ । ଓପନ ଏଆଇରେ ଗବେଷକ ଥିଲେ ସୁଚିର ବାଲାଜୀ । ଚଳିତ ବର୍ଷ ଆରମ୍ଭରେ ଛାଡିଥିଲେ କମ୍ପାନୀ । ସେତିକି ନୁହେଁ କମ୍ପାନୀ ଛାଡିବା ପରେ ଚାଟଜିପିଟି ନିର୍ମାତାଙ୍କୁ ଘେରିଥିଲେ । ଲଗାଇଥିଲେ କପିରାଇଟ୍ ଉଲ୍ଲଂଘନ ଅଭିଯୋଗ । ତେବେ ତାଙ୍କ ମୃତ୍ୟୁ ପରେ ସୋସିଆଲ ମିଡିଆରେ ଚାଲିଛି ଚର୍ଚ୍ଚା । ନାଁ ସୁଚୀର ବାଲାଜୀ । ପେଶାରେ ଥିଲେ ଏଆଇ ଗବେଷକ । ୪ବର୍ଷ ଧରି ଓପନଏଆଇ କମ୍ପାନୀରେ କାମ କରିଥିଲେ । ୨୬ ତାରିଖ ଦିନ ସାନ ଫ୍ରାନ୍ସିସ୍କୋ ଆପାଟମେଣ୍ଟରୁ ସନ୍ଦିଗ୍ଧ ଅବସ୍ଥାରେ ମୃତଦେହ ମିଳିବା ପରେ କେମିତି ହେଲା ତାଙ୍କ ମୃତ୍ୟ? ହତ୍ୟା ନା ଆତ୍ମହତ୍ୟା ଏନେଇ ଅନେକ ତର୍କ ସୋସିଆଲ ମିଡିଆରେ ଆରମ୍ଭ ହୋଇଛି । ଫଲୋର ସୁଚୀରଙ୍କ ମୃତ୍ୟକୁ ଗମ୍ଭୀରତା ସହ ଗ୍ରହଣ କରିବା ପଛରେ କାରଣ ମଧ୍ୟ ରହିଛି । ନିକଟରେ ସେ ଏକ ଲେଖା ପୋଷ୍ଟ କରିଥିଲେ । ଯେଉଁଥିରେ ସେ କହିଥିଲେ, ‘OpenAI’ ନିଜର ଏଆଇ ନୂଆ ମଡେଲର ତାଲିମ ପାଇଁ ନିୟମ ଉଲ୍ଲଂଘନ କରୁଛି । ବିନା ଅନୁମତିରେ ଅନ୍ୟମାନଙ୍କ କପିରାଇଟ ତଥ୍ୟକୁ ବ୍ୟବହାର କରୁଛି । ପୂର୍ବରୁ ସୁଚୀର ‘OpenAI’କୁ ନେଇ ଚିନ୍ତାଜନକ କଥା ପ୍ରକାଶ କରୁଥିଲେ । ‘OpenAI’ର କାର୍ୟନୀତି ଉପରେ ପ୍ରଶ୍ନ ଉଠାଇଥିଲେ ଯୁବ ଗବେଷକ ‘OpenAI’କୁ ବିରୋଧ, ଚାଲିଗଲା ଜୀବନ ! -ବିନା ଅନୁମତିରେ ଅନ୍ୟମାନଙ୍କ କପିରାଇଟ

କନକ ବ୍ୟୁରୋ: ବିଦେଶରେ ପୁଣି ଜଣେ ଭାରତୀୟଙ୍କ ମୃତ୍ୟୁ । ଆମେରିକାର ସାନ ଫ୍ରାନ୍ସିସ୍କୋ ଆପାର୍ଟମେଣ୍ଟରୁ ମିଳିଛି ମୃତଦେହ । ଓପନ ଏଆଇରେ ଗବେଷକ ଥିଲେ ସୁଚିର ବାଲାଜୀ । ଚଳିତ ବର୍ଷ ଆରମ୍ଭରେ ଛାଡିଥିଲେ କମ୍ପାନୀ । ସେତିକି ନୁହେଁ କମ୍ପାନୀ ଛାଡିବା ପରେ ଚାଟଜିପିଟି ନିର୍ମାତାଙ୍କୁ ଘେରିଥିଲେ । ଲଗାଇଥିଲେ କପିରାଇଟ୍ ଉଲ୍ଲଂଘନ ଅଭିଯୋଗ । ତେବେ ତାଙ୍କ ମୃତ୍ୟୁ ପରେ ସୋସିଆଲ ମିଡିଆରେ ଚାଲିଛି ଚର୍ଚ୍ଚା ।
ନାଁ ସୁଚୀର ବାଲାଜୀ । ପେଶାରେ ଥିଲେ ଏଆଇ ଗବେଷକ । ୪ବର୍ଷ ଧରି ଓପନଏଆଇ କମ୍ପାନୀରେ କାମ କରିଥିଲେ । ୨୬ ତାରିଖ ଦିନ ସାନ ଫ୍ରାନ୍ସିସ୍କୋ ଆପାଟମେଣ୍ଟରୁ ସନ୍ଦିଗ୍ଧ ଅବସ୍ଥାରେ ମୃତଦେହ ମିଳିବା ପରେ କେମିତି ହେଲା ତାଙ୍କ ମୃତ୍ୟ? ହତ୍ୟା ନା ଆତ୍ମହତ୍ୟା ଏନେଇ ଅନେକ ତର୍କ ସୋସିଆଲ ମିଡିଆରେ ଆରମ୍ଭ ହୋଇଛି । ଫଲୋର ସୁଚୀରଙ୍କ ମୃତ୍ୟକୁ ଗମ୍ଭୀରତା ସହ ଗ୍ରହଣ କରିବା ପଛରେ କାରଣ ମଧ୍ୟ ରହିଛି । ନିକଟରେ ସେ ଏକ ଲେଖା ପୋଷ୍ଟ କରିଥିଲେ । ଯେଉଁଥିରେ ସେ କହିଥିଲେ, ‘OpenAI’ ନିଜର ଏଆଇ ନୂଆ ମଡେଲର ତାଲିମ ପାଇଁ ନିୟମ ଉଲ୍ଲଂଘନ କରୁଛି । ବିନା ଅନୁମତିରେ ଅନ୍ୟମାନଙ୍କ କପିରାଇଟ ତଥ୍ୟକୁ ବ୍ୟବହାର କରୁଛି । ପୂର୍ବରୁ ସୁଚୀର ‘OpenAI’କୁ ନେଇ ଚିନ୍ତାଜନକ କଥା ପ୍ରକାଶ କରୁଥିଲେ । ‘OpenAI’ର କାର୍ୟନୀତି ଉପରେ ପ୍ରଶ୍ନ ଉଠାଇଥିଲେ ଯୁବ ଗବେଷକ
‘OpenAI’କୁ ବିରୋଧ, ଚାଲିଗଲା ଜୀବନ !
-ବିନା ଅନୁମତିରେ ଅନ୍ୟମାନଙ୍କ କପିରାଇଟ ବ୍ୟବହାର ଅଭିଯୋଗ ଆଣିଥିଲେ
-ଏଆଇର ନକରାତ୍ମକ ପ୍ରଭାବ ବିରୋଧରେ ସ୍ବର ଉଠାଇଥିଲେ
-ଏଆଇ ଇଣ୍ଟରନେଟ ଓ ଇକୋସିଷ୍ଟମକୁ ପ୍ରଭାବିତ କରୁଥିବା ଦାବି କରିଥିଲେ
-ଓପନଏଆଇ ବ୍ୟବସାୟୀକୁ ଦୀର୍ଘସ୍ଥାୟୀ ନୁହେଁ କହୁଥିଲେ
-କମ୍ପାନୀ ଛାଡ଼ିବାକୁ କର୍ମଚାରୀଙ୍କୁ ପରାମର୍ଶ ଦେଉଥିଲେ
ସେପଟେ ଘଟଣାକୁ ନେଇ ଏକ୍ସ ମୁଖ୍ୟ ଏଲନ ମସ୍କ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ପ୍ରତିକ୍ରିୟା ରଖିଛନ୍ତି । ଏଇଠି କହି ରଖୁଛୁ ‘OpenAI’ସିଇଓ ସ୍ୟାମ ଅଲଟମ୍ୟାନ ଓ ମସ୍କଙ୍କ ମଧ୍ୟରେ ଦୀର୍ଘ ଦିନ ହେବ ବିବାଦ ଚାଲିଛି । ସୁଚୀର କାଲିଫର୍ଣ୍ଣିଆ ବର୍କେଲ ୟୁନିଭରସିଟିରୁ କମ୍ପ୍ୟୁଟର ବିଜ୍ଞାନରେ ସ୍ନାତକ କରିବା ପରେ ଓପନ ଏଆଇ ଓ ସ୍କେଲ ଏଆଇରେ ତାଲିମ ନେଇଥିଲେ । ୨୦୧୯ରେ ‘OpenAI’ରେ ଯୋଗ ଦେଇଥିଲେ । କମ୍ପାନୀରେ ୪ବର୍ଷ କାମ କରିବା ପରେ ଚାର୍ଟ ଜିପିଟି ତାଲିମ ଦେବା, କାର୍ୟ୍ୟଦକ୍ଷତାକୁ ଉନ୍ନତ କରିବା ସହ ବିଭିନ୍ନ ପ୍ରୋଜେକ୍ଟରେ କାମ କରିଥିଲେ । ଚଳିତବର୍ଷ ବିବାଦ ଯୋଗୁଁ କମ୍ପାନୀ ଛାଡିଥିଲେ । ଏବେ ପ୍ରଶ୍ନ ଉଠୁଛି ସୁଚୀରଙ୍କ ମୃତ୍ୟୁ ହତ୍ୟା ନା ଆତ୍ମହତ୍ୟା? ଯଦି ହତ୍ୟା ତେବେ ଏହା କ’ଣ କମ୍ପାନୀ ବିରୋଧରେ ଯିବା ପରିଣାମ ଆଉ ଯଦି ଆତ୍ମହତ୍ୟା ତେବେ କାହିଁକି ଜଣେ ଦକ୍ଷ ଯୁବ ଗବେଷକ ଏଭଳି ଚରମ ନିଷ୍ପତି ନେବେ ଏନେଇ ଅନେକ ପ୍ରଶ୍ନ ଉଠୁଛି । ସାନ ଫ୍ରାନ୍ସିସ୍କୋ ପୁଲିସ ଏହାକୁ ଆତ୍ମହତ୍ୟାର ରୂପ ଦେଇଥିବା ବେଳେ ସୁଚୀରଙ୍କ ପରିବାର ଏହାକୁ ମାନିବାକୁ ନାରାଜ ।