ବିବାଦ ଭିତରେ ଦୀଘାରେ ଲାଗିଲା ସ୍ଥାୟୀ ଜଗନ୍ନାଥ ଧାମ ହୋଡିଂ

ନନ୍ଦିଘୋଷ ବ୍ୟୁରୋ: ଜିଦରେ ଅଟଳ ଦିଦି। ଦିଘାରେ ଜଗନ୍ନାଥ ଧାମକୁ ନେଇ ଚର୍ଚ୍ଚା ବଢିଥିବା ବେଳେ ପୁଣି ମନ୍ଦିର ସମ୍ମୁଖରେ... The post ବିବାଦ ଭିତରେ ଦୀଘାରେ ଲାଗିଲା ସ୍ଥାୟୀ ଜଗନ୍ନାଥ ଧାମ ହୋଡିଂ appeared first on .

ବିବାଦ ଭିତରେ ଦୀଘାରେ ଲାଗିଲା ସ୍ଥାୟୀ ଜଗନ୍ନାଥ ଧାମ ହୋଡିଂ

ନନ୍ଦିଘୋଷ ବ୍ୟୁରୋ: ଜିଦରେ ଅଟଳ ଦିଦି। ଦିଘାରେ ଜଗନ୍ନାଥ ଧାମକୁ ନେଇ ଚର୍ଚ୍ଚା ବଢିଥିବା ବେଳେ ପୁଣି ମନ୍ଦିର ସମ୍ମୁଖରେ ଗତକାଲି ରାତିରେ ବଡ ବଡ ଅକ୍ଷରରେ ପ୍ରସ୍ତୁତ କରି ମରାଯାଇଛି ଜଗନ୍ନାଥ ଧାମ। ଅମିତ ମାଲବ୍ୟ ଏକ୍ସରେ ପୋଷ୍ଟ କରିବା ପରେ ଏବେ ଦିଦି ପୋଷ୍ଟକୁ ଭୁଲ ପ୍ରମାଣ ଓ ଜିଦ ପାଇଁ ପୁଣି ରାତାରାତି ଜଗନ୍ନାଥ ଧାମ ଲେଖିବା ସହ ପୂର୍ବ ସେଲ୍ପି ପଏଣ୍ଟ କରୁଛନ୍ତି। ଦିଘା ଜଗନ୍ନାଥ ମନ୍ଦିର ଉଦ୍ଘାଟନ ସମୟରେ ଯେଉଁ ଅସ୍ଥାୟୀ କାଗଜ ଓ ଥର୍ମାକୋଲରେ ସେଲ୍ଫି ପଏଣ୍ଟ କରାଯାଇଥିଲା ସେଥିରେ ଦିଘା ଜଗନ୍ନାଥ ଧାମ ବୋଲି କରାଯାଇଥିଲା। ଯାହା ୩୦ ତାରିଖ ଉଦଘାଟନ ସରିବା ପରେ ୧ ତାରିଖ ଦିନ ଟେଣ୍ଟ ମାଲିକ ଖୋଲି ନେଇଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ଜଗନ୍ନାଥ ଧାମ ଶବ୍ଦକୁ ପ୍ରତ୍ୟାବର୍ତ୍ତନ କରିବା ନେଇ ଜୋରଦାର ପ୍ରତିବାଦ ଓଡ଼ିଶାରେ ଦେଖିବାକୁ ମିଳିଥିଲା।

ଏହାରି ଭିତରେ ଗତକାଲି ବିଜେପିରେ ପଶ୍ଚିମବଙ୍ଗ IT ସେଲ ମୁଖ୍ୟ  ବିଜେପି ଅମିତ ମାଲବ୍ୟ ଏକ୍ସରେ ମମତା ଜଗନ୍ନାଥ ଧାମ ଉଠାଇ ନେଇ ଥିବା ପୋଷ୍ଟ କରିଥିଲେ। କିନ୍ତୁ ପ୍ରକୃତରେ ତାହା ସ୍ଥାଇ ନ ଥିଲା କେବେଳ ଦୁଇ ଦିନ ପାଇଁ ଟେଣ୍ଡ ମାଲିକ ସେଲ୍ଫି ପାଇଁ ଲଗାଇ ଥିଲେ। ତେବେ ଦିଦି ମୁଣ୍ଡ ନୂଆଇଁ ଜଗନାଥ ଧାମ ଉଠାଇ ନେଇଥିବା ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ପରେ ଗତକାଲି ରାତିରେ ପୁଣି ସ୍ଥାୟୀ ଭାବେ ମନ୍ଦିର ସମ୍ମୁଖରେ ଜଗନ୍ନାଥ ଧାମ ବୋଲି ଲଗା ଯାଇଛି । ଖାଲି ସେତିକି ନୁହେଁ ପୂର୍ବରୁ ଯେଉଁ ସେଲ୍ଫି ପଏଣ୍ଟ କରାଯାଇଥିଲା ପୁଣି ତାକୁ ତିଆରି ପାଇଁ ବ୍ୟବସ୍ତା ଚାଲିଥିବା ସୂଚନା ରହିଛି।

The post ବିବାଦ ଭିତରେ ଦୀଘାରେ ଲାଗିଲା ସ୍ଥାୟୀ ଜଗନ୍ନାଥ ଧାମ ହୋଡିଂ appeared first on .