ସ୍ବାସ୍ଥ୍ୟ ପାଇଁ ବେଶ୍ ହିତକାରୀ ଭୁର୍ସୁଙ୍ଗ ପତ୍ର, ମୋଟାପଣ ଠାରୁ କୋଲେଷ୍ଟ୍ରୋଲ ଯାଏଁ ଶରୀରକୁ ଦେଇଥାଏ ମୁକ୍ତି
ନୂଆଦିଲ୍ଲୀ ୦୮।୦୯: ସ୍ବାସ୍ଥ୍ୟ ହିଁ ସମ୍ପଦ । ପ୍ରାୟ ସମସ୍ତେ ନିଜ ସ୍ବାସ୍ଥ୍ୟକୁ ନେଇ ବେଶ୍ ଚିନ୍ତିତ । ଏଥିପାଇଁ ଖାଦ୍ୟକୁ ଦେଇଥାନ୍ତି ଗୁରୁତ୍ବ । କିନ୍ତୁ ଆମ ଦୈନନ୍ଦିନ ଜୀବନଶୈଳୀରେ ଏପରି କିଛି ଜିନିଷ ରହିଛି ଯାହା ଆମ ସ୍ବାସ୍ଥ୍ୟ ପାଇଁ ବେଶ୍ ଉପଯୋଗୀ । ଖାସ୍ କରି ଭୁର୍ସୁଙ୍ଗ ପତ୍ର । ଏହାକୁ ଆମେ ପ୍ରତିଦିନ ଖାଇଥାଉ । ଏହା ଖାଲି ଆମ ଖାଦ୍ୟକୁ ସ୍ୱାଦିଷ୍ଟ କରିଥାଏ ତାହା ନୁହେଁ, ଏହା ଆମ ଶରୀର ପାଇଁ ମଧ୍ୟ ଖୁବ ଉପକାରୀ । ଭୁର୍ସୁଙ୍ଗ ପତ୍ରରେ ଭିଟାମିନ୍ ଏ, ବି, ସି ବ୍ୟତୀତ, ଭୃର୍ସୁଙ୍ଗ ପତ୍ରରେ କ୍ୟାଲସିୟମ୍ ଫସଫରସ୍ ପରି ଅନେକ ପୋଷକ ତତ୍ତ୍ୱ ରହିଥାଏ । ଏଥିରେ ପ୍ରଚୁର ପରିମାଣରେ ଆଇରନ ଓ ଫଲିକ୍ ଏସିଡ୍ ରହିଛି । ଏହାକୁ ଖାଇବା ଦ୍ବାରା ଶରୀରରେ ଆଇରନ୍ର ମାତ୍ରା ସନ୍ତୁଳିତ ରଖିବା ସହିତ ଆନିମିଆ ଭଳି ରୋଗ ଦୂର କରିଥାଏ। ଭୁର୍ସୁଙ୍ଗ ପତ୍ର ଖାଇବା ଦ୍ବାରା ଯକୃତ ସୁରକ୍ଷିତ ରହିଥାଏ । ମଦ୍ୟପାନ କରୁଥିବା ବ୍ୟକ୍ତିଙ୍କର ଲିଭର ଖରାପ ହେବାର ସମ୍ଭାବନା ଅଧିକ ଥାଏ। ଏପରି ସ୍ଥିତିରେ ନିୟମିତ ଭାବେ ଭୁର୍ସୁଙ୍ଗ ପତ୍ର ଖାଇବା ଉଚିତ୍ । ଏହାକୁ ଖାଇବା ଦ୍ବାରା ଲିଭର ଖରାପ ହେବାର ସମ୍ଭବନା କମ ହୋଇଥାଏ।ଭୁର୍ସୁଙ୍ଗ ପତ୍ର ରକ୍ତ ଶର୍କର ନିୟନ୍ତ୍ରଣ କରିଥାଏ । ଏହା ବ୍ଲଡରେ ଇନସୁଲିନକୁ ପ୍ରଭାବିତ କରି ବ୍ଲଡ ସୁଗାର ମାତ୍ରାକୁ କମ୍ କରିଥାଏ। ଏହାସହିତ ଶରୀରରେ ହଜମ ଶକ୍ତିକୁ ବଢ଼ାଇ ଓଜନ କମ କରିବାରେ ସାହାଯ୍ୟ କରିଥାଏ।
ନୂଆଦିଲ୍ଲୀ ୦୮।୦୯: ସ୍ବାସ୍ଥ୍ୟ ହିଁ ସମ୍ପଦ । ପ୍ରାୟ ସମସ୍ତେ ନିଜ ସ୍ବାସ୍ଥ୍ୟକୁ ନେଇ ବେଶ୍ ଚିନ୍ତିତ । ଏଥିପାଇଁ ଖାଦ୍ୟକୁ ଦେଇଥାନ୍ତି ଗୁରୁତ୍ବ । କିନ୍ତୁ ଆମ ଦୈନନ୍ଦିନ ଜୀବନଶୈଳୀରେ ଏପରି କିଛି ଜିନିଷ ରହିଛି ଯାହା ଆମ ସ୍ବାସ୍ଥ୍ୟ ପାଇଁ ବେଶ୍ ଉପଯୋଗୀ । ଖାସ୍ କରି ଭୁର୍ସୁଙ୍ଗ ପତ୍ର । ଏହାକୁ ଆମେ ପ୍ରତିଦିନ ଖାଇଥାଉ । ଏହା ଖାଲି ଆମ ଖାଦ୍ୟକୁ ସ୍ୱାଦିଷ୍ଟ କରିଥାଏ ତାହା ନୁହେଁ, ଏହା ଆମ ଶରୀର ପାଇଁ ମଧ୍ୟ ଖୁବ ଉପକାରୀ ।
ଭୁର୍ସୁଙ୍ଗ ପତ୍ରରେ ଭିଟାମିନ୍ ଏ, ବି, ସି ବ୍ୟତୀତ, ଭୃର୍ସୁଙ୍ଗ ପତ୍ରରେ କ୍ୟାଲସିୟମ୍ ଫସଫରସ୍ ପରି ଅନେକ ପୋଷକ ତତ୍ତ୍ୱ ରହିଥାଏ । ଏଥିରେ ପ୍ରଚୁର ପରିମାଣରେ ଆଇରନ ଓ ଫଲିକ୍ ଏସିଡ୍ ରହିଛି । ଏହାକୁ ଖାଇବା ଦ୍ବାରା ଶରୀରରେ ଆଇରନ୍ର ମାତ୍ରା ସନ୍ତୁଳିତ ରଖିବା ସହିତ ଆନିମିଆ ଭଳି ରୋଗ ଦୂର କରିଥାଏ। ଭୁର୍ସୁଙ୍ଗ ପତ୍ର ଖାଇବା ଦ୍ବାରା ଯକୃତ ସୁରକ୍ଷିତ ରହିଥାଏ । ମଦ୍ୟପାନ କରୁଥିବା ବ୍ୟକ୍ତିଙ୍କର ଲିଭର ଖରାପ ହେବାର ସମ୍ଭାବନା ଅଧିକ ଥାଏ। ଏପରି ସ୍ଥିତିରେ ନିୟମିତ ଭାବେ ଭୁର୍ସୁଙ୍ଗ ପତ୍ର ଖାଇବା ଉଚିତ୍ । ଏହାକୁ ଖାଇବା ଦ୍ବାରା ଲିଭର ଖରାପ ହେବାର ସମ୍ଭବନା କମ ହୋଇଥାଏ।
ଭୁର୍ସୁଙ୍ଗ ପତ୍ର ରକ୍ତ ଶର୍କର ନିୟନ୍ତ୍ରଣ କରିଥାଏ । ଏହା ବ୍ଲଡରେ ଇନସୁଲିନକୁ ପ୍ରଭାବିତ କରି ବ୍ଲଡ ସୁଗାର ମାତ୍ରାକୁ କମ୍ କରିଥାଏ। ଏହାସହିତ ଶରୀରରେ ହଜମ ଶକ୍ତିକୁ ବଢ଼ାଇ ଓଜନ କମ କରିବାରେ ସାହାଯ୍ୟ କରିଥାଏ। ଭୁର୍ସୁଙ୍ଗ ପତ୍ର କୋଲେଷ୍ଟ୍ରୋଲ ମାତ୍ରା କମ୍ କରିବାରେ ସହାୟକ ହୋଇଥାଏ । ଏହା ସହିତ ହୃଦୟ ଜନିତ ସମସ୍ତ ରୋଗ ଦୂର କରଥାଏ।
ଖାଦ୍ୟରେ ବ୍ୟବହୃତ ହେଉଥିବା ଭୁର୍ସୁଙ୍ଗ ପତ୍ରକୁ ଚୋବାଇ ଖାଇବା ସ୍ୱାସ୍ଥ୍ୟ ପାଇଁ ଅନେକ ଲାଭଦାୟକ । ଏହାକୁ ସକାଳେ ଖାଲି ପେଟରେ ଚୋବାଇ ଖାଇବା ଏବଂ ଏହାର ପତ୍ରରୁ ଏକ ପାନୀୟ ମଧ୍ୟ ପ୍ରସ୍ତୁତ କରି ପିଇବା ଦ୍ବାରା ମୋଟାପଣ ସମସ୍ୟା ଦୂର ହୋଇଥାଏ। ଓଜନ ମଧ୍ୟ କଣ୍ଟ୍ରୋଲରେ ରହିଥାଏ।