ସୋଆରେ ଉଦ୍ଭବ କଳା ଉତ୍ସବ, ଏକାଠି ହେଲେ ଦେଶର ୧୫ ଶହରୁ ଅଧିକ ଜନଜାତି ଛାତ୍ରଛାତ୍ରୀ
ଭୁବନେଶ୍ଵର: ଏକାଠି ହେଲେ ଦେଶର ଜନଜାତି ଛାତ୍ରଛାତ୍ରୀ। ପ୍ରଥମ ଥର ପାଇଁ ଆଦିବାସୀ ମନ୍ତ୍ରାଳୟ ପକ୍ଷରୁ ଭୁବନେଶ୍ବର ସୋଆ ଅଡିଟୋରିୟମ ପରିସରରେ ଆୟୋଜିତ ହୋଇଛି ଉଦ୍ଭବ କଳା ଉତ୍ସବ କାର୍ଯ୍ୟକ୍ରମ । ୨୨ ଟି ରାଜ୍ୟର ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟରେ ଅଧ୍ୟୟନରତ ୧୫ ଶହରୁ ଅଧିକ ଛାତ୍ରଛାତ୍ରୀ ୪୭ ଟି ପ୍ରତିଯୋଗିତାରେ ଭାଗ ନେଇ ନିଜର ଦକ୍ଷତା ପ୍ରତିପାଦନ କରିଛନ୍ତି। ପ୍ରଥମ ଥର ପାଇଁ ଓଡିଶାରେ ଅନୁଷ୍ଠିତ ହୋଇଥିବା ଉଦ୍ଭବ କଳାମେଳାକୁ ଉଦଘାଟନ କରିଛନ୍ତି କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ। ଆଜିଠାରୁ ଆରମ୍ଭ ହୋଇଥିବା ଏହି ଉତ୍ସବ ୪ ଦିନ ଧରି ଚାଲିବ ।ଆଦିବାସୀ ନୃତ୍ୟରେ କମ୍ପିଲା ରାଜଧାନୀ। ଜନଜାତି ଛାତ୍ରୀ ଛାତ୍ରୀଙ୍କ ଦ୍ବାରା ପାରମ୍ପରିକ ନୃତ୍ୟରେ ଝୁମିଲେ ଦର୍ଶକ। ପ୍ରଥମ ଥର ପାଇଁ ଆଦିବାସୀ ମନ୍ତ୍ରାଳୟ ପକ୍ଷରୁ ଓଡ଼ିଶାରେ ଆୟୋଜିତ ହେଲା ଉଦ୍ଭବ କଳା ଉତ୍ସବ। ଏକାଠି ହେଲେ ଦେଶର ୨୨ଟି ରାଜ୍ୟର ଜନଜାତି ଛାତ୍ରଛାତ୍ରୀ। କେନ୍ଦ୍ର ଆଦିବାସୀ କଳ୍ୟାଣ ମନ୍ତ୍ରଣାଳୟ ଦ୍ବାରା ପରିଚାଳିତ ଏକଲବ୍ୟ ମଡେଲ ଆବାସିକ ସ୍କୁଲରେ ପାଠ ପଢୁଥିବା ଛାତ୍ରଛାତ୍ରୀ ମାନଙ୍କୁ ନେଇ ଭୁବନେଶ୍ବର ସୋଆରେ ଅନୁଷ୍ଠିତ ହୋଇଛି ଏହି କଳା ଉତ୍ସବ। ସୋଆ ଅଡିଟୋରିୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାଂସ୍କୃତିକ, ସାହିତ୍ୟିକ ଏବଂ କଳାର ସମ୍ଭାର ଦେଖିବାକୁ ମିଳିଛି । କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଜୁଏଲ
ଭୁବନେଶ୍ଵର: ଏକାଠି ହେଲେ ଦେଶର ଜନଜାତି ଛାତ୍ରଛାତ୍ରୀ। ପ୍ରଥମ ଥର ପାଇଁ ଆଦିବାସୀ ମନ୍ତ୍ରାଳୟ ପକ୍ଷରୁ ଭୁବନେଶ୍ବର ସୋଆ ଅଡିଟୋରିୟମ ପରିସରରେ ଆୟୋଜିତ ହୋଇଛି ଉଦ୍ଭବ କଳା ଉତ୍ସବ କାର୍ଯ୍ୟକ୍ରମ । ୨୨ ଟି ରାଜ୍ୟର ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟରେ ଅଧ୍ୟୟନରତ ୧୫ ଶହରୁ ଅଧିକ ଛାତ୍ରଛାତ୍ରୀ ୪୭ ଟି ପ୍ରତିଯୋଗିତାରେ ଭାଗ ନେଇ ନିଜର ଦକ୍ଷତା ପ୍ରତିପାଦନ କରିଛନ୍ତି। ପ୍ରଥମ ଥର ପାଇଁ ଓଡିଶାରେ ଅନୁଷ୍ଠିତ ହୋଇଥିବା ଉଦ୍ଭବ କଳାମେଳାକୁ ଉଦଘାଟନ କରିଛନ୍ତି କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ। ଆଜିଠାରୁ ଆରମ୍ଭ ହୋଇଥିବା ଏହି ଉତ୍ସବ ୪ ଦିନ ଧରି ଚାଲିବ ।
ଆଦିବାସୀ ନୃତ୍ୟରେ କମ୍ପିଲା ରାଜଧାନୀ। ଜନଜାତି ଛାତ୍ରୀ ଛାତ୍ରୀଙ୍କ ଦ୍ବାରା ପାରମ୍ପରିକ ନୃତ୍ୟରେ ଝୁମିଲେ ଦର୍ଶକ। ପ୍ରଥମ ଥର ପାଇଁ ଆଦିବାସୀ ମନ୍ତ୍ରାଳୟ ପକ୍ଷରୁ ଓଡ଼ିଶାରେ ଆୟୋଜିତ ହେଲା ଉଦ୍ଭବ କଳା ଉତ୍ସବ। ଏକାଠି ହେଲେ ଦେଶର ୨୨ଟି ରାଜ୍ୟର ଜନଜାତି ଛାତ୍ରଛାତ୍ରୀ। କେନ୍ଦ୍ର ଆଦିବାସୀ କଳ୍ୟାଣ ମନ୍ତ୍ରଣାଳୟ ଦ୍ବାରା ପରିଚାଳିତ ଏକଲବ୍ୟ ମଡେଲ ଆବାସିକ ସ୍କୁଲରେ ପାଠ ପଢୁଥିବା ଛାତ୍ରଛାତ୍ରୀ ମାନଙ୍କୁ ନେଇ ଭୁବନେଶ୍ବର ସୋଆରେ ଅନୁଷ୍ଠିତ ହୋଇଛି ଏହି କଳା ଉତ୍ସବ। ସୋଆ ଅଡିଟୋରିୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାଂସ୍କୃତିକ, ସାହିତ୍ୟିକ ଏବଂ କଳାର ସମ୍ଭାର ଦେଖିବାକୁ ମିଳିଛି ।
କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ୍, ଜନଜାତି ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଦୁର୍ଗାଦାସ ଉଇକେ, ରାଜ୍ୟ ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଉନ୍ନୟନ ଓ ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏହାକୁ ଉଦଘାଟନ କରିଛନ୍ତି। ଚଳିତ ବର୍ଷ ଏହି କାର୍ଯ୍ୟକ୍ରମ ବିର୍ସା ମୁଣ୍ଡାଙ୍କ ୧୫୦ ତମ ଜୟନ୍ତୀ ଅବସରରେ ତାଙ୍କ ସ୍ମୃତିଚାରଣ ଉଦ୍ଦେଶ୍ୟରେ ପାଳିତ ହୋଇଛି। ଏଥିରେ ନୃତ୍ୟ, ସଙ୍ଗୀତ, ଡ୍ରାମା, ଥିଏଟର, ଚିତ୍ରାଙ୍କନ, ଭିଜୁଆଲ୍ ଆର୍ଟ, ବକ୍ତୃତା ଭଳି ୪୭ ପ୍ରକାର ପ୍ରତିଯୋଗିତାର ଆୟୋଜନ କରାଯାଉଛି। କାର୍ଯ୍ୟକ୍ରମ ଯୋଗୁଁ ପିଲାମାନେ ପରସ୍ପରର ସଂସ୍କୃତି, ଐତିହ୍ୟ, ଭାଷା, ସାହିତ୍ୟ, ଇତିହାସ ସମ୍ପର୍କରେ ଅବଗତ ହୋଇପାରିବେ। ପଛରେ ପଡିବେନି ଜନଜାତି ଛାତ୍ରଛାତ୍ରୀ।
ଏହି ଅବସରରେ ଜନ ଜାତି ଛାତ୍ର ଛାତ୍ରୀଙ୍କ ମନୋବଳ ବଢାଇଥିଲେ କେନ୍ଦମନ୍ତ୍ରୀ। ଜୀବନର ଲକ୍ଷ୍ୟ ହାସଲ କରିବାକୁ ଏକାଗ୍ରତା ଓ କନିଷ୍ଠ ପରିଶ୍ରମ ନେଇ ଆଗେଇବାକୁ ଜନଜାତି ଛାତ୍ର ଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ । ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର ଡକ୍ଟର ମନୋଜ ରଞ୍ଜନ ନାୟକ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ଙ୍କୁ ପୁଷ୍ପଗୁଚ୍ଚ ଦେଇ ସ୍ବାଗତ କରିଥିଲେ। ସୋଆ କ୍ୟାମ୍ପସରେ ଏଭଳି ଆୟୋଜନକୁ କେନ୍ଦ୍ର ମନ୍ତ୍ରୀ ଭୁୟସୀ ପ୍ରଶଂସା କରିଥିଲେ ।
ନ୍ୟାସନାଲ୍ ଏଜୁକେସନ ସୋସାଇଟି ଫର୍ ଟ୍ରାଇବାଲ୍ ଷ୍ଟୁଡେଣ୍ଟ (NESTS) ସହାୟତାରେ ରାଜ୍ୟ ସରକାରଙ୍କ ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ଦ୍ବାରା ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ଉଦ୍ଭବ କଳା ଉତ୍ସବ ନଭେମ୍ବର ୧୨ ରୁ ୧୫ ତାରିଖ ଯାଏଁ ଅନୁଷ୍ଠିତ ହେବ। ୨୨ ଟି ରାଜ୍ୟରୁ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ (EMRS) ର ୧୫ଶହରୁ ଅଧିକ ଛାତ୍ରଛାତ୍ରୀ, ୨୫୦ ଶିକ୍ଷକ-ଶିକ୍ଷୟିତ୍ରୀ ଏହି ସମାରୋହରେ ସାମିଲ ହୋଇଛନ୍ତି ।
ଦେଶର ବିଭିନ୍ନ ପ୍ରାନ୍ତରର ଖାଦ୍ୟ ମେନୁରେ ଅନ୍ତର୍ଭୁକ୍ତ କରାଯାଇଛି । ଏହି ଚାରି ଦିନିଆ ଉତ୍ସବ ମାଧ୍ୟମରେ ଛାତ୍ରଛାତ୍ରୀମାନେ ମିଳିତ ଭାବେ ଭାରତବର୍ଷର ବିଭିନ୍ନ ସଂସ୍କୃତିକୁ ପାଳନ କରିବା ପାଇଁ ସୁଯୋଗ ପାଇବେ ଫଳରେ ସେମାନଙ୍କ ମଧ୍ୟରେ ଏକ ସୁସ୍ଥ ପ୍ରତିଯୋଗୀ ମନୋଭାବ ସୃଷ୍ଟି ହୋଇପାରିବ । ଏହା ଦ୍ବାରା ଜନଜାତି ଛାତ୍ର ଛାତ୍ରୀ ମାନେ ଅଧିକ ଦକ୍ଷ ହୋଇପାରିବେ ବୋଲି ଓ କେନ୍ଦ୍ର ଆଦିବାସୀ ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ ଦୁର୍ଗାଦାସ ଉଇକେ କହିଛନ୍ତି।
୨୦୧୮ ରୁ ଏହି ଉତ୍ସବ ଭାରତର ବିଭିନ୍ନ ରାଜ୍ୟରେ ପାଳନ କରାଯାଉଛି । ପ୍ରଥମେ ଜାମସେଦପୁରରେ ଏହାକୁ ଆରମ୍ଭ କରାଯାଇଥିବା ବେଳେ ୨୦୧୯ରେ ଉଦୟପୁର, ୨୦୨୨ରେ ବେଙ୍ଗାଲୁରୁ, ୨୦୨୩ ଡେରାଡୁନ ଓ ପଞ୍ଚମ ଥର ପାଇଁ ଓଡିଶାରେ ଏଭଳି ଜାତୀୟ ସ୍ତରର କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି।